ETV Bharat / state

ଲକଡାଉନ ଆଳରେ ଭୁବନ ଡାକଘର ବନ୍ଦ, ଗ୍ରାହକ ଅସନ୍ତୋଷ

author img

By

Published : May 5, 2021, 8:18 PM IST

essential service stop in bhuban
ଲକଡାଉନ ଆଳର ଜରୁରୀ ସେବା ଠପ

ଲକଡାଉନ ଆଳରେ ଭୁବନରେ ଡାକଘର ବନ୍ଦକୁ ନେଇ ଗ୍ରାହକ ଅସନ୍ତୋଷ । ସେପଟେ ଲକଡାଉନ ସମୟରେ ଅତ୍ୟାବଶ୍ୟକୀୟ ଦୋକାନ ବଜାର ସମେତ ଜରୁରୀକାଳିନ ସେବା ଚାଲୁ ରଖିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ଢେଙ୍କାନାଳ: ଜିଲ୍ଲା ଭୁବନରେ ଡାକଘର ବନ୍ଦକୁ ନେଇ ଗ୍ରାହକ ହନ୍ତସନ୍ତ । ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ ଆରମ୍ଭ ହୋଇଛି । ତେବେ ଏହି ଲକଡାଉନ ସମୟରେ ଅତ୍ୟାବଶ୍ୟକୀୟ ଦୋକାନ ବଜାର ଖୋଲା ରହିବା ସହିତ ଜରୁରୀକାଳିନ ସରକାରୀ ସେବା ଚାଲୁ ରଖିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଲକଡାଉନ ଆଳର ଜରୁରୀ ସେବା ଠପ

ଢେଙ୍କାନାଳ ଜିଲ୍ଲା ଭୁବନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଭୁବନରେ ଥିବା ଉପ ଡାକଘରଟି ବନ୍ଦ ରହିଥିବା ଦେଖାଯାଇଛି । ଯାହାଫଳରେ କି କିଛି ଡାକଘରର କର୍ମଚାରୀ ବାହାରେ ଅପେକ୍ଷା କରି ବସିଥିବା ଦେଖିବାକୁ ମିଳିଛି । ଏପରିକି ଡାକସେବା ପରି ଜରୁରୀ କାର୍ଯ୍ୟରେ ଆସି ଗ୍ରାହକମାନେ ପୋଷ୍ଟମାଷ୍ଟରଙ୍କୁ ଅପେକ୍ଷା କରି ନିରାଶ ହୋଇ ଫେରୁଥିବାର ଦେଖିବାକୁ ମିଳିଛି । ଭୁବନ ଉପଡାକଘର ଅଧିକାରୀ ପିତବାସ ସାହୁଙ୍କ ଦେଖା ନଥିବାବେଳେ ଡାକଘରେ ତାଲା ଝୁଲୁଛି । ବର୍ତ୍ତମାନ ଲୋକମାନଙ୍କର ଅଭାବ ଅସୁବିଧା ଥିବାବେଳେ ଡାକଘରୁ ଟଙ୍କା ଉଠାଇ ନ ପାରି ହତାଶ ହୋଇପଡିଛନ୍ତି । ଯାହାକୁ ନେଇ ଭୁବନରେ ଜନ ଅସନ୍ତୋଷ ବଢିବାରେ ଲାଗିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.