ETV Bharat / state

କାଜୁ ବଗିଚାରେ ବୃଦ୍ଧାଙ୍କୁ ଦଳି ମାରିଲା ହାତୀ

author img

By

Published : May 31, 2023, 9:57 AM IST

elephant attack in dhenkanal
elephant attack in dhenkanal

ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଦିନବନ୍ଧୁପୁର ତଟକା କାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

elephant attack in dhenkanal

ଢେଙ୍କାନାଳ: ହାତୀ ଆକ୍ରମଣରେ ୭୦ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ । ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଦିନବନ୍ଧୁପୁର ତଟକା କାଜୁ ଜଙ୍ଗଲରେ ଏପରି କାଣ୍ଡ ଘଟାଇଛି ବଣୁଆ ହାତୀ । ତେବେ ମୃତ ବୃଦ୍ଧ ଜଣଙ୍କ ସଦର ଥାନା ଦୀନବନ୍ଧୁ ପୁର ତଟକା ଗ୍ରାମର ବିକଳ ସାହୁ ବୋଲି ଜଣାପଡିଛି ।

ସୂଚନା ମୁତାବକ, ବିକଳ ତାଙ୍କ ଗ୍ରାମ ପାଖ ତଟକା କାଜୁ ଜଙ୍ଗଲକୁ ବଗିବାକୁ ଯାଇ ଆଉ ଫେରିନଥିଲେ । ଫଳରେ ତାଙ୍କ ପରିବାର ଓ ଗ୍ରାମବାସୀ ଗତ ସୋମବାର ରାତିରେ ତାଙ୍କୁ ଖୋଜାଖୋଜି କରିଥିଲେ । ପରେ ବିଳମ୍ବିତ ରାତିରେ କାଜୁ ଜଙ୍ଗଲରୁ ତାଙ୍କ କ୍ଷତ ବିକ୍ଷତ ମୃତଦେହ ଠାବ ହୋଇଥିବା ଜଣାପଡ଼ିଛି । ଏନେଇ ଖବର ପାଇ ଗତକାଲି ସଦର ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନେବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ତେବେ ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ି ଚାଲିଛି l ବାରମ୍ବାର ହାତୀ ଆକ୍ରମଣର ଶିକାର ହୋଇ ଲୋକଙ୍କ ଜୀବନ ଯାଉଛି l ହାତୀପଲ କାଜୁ ଖାଇବା ପାଇଁ ଗ୍ରାମପାଖ କାଜୁ ଜଙ୍ଗଲକୁ ଆସୁଥିବା ବେଳେ କାଜୁ ବଗିଚାକୁ କାଜୁ ତୋଳିବାକୁ ଯାଇଥିବା ଲୋକ ହାତୀ ସମ୍ମୁଖରେ ପଡି ଆକ୍ରମଣର ଶିକାର ହେଉଛନ୍ତି । ଯାହା ଫଳରେ ଅକାଳରେ ଲୋକଙ୍କ ଜୀବନ ଚାଲିଯାଉଛି l ସେହିପରି ଗତ 19ତାରିଖ ଦିନ ଆଉ ଜଣକୁ ହାତୀ ପାଦରେ ଦଳି ମାରିଦେଇଥିଲା । ଢେଙ୍କାନାଳ ବନଖଖଣ୍ଡର କପିଳାଶ ବନାଞ୍ଚଳ ଅନ୍ତର୍ଗତ ଚଦ୍ରଶେଖର ପୁର ଗ୍ରାମରେ କାଜୁ ତୋଟାକୁ ଯାଇଥିବା ବେଳେ ପାଦରେ ଦଳି ମାରିଦେଇଥିଲା ହାତୀ । ମାରିବା ପରେ ମୃତଦେହ ପାଖରେ ହାତୀ ପଲ ଜଗି ରହିଥିବାରୁ ଉଦ୍ଧାର ହୋଇପାରି ନଥିଲା ମୃତଦେହ ।

ଏହା ମଧ୍ୟ ପଢନ୍ତୁ- କୂଅ ଖୋଳିବାକୁ ଯାଉଥିଲେ, ଶ୍ରମିକଙ୍କୁ ଦଳିଦେଲା ଦନ୍ତା

ଏହା ମଧ୍ୟ ପଢନ୍ତୁ- ରାଜଧାନୀରେ ପଶିଲା ଦନ୍ତା, ସାଲିଆ ସାହି ବସ୍ତିରେ ଖେଲାଇଲା ଆତଙ୍କ

ଦିନକୁ ଦିନ ଗଜରାଜଙ୍କ ଆତଙ୍କରାଜ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ଦିନ କୌଣସି ନା କୌଣସି ଗାଁରେ ପଶି ଫସଲ ନଷ୍ଟ କରିବା ସହ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ଜଙ୍ଗଲ କ୍ଷୟ ହେବା ଯୋଗୁଁ ଜନବସତି ମୁହାଁ ହେଉଛନ୍ତି ହାତୀପଲ। ମଣିଷ ଓ ହାତୀ ମଧ୍ୟରେ ଚାଲିଥିବା ଲଢେଇରେ କେତେବେଳେ ହାତୀ ଟଳି ପଡୁଛି ତ ପୁଣି କେତେବେଳେ ମଣିଷ ମୃତ୍ୟୁବରଣ କରୁଛି । ହେଲେ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳୁଛି।ସେପଟେ ଗାଁ ନିକଟରେ ଏହି ହାତୀ ପଲଙ୍କ ଉପସ୍ଥିତିରୁ ଆତଙ୍କିତ ଅଞ୍ଚଳବାସୀ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.