ETV Bharat / state

ଢେଙ୍କାନାଳର ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ, ପହଞ୍ଚିଲା ପ୍ରଶାସନ

author img

By

Published : Aug 28, 2020, 7:24 PM IST

Dhenkanl flood
Dhenkanl flood

ବ୍ରାହ୍ମଣୀ ବନ୍ୟା ଜଳରେ ଢେଙ୍କାନାଲ ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତା ଉପରେ ଓ ଗାଁ ଗୁଡିକରେ 4 ରି 5 ଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି । ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ । ପହଞ୍ଚିଲା ପ୍ରଶାସନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଢେଙ୍କାନାଳ: ବ୍ରାହ୍ମଣୀ ବନ୍ୟା ଜଳରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତା ଉପରେ ଓ ଗାଁ ଗୁଡିକରେ 4 ରୁ 5 ଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଢେଙ୍କାନାଳ ଭୁବନ ,ପିଙ୍ଗୁଆ ଯାଜପୁର ଓ ନିଲାକଣ୍ଠପୁର ଆଦି ଅଞ୍ଚଳରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ବର୍ଷା ଛାଡିଯାଇଥିଲେ ମଧ୍ୟ ବ୍ରାହ୍ମଣୀ ଫୁଲିବାରେ ଲାଗିଛି । ଜିଲ୍ଲାର ସଦର ମହକୁମାରୁ ଭୁବନକୁ ଯୋଗାଯୋଗ କରୁଥବା ମୁଖ୍ୟ ରାସ୍ତାର ମନ୍ଦାର ଠାରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ପିଙ୍ଗୁଆ ଦଶମାଣପୁର ପାଟଣା ରାସ୍ତାରେ ୫ ଫୁଟର ପାଣି ଯୋଗୁଁ ଯାଜପୁର ସହ ଯୋଗାଯୋଗ ବିଛିନ୍ନ ହୋଇଛି ।

ଢେଙ୍କାନାଳ ଜିଲ୍ଲାର ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ; ଲୋକଙ୍କ ପାଖେ ପହଞ୍ଚିଲା ପ୍ରଶାସନ

ସେପଟେ ଗଁନ୍ଦିଆ ନୀଳକଣ୍ଠପୁର ଓ ମନ୍ଦାର ଦିଗାମ୍ବରପୁର ମୁଖ୍ୟ ରାସ୍ତା ଉପରେ ତିନି ରୁ ଚାରି ଫୁଟର ବନ୍ୟାପାଣି ପ୍ରବାହିତ ହେଉଛି । ଯଦ୍ବାରା ଗଁନ୍ଦିଆ ଓ ଭୁବନ ବ୍ଲକ ର ୨୦ ରୁ ୨୫ଟି ଗ୍ରାମବାସୀ ଏକପ୍ରକାର ଜଳବନ୍ଦୀ ହୋଇ ରହିଛନ୍ତି । ନଦୀକୂଳରେ ରହିଥିବା ଢେଙ୍କାନାଲ ଜିଲ୍ଲାର ଓଡପଡା ବ୍ଲକର ସାତ ଆଠଟି ଗାଁ ବନ୍ୟା ଜଳରେ ବୁଡିରହିଛି। ଲଗାଣ ବର୍ଷରୁ ଟିକିଏ ମୁକ୍ତି ମିଳିଥିଲେ ମଧ୍ୟ ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା ଲୋକଙ୍କ ଦୁର୍ଦଶା ବଢାଇଦେଇଛି । ଲୋକେ ନାନା ହନ୍ତସନ୍ତ ହେଉଛନ୍ତି ।

ଅନ୍ୟପଟେ ଗଁଦିଅ ବ୍ଲକ ଦିଗାମ୍ବରପୁର ପଞ୍ଚାୟତ ପର୍ବତକଣିଆ ଗାଁରେ ସ୍ୱତନ୍ତ୍ର ବୋଟ ଯୋଗେ ପହଞ୍ଚିଛନ୍ତି ଜିଲାପାଳ। ବର୍ତ୍ତମାନ ଗଁନ୍ଦିଆ ବ୍ଲକର ଅନେକ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଛି । ବ୍ଲକର ଦିଗାମ୍ବରପୁର ପଞ୍ଚାୟତର ପର୍ବତକଣି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଗ୍ରାମବାସୀ ଏକ ପ୍ରକାର ଜଳବନ୍ଦୀ ହୋଇ ରହିଛନ୍ତି। ବୋଟ ଯୋଗେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଉକ୍ତ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.