ETV Bharat / state

ଜମିବାଡ଼ି ବିବାଦରୁ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, 3 ଗୁରୁତର

author img

By

Published : Jul 2, 2022, 8:36 AM IST

Updated : Jul 2, 2022, 9:11 AM IST

group clashes for land dispute in dhenkanal
ଜମିବାଡ଼ି ବିବାଦରୁ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ 3 ଗୁରୁତର

ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଥାନା ଜୟପୁରା କାଟେଣି ଗ୍ରାମରେ ଜମିବାଡ଼ି ବିବାଦରୁ ଗୋଷ୍ଠୀ ସଂଘର୍ଷ ଘଟିଛି । ଦୁଇ ପରିବାର ମଧ୍ୟରେ ବଚସା ଓ ପରେ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା । କଟୁରି ଓ ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଥିବାବେଳେ ପୁଅ ସମେତ ଦୁଇ ପୁତୁରା ଗୁରୁତର ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଢେଙ୍କାନାଳ: ଜିଲ୍ଲାର କାମାକ୍ଷାନଗର ଥାନା ଜୟପୁରା କାଟେଣି ଗ୍ରାମରେ ଜମିବାଡ଼ି ବିବାଦରୁ ଗୋଷ୍ଠୀ ସଂଘର୍ଷ ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ଦୁଇ ପରିବାର ମଧ୍ୟରେ ବଚସା ଓ ପରେ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା । କଟୁରି ଓ ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଥିବାବେଳେ ପୁଅ ସମେତ ଦୁଇ ପୁତୁରା ଗୁରୁତର ହୋଇଛନ୍ତି । ମୃତକ ଜଣକ ଜୟପୁରାକାଟେଣି ଗ୍ରାମର ବୈକୁଣ୍ଠ ସାହୁ ବୋଲି ଜଣାପଡ଼ିଛି ।

ଜମିବାଡ଼ି ବିବାଦରୁ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, 3 ଗୁରୁତର

ସୂଚନା ମୁତାବକ, ମୃତ ବୈକୁଣ୍ଠ ସାହୁ ଓ ତାଙ୍କ ଭାଇଙ୍କ ମଧ୍ୟରେ ଏକ ଜମିକୁ ନେଇ ବିବାଦ ଲାଗିରହିଥିଲା । ତେବେ ବୈକୁଣ୍ଠ ସେହି ଜମିକୁ ଖୋଳୁଥିବା ସମୟରେ ତାଙ୍କ ପୁତୁରା ସଞ୍ଜୟ ପ୍ରତିବାଦ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ହାତହାତି ହୋଇଥିଲା । ପରେ ବୈକୁଣ୍ଠଙ୍କ ପୁଅ ଓ ସଞ୍ଜୟଙ୍କ ଭାଇ ଓ ବାପାଙ୍କ ମଧ୍ୟରେ ଟାଙ୍ଗିଆ ଓ କଟୁରୀରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବୈକୁଣ୍ଠଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ଜଣ ଗୁରୁତର ହୋଇଥିବା ଜଣାପଡିଛି ।

ଗୁରୁତରଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ କାମାକ୍ଷାନଗର ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଢେଙ୍କାନାଳ

Last Updated :Jul 2, 2022, 9:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.