ETV Bharat / state

ନିଶାମୁକ୍ତି ଥଇଥାନ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

author img

By

Published : Oct 26, 2021, 5:54 PM IST

Suspicious death of a young man in drug rehabilitation center in dhenkanal
ନିଶା ମୁକ୍ତି ଥଇଥାନ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ନିଶାମୁକ୍ତି ଥଇଥାନ କେନ୍ଦ୍ରରୁ ଯୁବକଙ୍କ ମୃତଦେହ ଜବତ କଲା ଗଁନ୍ଦିଆ ପୋଲିସ । ଅଧିକ ପଢନ୍ତୁ...

ଢେଙ୍କାନାଳ: ନିଶା ମୁକ୍ତି ଥଇଥାନ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ। ପାଇଖାନାରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କଲା ଗଁନ୍ଦିଆ ପୋଲିସ । ପିଟି ପିଟି ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ ।

ନିଶା ମୁକ୍ତି ଥଇଥାନ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ମଦ୍ୟ ପାନ କରି ଅବାଟକୁ ଯାଇଥିବା ପୁଅକୁ ବାଟକୁ ଆଣିବା ପାଇଁ ନିଶା ମୁକ୍ତି ଥଇଥାନ କେନ୍ଦ୍ରରେ ଭର୍ତି କରିଥିଲେ ପରିବାର ଲୋକେ । ମାତ୍ର ପୁଅ ଚାଲିଗଲା ଅଫେରା ବାଟରେ । ଦୁଇ ଦିନ ପରେ ନିଶା ମୁକ୍ତି ଥଇଥାନ କେନ୍ଦ୍ରରୁ ମିଳିଲା ପୁଅର ମୃତଦେହ । ଏପରି ସନ୍ଦେହ ଜନକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ଆମ୍ବବାହାଳି ଗ୍ରାମର ନିଶା ମୁକ୍ତି ଓ ଥଇଥାନ କେନ୍ଦ୍ରରେ । ଏହି କେନ୍ଦ୍ରର ପାଇଖାନାରୁ ଏହି ଯୁବକଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଗଁନ୍ଦିଆ ପୋଲିସ ଜବତ କରିଛି ।

ମୃତ ଯୁବକ କାମାକ୍ଷାନଗର ଥାନା ଅନ୍ତର୍ଗତ ବୋଲୁଅ ଗ୍ରାମର ସଞ୍ଜୟ ରାଉତ । ସଂଜୟଙ୍କୁ ପରିବାର ଲୋକେ ଗତ ରବିବାର ମଦ୍ୟପାନ ଛଡ଼ାଇବା ପାଇଁ ଏହି ନିଶା ମୁକ୍ତି ଥଇଥାନ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଆଜି ସକାଳେ ତାଙ୍କର ମୃତ୍ୟୁ ଖବର ପାଇ ପରିବାର ଲୋକେ ପହଞ୍ଚି ମୃତଦେହ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଏପରିକି ଗତ ରାତିରେ ସଞ୍ଜୟ ଏହି କେନ୍ଦ୍ରରେ ଭଙ୍ଗାରୁଜା ସହ ଉନ୍ମତ୍ତକାଣ୍ଡ ଘଟାଇଥିବା ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା ।

ମାତ୍ର ଆଜି ମୃତ ଯୁବକଙ୍କ ପାଇଖାନାରେ ଗୋଡ ତଳେ ଘୁଷୁରୀବା ଅବସ୍ଥାରେ ବେକରେ ଗାମୁଛା ଲାଗି ମୃତଦେହ ବନ୍ଧା ହୋଇଥିବା ସନ୍ଦେହ ଘେରକୁ ଆସିଛି । ଯାହା ଫଳରେ ତାଙ୍କ ପୁଅକୁ ପିଟି ପିଟି ମରିଦେଇଥିବା ଅଭିଯୋଗ ଉଠାଇଛନ୍ତି ପରିବାର ଲୋକେ । ଉକ୍ତ କେନ୍ଦ୍ରକୁ ଚେତନା ନାମକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପରିଚାଳନା କରୁଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.