ରାଜଧାନୀରେ ପଶିଲା ଦନ୍ତା, ସାଲିଆ ସାହି ବସ୍ତିରେ ଖେଲାଇଲା ଆତଙ୍କ

By

Published : May 29, 2023, 2:08 PM IST

thumbnail

ଭୁବନେଶ୍ବର: ରାଜଧାନୀରେ ପଶିଲା ଦନ୍ତା । ୧ ଘଣ୍ଟା ଧରି ସାଲିଆ ସାହିରେ ଆତଙ୍କ ଖେଳାଇଲା । ସ୍ଥାନୀୟ ମୈତ୍ରୀ ବିହାର ଥାନା ଅନ୍ତର୍ଗତ ୨ଶହ ଫୁଟିଆ ରାସ୍ତାରେ ଗୋଟିଏ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା । ଲୋକେ ପାଟି କରିବାରୁ ହାତୀ ସାଲିଆ ସାହି ଭିତରେ ପଶି ଯାଇଥିଲା । ଦୀର୍ଘ ସମୟ ଧରି ହାତୀଟି ସାହି ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ପାଟ୍ରୋଲିଂ କରୁଥିବା ପିସିଆର ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ହେଲେ ଘଉଡାଇବାକୁ ସକ୍ଷମ ନ ହେବାରୁ ବନବିଭାଗ କର୍ମଚାରୀ ପହଞ୍ଚି ହାତୀକୁ ଘଉଡାଇଥିବା ସୂଚନା ମିଳିଛି । 

ପ୍ରକାଶ ଥାଉକି, ପୂର୍ବରୁ ମଧ୍ୟ ରାଜଧାନୀ ଭୁବନେଶ୍ବରରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଜଙ୍ଗଲୀ ହାତୀଟି ସହର ଭିତରକୁ ପଶିଯିବା ବେଳେ ତାକୁ ପାତ୍ରପଡ଼ା ଶନି ମନ୍ଦିର ନିକଟରୁ ଟ୍ରାଙ୍କୁଲାଇଜ୍‌ କରି ବନ ବିଭାଗ ଧରିବାରେ ସମର୍ଥ ହୋଇଥିଲା । ଏହି ଦନ୍ତା ହାତୀଟି ଧଉଳି‌ରୁ ଗ୍ୟାରଜ୍‌ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ତାପରେ ସେଠାରୁ ସୁନ୍ଦରପଦା, ପୋଖରୀପୁଟ ଦେଇ ଆଇଗିଣିଆ ଆଡ଼େ ଯାଇଥିଲା । ହାତୀଟି ସହରର ଭିତରକୁ ପଶି ଆସିଥିବାରୁ ତାକୁ ଘଉଡ଼େଇବା ପାଇଁ ପ୍ରାୟ ୬୦ ବନ କର୍ମଚାରୀ ନିୟୋଜିତ ହୋଇ ନାକେଦମ ହୋଇଥିଲେ । ପରବର୍ତ୍ତୀ ସମୟରେ ହାତୀକୁ ଟ୍ରାଙ୍କୁଲାଇଜ କରି ଜଙ୍ଗଲ ମଧ୍ୟକୁ ଦନ୍ତା ହାତୀକୁ ଛଡା ଯାଇଥିଲା ।

ତେବେ ଚନ୍ଦକା ଜଙ୍ଗଲରୁ ବାରମ୍ବାର ହାତୀ ସହର ମଧ୍ୟକୁ ପ୍ରବେଶ କରୁଛନ୍ତି । ଦିନ ଦ୍ବିପହରରେ ହେଉ କି ମଧ୍ୟରାତ୍ରିରେ ହେଉ ସହର ମଧ୍ୟରେ ହାତୀ ପଶିବା ପରେ ଭୟ ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକ ମାନେ କହିଛନ୍ତି । ଏଭଳି ହେଲେ ଜନଜୀବନ ବିପଦରେ ପଡ଼ିବେ ବୋଲି କହିଛନ୍ତି । ତେବେ ଚନ୍ଦକା ଜଙ୍ଗଲ ଚାରି ପାଖରେ ପାଚେରୀ ହୋଇଥିବା ବେଳେ ତାହା କିଛି ଅଂଶ ଭାଙ୍ଗି ଯାଇଛି । ତେଣୁ ସେହି ପଟେ ହାତୀ ସହର ମଧ୍ୟକୁ ପ୍ରବେଶ କରୁଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.