ETV Bharat / state

ସଂରକ୍ଷିତ ଜଙ୍ଗଲ କାଟି ଚାଲିଛି ଜବରଦଖଲ, ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଗ୍ରାମବାସୀ

author img

By

Published : Oct 5, 2021, 7:42 PM IST

ଜଙ୍ଗଲ କାଟି ଚାଲିଛି ଜବରଦଖଲ, ଜିଲ୍ଲାପାଳଙ୍କ ଅଫିଲ ଘେରିଲେ ଗ୍ରାମବାସୀ
ଜଙ୍ଗଲ କାଟି ଚାଲିଛି ଜବରଦଖଲ, ଜିଲ୍ଲାପାଳଙ୍କ ଅଫିଲ ଘେରିଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର କୁଟୁରିଆ ପଞ୍ଚାୟତରେ ଜଙ୍ଗଲ ଜମି ଜବରଦଖଲକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ। କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଚେତାବନୀ । ଅଧିକ ପଢନ୍ତୁ...

ଢେଙ୍କାନାଳ : ପରଜଙ୍ଗ ବ୍ଲକର କୁଟୁରିଆ ପଞ୍ଚାୟତର ମଦରଙ୍ଗାମୁଣ୍ଡା ଗ୍ରାମରେ ଜଙ୍ଗଲ କାଟି କାଠ ଚୋରି ଓ ଜଙ୍ଗଲ ଜମିକୁ ଜବରଦଖଲ ବିରୋଧରେ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ହଜାର ହଜାର ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା ଦେଖିବାକୁ ମିଳିଛି ।

ସଂରକ୍ଷିତ ଜଙ୍ଗଲ କାଟି ଚାଲିଛି ଜବରଦଖଲ, ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଗ୍ରାମବାସୀ

ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗ୍ରାମକୁ ଲାଗି ଟସରତୈଲା ନାମକ ୩୦୦ ଏକର ଜମି ଜଙ୍ଗଲ କିଶମ ଥିବାବେଳେ ଏହାକୁ ମଦରଙ୍ଗା ମୁଣ୍ଡା ଗ୍ରାମବାସୀ ସୁରକ୍ଷା ଦେବା ସହ ବହୁ ମୂଲ୍ୟବାନ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିଥିଲେ । ମାତ୍ର ପଡୋଶୀ ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ବଳପୂର୍ବକ ଏହି ଜଙ୍ଗଲରେ ପଶି ବହୁ ମୂଲ୍ୟବାନ ଗଛ ସବୁକୁ କାଟି ନେବା ସହ ଜଙ୍ଗଲ ଜମି ଜବରଦଖଲ କରିବାରେ ଲାଗିଛନ୍ତି।

ଏ ସମ୍ପର୍କରେ ପୂର୍ବରୁ ଗ୍ରାମବାସୀ ସ୍ଥାନୀୟ ବନପାଳ ଓ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ପାଇ ନଥିବା ପ୍ରକାଶ କରିଛନ୍ତି । ତେବେ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ସମୟରେ ଭୟଙ୍କର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.