ETV Bharat / state

କୂଅ ଖୋଳିବାକୁ ଯାଉଥିଲେ, ଶ୍ରମିକଙ୍କୁ ଦଳିଦେଲା ଦନ୍ତା

author img

By

Published : May 27, 2023, 9:35 AM IST

Updated : May 27, 2023, 10:13 AM IST

ମୟୂରଝାଲିଆ କମାଗୁରୁ ରାସ୍ତାରେ ଅଭାବନୀୟ ଘଟଣା। କୂଅ ଖୋଳିବାକୁ ଯାଉଥିବା ଶ୍ରମିକକୁ ଦଳି ମାରିଦେଲା ଦନ୍ତା । ଅଧିକ ପଢନ୍ତୁ

man killed in elephant attack at khordha
man killed in elephant attack at khordha

man killed in elephant attack at khordha

ଖୋର୍ଦ୍ଧା: ଥମୁନି ହାତୀ ମଣିଷ ଲଢେଇ । କୂଅ ଖୋଳିବାକୁ ଯାଉଥିବା ଶ୍ରମିକକୁ ଦଳି ଦେଲା ଦନ୍ତା । ଖୋର୍ଦ୍ଧା ଜିଲ୍ଲାର ବନଖଣ୍ଡ ଟାଙ୍ଗି ରେଞ୍ଜ ମୟୂରଝାଲିଆ କମାଗୁରୁ ରାସ୍ତାରେ ଘଟିଛି ଏହି ଅଘଟଣ । ମୃତ ଶ୍ରମିକ ହେଲେ ସତ୍ୟ ବେହେରା । ମୃତ ସତ୍ୟଙ୍କ ଘର ରଣପୁର ବ୍ଲକ ନରସିଂହପୁର ପଞ୍ଚାୟତ ନାଟିମି ଗ୍ରାମରେ ବୋଲି ଜଣାପଡିଛି । ଆଜି(ଶନିବାର) ସକାଳୁ କାମରେ ଯାଉଥିବା ବେଳେ ଦନ୍ତା ହାବୁଡରେ ପଡି ଯାଇଥିଲେ ସତ୍ୟ ।


ସୂଚନା ଅନୁଯାୟୀ, ଆଜି ସକାଳୁ ସତ୍ୟ ଓ ଅନ୍ୟ ଦୁଇଜଣ କୂଅ ଖୋଳିବା ପାଇଁ ସାଇକେଲ ଯୋଗେ କମାଗୁରୁ ଗ୍ରାମକୁ ଯାଉଥିଲେ । ସେଇ ସମୟରେ ଟାଙ୍ଗି ରେଞ୍ଜ ମୟୂରଝାଲିଆ କମାଗୁରୁ ରାସ୍ତାରେ ଏକ ଜଙ୍ଗଲୀ ଦନ୍ତା ହଠାତ୍‌ ରାସ୍ତା ଉପରକୁ ଆସିଯାଇଥିଲା । ହାତୀକୁ ଦେଖି ଅନ୍ୟ ଦୁଇଜଣ ଖସି ଆସିଥିବା ବେଳେ ସତ୍ୟ ହାତୀ ହାବୁଡ଼ରେ ପଡ଼ି ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ମୃତଦେହ ପଡି ରହିଥିବା ବେଳେ ଉତେଜନା ପ୍ରକାଶ ପାଇଛି । ଦ୍ରୁତ ଜଙ୍ଗଲ ଅବକ୍ଷୟ କାରଣରୁ ଜଙ୍ଗଲୀ ଜନ୍ତୁ ଜନବସତି ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ବିଶେଷକରି ଖାଦ୍ୟ ଅନ୍ବେଷଣରେ ଜଙ୍ଗଲୀ ହାତୀ ଜନବସତି ମଧ୍ୟକୁ ଆସିବାରୁ ହାତୀ ମଣିଷ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି ଆଉ କେତେବେଳେ ମଣିଷ ତ ଆଉ କେତେବେଳେ ହାତୀର ଜୀବନ ଯାଉଛି ।

ହାତୀ-ମଣିଷ ଲଢେଇ ନଜର ପକାନ୍ତୁ 10 ବର୍ଷର ତଥ୍ୟ ଉପରେ( 2013ରୁ 2023): ବନ ବିଭାଗର ୧୦ ବର୍ଷର ତଥ୍ୟ ଅନୁଯାୟୀ (2013ରୁ 2023) ହାତୀ 33 ଜଣଙ୍କୁ ମାରିଥିବା ବେଳେ 13ଟି ହାତୀ ମରିଛନ୍ତି । ସେହିପରି ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି ୭୬ ଜଣ । ୫୭ ହଜାର ୭୩୦ ହେକ୍ଟର ପରିବ୍ୟାପ୍ତ ବନାଞ୍ଚଳକୁ ନେଇ ଗଠିତ ଖୋର୍ଦ୍ଧା ବନଖଣ୍ଡ ହାତୀଙ୍କ ସୁରକ୍ଷା ପାଇଁ ୧୫ଟି ସ୍କାର୍ଡ ଗଠନ ହୋଇଛି । ୧୯ଟି ହାତୀଚଲାପଥ ଉପରେ ବିଭାଗ ରଖିଛି ତୀକ୍ଷ୍ଣଣ ନଜର । ଏହା ସତ୍ତ୍ବେ ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ଟାଙ୍ଗୀ, ବାଲୁଗାଁ, ବାଲିପାଟଣା, ଡ଼େଲାଙ୍ଗ ଓ ରଣପୁର ବନାଞ୍ଚଳରେ ହାତୀ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ଯାହାକି ଘୋର ଉଦବେଗର ବିଷୟ ।

ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହାତୀ: ବିଗତ କିଛି ବର୍ଷ ହେବ ଜଙ୍ଗଲୀ ଜନ୍ତୁ ଜନବସତି ମୁହାଁ ହୋଇଛନ୍ତି । କାଠମାଫିଆଙ୍କ ଉପଦ୍ରବ ହେଉ ଅବା ଜଙ୍ଗଲ ଅବକ୍ଷୟ ଏସବୁ କାରଣରୁ ହାତୀ ଏବେ ଜନବସତି ମୁହାଁ । ଅନ୍ୟପକ୍ଷରେ ଗ୍ରାମ୍ୟ ଜଙ୍ଗଲ ଓ କାଜୁ ଜଙ୍ଗଲ ଗୁଡ଼ିକରେ ବେଆଇନ ମୋରମ ଚାଲାଣ ଏବଂ ପଥର ମାଫିଆଙ୍କ ଉପଦ୍ରବ ଯୋଗୁ ହାତୀକୁ ଖାଦ୍ୟ ଓ ପାନୀୟର ଅଭାବ ଦେଖାଦେଇଛି । ଫଳରେ ମାଳ ମାଳ ହାତୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗଲାବେଳେ ରାସ୍ତା , ରେଳଲାଇନରେ କଟି ପ୍ରାଣ ହରାଉଛି । ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଅଧିକାଶଂ ହାତୀଙ୍କ ଜୀବନ ଚାଲିଯାଉଛି । ସେହିଭଳି ହାତୀ ସାମ୍ନାରେ ପଡି ଅକାଳରେ ଜୀବନ ହାରୁଛି ମଣିଷ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated :May 27, 2023, 10:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.