ETV Bharat / state

ପତ୍ନୀଙ୍କ କଳିରେ ବଳି ପଡିଲେ ପତି

author img

By

Published : Dec 19, 2021, 6:51 AM IST

ପତ୍ନୀଙ୍କ କଳିରେ ବଳି ପଡିଲେ ପତି
ପତ୍ନୀଙ୍କ କଳିରେ ବଳି ପଡିଲେ ପତି

ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଘର ରାସ୍ତାକୁ ନେଇ ପ୍ରଥମେ ଝଗଡା । ପତ୍ନୀଙ୍କ ସହ ପଡୋଶୀଙ୍କ ପାଟିତୁଣ୍ଡରୁ ହସ୍ତକ୍ଷେପ କରିବାରୁ ସଂଘବଦ୍ଧ ଆକ୍ରମଣର ଶିକାର ହେଲେ ସ୍ବାମୀ । ଏଥିରେ ବଳି ପଡିଲେ ଜଗନ୍ନାଥ । ଅଧିକ ପଢନ୍ତୁ

ଢେଙ୍କାନାଳ: ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଘର ରାସ୍ତାକୁ ନେଇ ପ୍ରଥମେ ଝଗଡା । ପତ୍ନୀଙ୍କ ସହ ପଡୋଶୀଙ୍କ ପାଟିତୁଣ୍ଡରୁ ହସ୍ତକ୍ଷେପ କରିବାରୁ ସଂଘବଦ୍ଧ ଆକ୍ରମଣର ଶିକାର ହେଲେ ସ୍ବାମୀ । ଏଥିରେ ବଳି ପଡିଲେ ଜଗନ୍ନାଥ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତରଭା ଗାଁରେ । ଆକ୍ରମଣର ଶିକାର ହୋଇ ମୃତ୍ୟୁ ଘଟିଥିବା ବ୍ୟକ୍ତି ଜଣଙ୍କ ତରଭା ଗ୍ରାମ ସଞ୍ଜପାଲି ସାହିର ଜଗନ୍ନାଥ ନାୟକ ବୋଲି ଜଣାପଡିଛି ।

ପତ୍ନୀଙ୍କ କଳିରେ ବଳି ପଡିଲେ ପତି

ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ପଡ଼ୋଶୀ ରଥ ନାୟକଙ୍କ ପତ୍ନୀଙ୍କ ସହ ଜଗନ୍ନାଥଙ୍କ ପତ୍ନୀଙ୍କର ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ଜଗନ୍ନାଥ ହସ୍ତକ୍ଷେପ କରିଥିଲେ ।

ଫଳରେ ରଥ ନାୟକଙ୍କ ପରିବାର ଲୋକେ ସଂଘବଦ୍ଧ ହୋଇ ଜଗନ୍ନାଥଙ୍କୁ ଆକ୍ରମଣ କରିଥିଲେ । ଫଳରେ ସେ ଗୁରୁତର ହୋଇ ପଡିଥିଲେ । ପରେ ଜଗନ୍ନାଥଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ଚିକିତ୍ସା କରି ଛାଡିଦେଇଥିଲେ । ଜଗନ୍ନାଥଙ୍କୁ ନେଇ ପରିବାର ଲୋକେ ଘରକୁ ପଳାଇଥିଲେ । ମାତ୍ର ଶନିବାର ଘରେ ଜଗନ୍ନାଥଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ଜଗନ୍ନାଥଙ୍କ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ କ୍ରମେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ପରିବାରର ସମସ୍ତେ ଫେରାର ହୋଇଯାଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.