ETV Bharat / state

ଟ୍ରକ ଧକ୍କାରେ ଶାଳକ ମୃତ, ଭିଣୋଇ ଗୁରୁତର

author img

By

Published : Oct 16, 2022, 10:16 AM IST

ଟ୍ରକ ଧକ୍କାରେ ଶଳା ମୃତ, ଭିଣୋଇ ଗୁରୁତର
ଟ୍ରକ ଧକ୍କାରେ ଶଳା ମୃତ, ଭିଣୋଇ ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା NH ୫୩ ବାରିହାପୁର କାମାକ୍ଷାନଗରରେ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଶାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଭିଣୋଇ ଗୁରୁତର । ଅଧିକ ପଢନ୍ତୁ

ଢେଙ୍କାନାଳ: ଢେଙ୍କାନାଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ଶାଳକ ମୃତ, ଭିଣୋଇ ଗୁରୁତର । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା NH ୫୩ ବାରିହାପୁର କାମାକ୍ଷାନଗରରେ ଘଟିଛି ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଉଭୟଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଉଭୟ ଶାଳକ ଭିଣୋଇ ଢେଙ୍କାନାଳ ସ୍ଥିତ କାମାକ୍ଷାନଗରିଆ ଢ଼ାବାରୁ ଭୋଜନ ସାରି ଏକ ବାଇକରେ ବାରିହାପୁର ଅଭିମୁଖେ ଯାଉଥିଲେ । ତେବେ ସେମାନଙ୍କୁ ସାମ୍ନାପଟୁ ଆସି ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପରଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ଶାଳକକୁ ମୃତ ଘୋଷଣା କରିଥିଲେ । ଭିଣୋଇ ବିଷ୍ଣଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ମୃତକ ଜଣକ ହେଉଛନ୍ତି ପରଜଙ୍ଗ ଥାନା ବାରିହାପୁର ଗ୍ରାମର ଶାନ୍ତନୁ ସାହୁ, ଗୁରୁତର ଜଣକ ହେଲେ କାମାକ୍ଷା ନଗର ଥାନା ଶିବିଳାପଶି ଗ୍ରାମର ବିଷ୍ଣୁ ବିଶ୍ବାଳ । ସେପଟେ ଦୁର୍ଘଟଣା ଘଟଇଥିବା ଟ୍ରକ ଡ୍ରାଇଭରକୁ ପୋଲିସ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.