ETV Bharat / state

୩୧ ଆଦିବାସୀ ପିଲାଙ୍କ ପାଠରେ ଡୋରି: ବନ୍ଦ ସ୍କୁଲ ଖୋଲିବାକୁ ଦାବି

author img

By

Published : May 20, 2022, 9:38 PM IST

୩୧ ଆଦିବାସୀ ପିଲାଙ୍କ ପାଠରେ ଡୋରି: ବନ୍ଦ ସ୍କୁଲ ଖୋଲିବାକୁ ଦାବି
୩୧ ଆଦିବାସୀ ପିଲାଙ୍କ ପାଠରେ ଡୋରି: ବନ୍ଦ ସ୍କୁଲ ଖୋଲିବାକୁ ଦାବି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ନବକିଶୋରପୁର କାଳିପୋଇ ପ୍ରାଥମିକ ସ୍କୁଲ ବନ୍ଦ ଯୋଗୁଁ ପାଠପଢ଼ାରୁ ବଞ୍ଚିତ ଛାତ୍ରଛାତ୍ରୀ । ପ୍ରତିବାଦରେ କୁନି କୁନି ପିଲାଙ୍କୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ଘେରାଉ । ଅଧିକ ପଢନ୍ତୁ

ଢେଙ୍କାନାଳ: ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ସ୍କୁଲ ସମିଶ୍ରଣ ଆଇନ ଯୋଗୁଁ ୩୧ ଜଣ କୁନି କୁନି ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଠରେ ବନ୍ଧାହୋଇଛି ଡୋରି । ଏପରି ଅଭାନୀୟ ସ୍ଥିତି ଉପୁଜିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ନବକିଶୋରପୁର ପଞ୍ଚାୟତ ଅନ୍ତର୍ଗତ କାଳିପୋଇ ପ୍ରାଥମିକ ବିଦ୍ୟାଳୟରେ । ଫଳରେ ଏହି ବିଦ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ କରିବା ଦାବିରେ ସ୍କୁଲର ୩୧ ଜଣ କୁନି କୁନି ପିଲାଙ୍କ ସମେତ ଗ୍ରାମବାସୀ ମାନେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି ।

୩୧ ଆଦିବାସୀ ପିଲାଙ୍କ ପାଠରେ ଡୋରି: ବନ୍ଦ ସ୍କୁଲ ଖୋଲିବାକୁ ଦାବି

ସ୍କୁଲ ଓ ଗଣଶିକ୍ଷା ବିଭାଗର ସ୍କୁଲ ସମିଶ୍ରଣ ଆଇନର ଦୂରଦୃଷ୍ଟି ଅଭାବ ଓ ଏପରି ଦୁରୂପଯୋଗକୁ ତୀଵ୍ର ବିରୋଧ କରିଛନ୍ତି ଗ୍ରାମବାସୀ । ଏସଂକ୍ରାନ୍ତରେ ଏକ ସ୍ମାରକପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଗତ ଦୁଇବର୍ଷ ଧରି କୋଭିଡ କଟକଣାରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଏହି କାଳିପୋଇ ଗ୍ରାମସ୍ଥିତ କାଳିପୋଇ ପ୍ରାଥମିକ ସ୍କୁଲର ପିଲାମାନେ ମୋବାଇଲ ନେଟୱର୍କ ଅଭାବ ଯୋଗୁଁ ପାଠପଢାରୁ ସମ୍ପୂର୍ଣ୍ଣ ବଞ୍ଚିତ ଥିଲେ । ମାତ୍ର ତା’ପରେ କମ ଉପସ୍ଥାନ ଦର୍ଶାଇ ଏହି ସ୍କୁଲକୁ ଗ୍ରାମଠାରୁ ସାଢ଼େ ୩ କିଲୋମିଟର ଦୂର କପିସାହି ସ୍କୁଲରେ ମିଶାଇ ଦିଆଯାଇଛି ।

ବିଶେଷ କରି ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ସାଙ୍ଗକୁ ହାତୀ ମାନଙ୍କ ଉପଦ୍ରବ ଲାଗିରହିଛି । ସେପଟେ କୁନି କୁନି ପିଲାମାନେ ଜଙ୍ଗଲ ଭିତରେ ସାଢ଼େ ୩ କିଲୋମିଟର ଅନ୍ୟ ସ୍କୁଲକୁ ଯିବା ବିପଦ ସଙ୍କୁଳ ହୋଇପଡିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ପିଲାମାନଙ୍କ ଜୀବନ ସୁରକ୍ଷା ଦୃଷ୍ଟିରୁ ୩୧ଜଣ ପିଲା ଆଉ ପାଠ ପଢିବାକୁ ଯାଇପାରୁ ନଥିବା ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ଗୋଟିଏ ପଟରେ ପ୍ରାଥମିକ ଶିକ୍ଷା ଓ ଆଦିବାସୀ ପିଲାମାନଙ୍କ ପାଇଁ ଶିକ୍ଷା ଦାନର ସ୍ବତନ୍ତ୍ର ଯୋଜନା କରୁଥିବା ବେଳେ ଏହା ଆଦିବାସୀ ବହୁଳ ସ୍କୁଲ ହୋଇଥିଲେ ମଧ୍ୟ କିପରି ଏହାକୁ ବନ୍ଦକାରଗଲା ହିନ୍ଦୋଳର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶ୍ନ ଉଠାଇଛନ୍ତି । ଯାହାଫଳରେ ଏଜି ଆଦିବାସୀ ସମ୍ପ୍ରଦାୟର ୩୧ ଜଣ ଛାତ୍ରଛାତ୍ରୀ ପ୍ରାଥମିକ ଶିକ୍ଷାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.