ETV Bharat / state

REPOLLING: ଢେଙ୍କାନାଳରେ ଚାଲିଛି ସାନି ମତଦାନ

author img

By

Published : Feb 23, 2022, 2:04 PM IST

Updated : Feb 23, 2022, 2:44 PM IST

REPOLLING : ଢେଙ୍କାନାଳ ଜିଲ୍ଲାରେ ଚାଲିଛି ସାନି ମତଦାନ
REPOLLING : ଢେଙ୍କାନାଳ ଜିଲ୍ଲାରେ ଚାଲିଛି ସାନି ମତଦାନ

ଢେଙ୍କାନାଳ ଜିଲ୍ଲାରେ ଚାଲିଛି ସାନି ମତଦାନ । ଗନ୍ଦିଆଁ ବ୍ଲକର ୪ ଟି ବୁଥରେ ଜନତା ମତଦାନ କରୁଛନ୍ତି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ କେନ୍ଦ୍ରରେ ଘଟିଥିବା ହିଂସାକୁ ନେଇ ମତଦାନ ବାତିଲ ହୋଇଥିବା ବୁଥ ମାନଙ୍କରେ ପୁନଃ ମତଦାନ ପ୍ରକ୍ରିୟା ଚାଲିଛି। ଅଧିକ ପଢନ୍ତୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଚାଲିଛି ସାନି ମତଦାନ । ଗଁନ୍ଦିଆ ବ୍ଲକର ୪ ଟି ବୁଥରେ ଜନତା ମତଦାନ କରୁଛନ୍ତି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ କେନ୍ଦ୍ରରେ ଘଟିଥିବା ହିଂସାକୁ ନେଇ ମତଦାନ ବାତିଲ ହୋଇଥିବା ବୁଥ ମାନଙ୍କରେ ପୁନଃ ମତଦାନ ପ୍ରକ୍ରିୟା ଚାଲିଛି। ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ନିହଲ ପ୍ରସାଦ ପଞ୍ଚାୟତର ୨ ନମ୍ବର, ୬ ନମ୍ବର,୭ ନମ୍ବର ଓ ୧୧ନମ୍ବର ବୁଥରେ ସାନି ମତଦାନ ଚାଲିଛି। ସକାଳ ୯ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବାବେଳେ ଏହି ସାନି ମତଦାନ ପ୍ରକ୍ରିୟା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲୁରହିବ ।

REPOLLING: ଢେଙ୍କାନାଳରେ ଚାଲିଛି ସାନି ମତଦାନ

ମତଦାନ ବେଳେ ପୁଣି କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୨ ପ୍ଲାଟୁନ ମୁତୟନ କରାଯାଇଛି । ଏହା ସହ ନିହଲ ପ୍ରସାଦ ପଞ୍ଚାୟତ ଚାରିପାଖରେ କାଦ ପୋଲିସ ପହରା ସାଙ୍ଗକୁ ନୀଳପ୍ରସାଦ ଗାଁକୁ ଚାରିପଟୁ ସିଲ କରିଦିଆଯାଇଛି । ଖୋଦ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଆଧିକ୍ଷକଙ୍କ ସମେତ ଜିଲ୍ଲାର ବରିଷ୍ଠ ପୁଂକ୍ଷ ଅଧିକାରୀ ଡେରା ପକାଇଥିବା ଜଣାପଡିଛି ।

ପ୍ରକାଶଯୋଗ୍ୟ, ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଗତ ୧୬ତାରିଖ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ଏହି ବୁଥ ଗୁଡି଼କୁ ଦୁର୍ବୁତ୍ତ ମାନେ କବ୍ଜା କରି ନେଇଥିଲେ । ଏପରିକି ପୁଲିଂ କର୍ମଚାରୀ ମାନଙ୍କୁ ମାଡ଼ ମାରି ୧୧ନମ୍ବର ବୁଥର ଭୋଟ ବାକ୍ସ ମଧ୍ୟ ନେଇ କୂଅରେ ପକାଇଦେଇଥିବା ଭଳି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated :Feb 23, 2022, 2:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.