ETV Bharat / state

ଛାତ୍ରଛାତ୍ରୀଙ୍କ କମାଲ: ପ୍ରସ୍ତୁତ କଲେ E-Bike, 20 ପଇସାରେ ଗଡିବ ଏକ କିଲୋମିଟର

author img

By

Published : Jul 3, 2022, 7:11 AM IST

Updated : Jul 3, 2022, 9:58 AM IST

ଛାତ୍ରଛାତ୍ରୀଙ୍କ ଅବିଶ୍ବସନୀୟ ଇ-ବାଇକ: ୨୦ ପାଇସାରେ ଗଡିବ ଏକ କିଲୋମିଟର
ଛାତ୍ରଛାତ୍ରୀଙ୍କ ଅବିଶ୍ବସନୀୟ ଇ-ବାଇକ: ୨୦ ପାଇସାରେ ଗଡିବ ଏକ କିଲୋମିଟର

ପେଟ୍ରୋଲର ମହଙ୍ଗା ମାଡ ଆଉ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଢେଙ୍କାନାଳ ସ୍ଥିତ ସିନେର୍ଜି ବୈଷୟିକ ପ୍ରତିଷ୍ଠାନର ମେକାନିକାଲ ଓ ଇଲେକ୍ଟ୍ରିକାଲ ଡିପ୍ଲୋମା ଛାତ୍ରଛାତ୍ରୀ ମାନେ ପ୍ରସ୍ତୁତ କରିଛନ୍ତି ଏକ ଅବିଶ୍ବସନୀୟ ଇ-ବାଇକ । ଯାହା ମାତ୍ର ୨୦ ପଇସାରେ ବାଇକ ଗଡିବ ଏକ କିଲୋମିଟର । ଅଧିକ ପଢନ୍ତୁ

ଢେଙ୍କାନାଳ: ମାତ୍ର ୨୦ ପଇସାରେ ବାଇକ ଗଡିବ ଏକ କିଲୋମିଟର । ପେଟ୍ରୋଲର ମହଙ୍ଗା ମାଡ ସାଙ୍ଗକୁ ପରିବେଶ ପ୍ରଦୂଷଣରୁ ମୁକ୍ତି ପାଇଁ ଇ-ବାଇକର ଚାହିଦା ବଢୁଥିବା ବେଳେ ଢେଙ୍କାନାଳ ସ୍ଥିତ ସିନେର୍ଜି ବୈଷୟିକ ପ୍ରତିଷ୍ଠାନର ମେକାନିକାଲ ଓ ଇଲେକ୍ଟ୍ରିକାଲ ଡିପ୍ଲୋମା ୩ୟ ବର୍ଷର ଛାତ୍ରଛାତ୍ରୀ ମାନେ ପ୍ରସ୍ତୁତ କରିଛନ୍ତି ଏଭଳି ଏକ ଇ-ବାଇକ । ସିନର୍ଜୀ ପ୍ରତିଷ୍ଠାନ ପରିସରରେ ଶନିବାର ଆୟୋଜିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଲୋକାର୍ପଣ କରିଛନ୍ତି ।

ଛାତ୍ରଛାତ୍ରୀଙ୍କ କମାଲ: ପ୍ରସ୍ତୁତ କଲେ E-Bike, 20 ପଇସାରେ ଗଡିବ ଏକ କିଲୋମିଟର

ଏହି ଅବସରରେ ଉପସ୍ଥିତ ଥିବା ପ୍ରତିଷ୍ଠାନର ପରିଚାଳନା କମିଟି ଅଧ୍ୟକ୍ଷ ବିନୋଦ ଦାଶ ଏହି ଇ-ବାଇକ ସମ୍ପର୍କରେ ସୂଚନା ଦେଇଛନ୍ତି । ବାଇକଟି ଏକ କିଲୋମିଟର ଗଡ଼ିବା ପାଇଁ ମାତ୍ର ୨୦ ପଇସା ଖର୍ଚ୍ଚ ହେବ । ଏକ ହଜାର ୱାଟ ମୋଟର ଓ ୪୮ ଭୋଲ୍ଟ ଲିଥିୟମ ବ୍ୟାଟେରୀ ବିଶିଷ୍ଟ ଏହି ବାଇକ ଗୋଟିଏ ଥର ଚାର୍ଜରେ ୯୫ରୁ ୧୦୫ କିଲୋମିଟର ଯାଇପାରିବ । ଏହାର ମୂଲ୍ୟ ଗ୍ରାହକଙ୍କୁ ଶୋ’ରୁମରେ ମାତ୍ର ୮୦ରୁ ୯୦ ହଜାର ଟଙ୍କାରେ ମିଳିଯାଇ ପାରିବ ବୋଲି ଜଣାପଡିଛି । ଯାହାକି ବଜାରରେ ଏହି ସିନର୍ଜୀ ଇ-ବାଇକ ଚାହିଦା ସୃଷ୍ଟି କରିପାରିବେ ବୋଲି ଆଶା କରାଯାଇଛି ।

ଇଟିଭି ଭାରତ, ଢେଙ୍କାନାଳ

Last Updated :Jul 3, 2022, 9:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.