ETV Bharat / state

କାଜୁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

author img

By

Published : Apr 26, 2023, 8:13 PM IST

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁରେ ନିର୍ମମ ହତ୍ୟାକାଣ୍ଡ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁରେ ନିର୍ମମ ହତ୍ୟାକାଣ୍ଡ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁରେ ନିର୍ମମ ହତ୍ୟାକାଣ୍ଡ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ । ଅଧିକ ପଢ଼ନ୍ତୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁରେ ନିର୍ମମ ହତ୍ୟାକାଣ୍ଡ

ଢେଙ୍କାନାଳ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ପାଖ କାଜୁ ଜଙ୍ଗଲରୁ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ହେଉଛନ୍ତି ସେହି ଗ୍ରାମର ମନୁଜା ବିଶ୍ୱାଳ । ପରିବାର ଲୋକେ ପୂର୍ବ ଶତୃତା ଏବଂ ପ୍ରେମ ଜନିତ କାରଣ ପାଇଁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପରିବାର ଲୋକଙ୍କ ସୂଚନାନୁଯାୟୀ, ମନୁଜା ଗତକାଲି ସନ୍ଧ୍ୟାରେ ବାଇକରେ ଅଁଳାକଟା ଗାଁକୁ ଯାତ୍ରା ଦେଖି ଯାଇଥିଲେ । କିନ୍ତୁ ଆଜି ସକାଳେ ତାଙ୍କ କ୍ଷତବିକ୍ଷତ ମୃତଦେହ ଗାଁ ପାଖ କାଜୁ ବଗିଚାରେ ପଡ଼ି ଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ । ଗାଁ ଲୋକ ଏନେଇ ତାଙ୍କୁ ଖବର ଦେବା ସହ ପୋଲିସକୁ ଖବର ଦେଇଥିଲେ । ତେବେ ଗାଁରେ ଏପରି ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି । ଏହି ହତ୍ୟାକାଣ୍ଡକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଲିଯାଇଛି ।

ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଏହା ପୋଲିସ ସାଇଣ୍ଟିଫିକ ଟିମ୍‌ର ସାହାଯ୍ୟ ମଧ୍ୟ ଲୋଡିଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ତଦନ୍ତ କରିଛି । ତେବେ ଏହା ପ୍ରେମଜନିତ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୋଲିସ ପରିବାରର ଅଭିଯୋଗକୁ ଆଧାର କରି ତଦନ୍ତ ଚଳାଛି । ତେବେ କିଏ ଏବଂ କାହିଁକି ଏପରି ବିଭତ୍ସ ହତ୍ୟା କାଣ୍ଡ ଘଟାଇଛି ସେନେଇ କିଛି ସ୍ପଷ୍ଟ ଜଣା ପଡ଼ିନଥିବା ପେଲିସ ସୂଚନା ଦେଇଛି ।

ଅଧିକ ପଢ଼ନ୍ତୁ: Ratna Bhandar Issue: ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ, ସେବାୟତ କହିଲେ ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଉ

ମୃତକର ମା’ଙ୍କ କହିବା ଅନୁଯାୟୀ, "ପୂର୍ବରୁ ମଧ୍ୟ ମରଣାତ୍ମକ ଆକ୍ରମଣ ତାଙ୍କ ପୁଅ ଉପରକୁ କରାଯାଇଥିଲା । ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା ହେଲେ ପୋଲିସ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।" ଏହାସହ ମୃତକର ଭଉଣୀ କହିଛନ୍ତି ଯେ, ଚାଷ ଜମିକୁ ନେଇ ଏବଂ ପ୍ରେମ ବ୍ୟାପାରକୁ ନେଇ ତାଙ୍କ ଭାଇଙ୍କୁ କେହି ହତ୍ୟା ଧମକ ଦେଇଥିଲେ । ବାରମ୍ବାର ଫୋନ୍‌ କରି ଜୀବନରୁ ମାରି ଦେବାକୁ କହୁଥିଲେ । ଏନେଇ ଥାନାରେ ଅଭିଯୋଗ ହୋଇଥିଲା ସୁଦ୍ଧା ପୋଲିସ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.