ETV Bharat / state

6 ଲକ୍ଷ ଟଙ୍କା ସାଇବର ଠକେଇ ଅଭିଯୋଗ

author img

By

Published : May 26, 2023, 9:17 PM IST

ସାଇବର ଠକେଇର ଶିକାର ହୋଇଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ଅନ୍ତର୍ଗତ ମହୁଲପାଳ ଗ୍ରାମର ଜଣେ ଯୁବକ । ବ୍ୟାଙ୍କ ଆକାଉଣ୍ଟକୁ ବାହାର ରାଜ୍ୟରୁ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର ହେବା ସହ ଉଠାଯାଉଥିବାବେଳେ ତାଙ୍କ ପାଖରେ ଖବର ନାହିଁ । ଅଧିକ ପଢନ୍ତୁ

6 ଲକ୍ଷ ଟଙ୍କା ସାଇବର ଠକେଇ ଅଭିଯୋଗ
6 ଲକ୍ଷ ଟଙ୍କା ସାଇବର ଠକେଇ ଅଭିଯୋଗ

6 ଲକ୍ଷ ଟଙ୍କା ସାଇବର ଠକେଇ ଅଭିଯୋଗ

ଢେଙ୍କାନାଳ: ଯୁବକଙ୍କ ଆକାଉଣ୍ଟରୁ 6 ଲକ୍ଷ ଟଙ୍କା ସାଇବର ଠକେଇ ହୋଇଥିବା ଅଭିଯୋଗ ଆସିଛି । ଢେଙ୍କାନାଳ ଜିଲ୍ଲା ଭୁବନ ଅନ୍ତର୍ଗତ ମହୁଲପାଳ ଗ୍ରାମର ରାଜୁ ମଲ୍ଲିକ ସାଇବର ଠକେଇର ଶିକାର ହୋଇଛନ୍ତି l ସୂଚନା ମୁତାବକ, ମୁମ୍ବାଇର ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି ରାଜୁ । ହେଲେ ଆଜକୁ ୪ ମାସ ପୂର୍ବେ ସେ ଗାଁକୁ ଆସିଥିଲେ । ଏହି ସମୟରେ ରାଜୁ ନିଜ ଭିଣୋଇଙ୍କର ବନ୍ଧୁ ଦୀପ୍ତିରଞ୍ଜନ କରଙ୍କ ସମ୍ପର୍କରେ ଆସିଥିଲେ । ନିଜ ଭିଣୋଇଙ୍କ ବନ୍ଧୁଙ୍କ ପ୍ରରୋଚନାରେ ଆସି ଠକାମିର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ରାଜୁ ।

ରାଜୁଙ୍କ ଅଭିଯୋଗ ଅନୁସାରେ କଳିଙ୍ଗନଗର ଟାଟା ପ୍ଲାଣ୍ଟ୍‌ରେ ତାଙ୍କୁ ସୁପରଭାଇଜର ଚାକିରିର ପ୍ରଲୋଭନ ଦେଖାଇଥିଲେ ଦୀପ୍ତିରଞ୍ଜନ । ପରେ ଦୀପ୍ତିରଞ୍ଜନ କର ରାଜୁଙ୍କ ସହିତ ଯାଇ ଗତ ମାର୍ଚ୍ଚ 7 ତାରିଖରେ ଭୁବନ ଶାଖା HDFC ବ୍ୟାଙ୍କରେ ଖାତା ଖୋଲିଥିଲେ । କିନ୍ତୁ ବଡ଼ ଚତୁରତା ସହିତ ଦୀପ୍ତିରଞ୍ଜନ ରାଜୁ ମଲ୍ଲିକଙ୍କ ନାମରେ ଚେକ୍ ବୁକ୍, ଏଟିଏମ କାର୍ଡ ଏବଂ ବ୍ୟାଙ୍କିଂ ସେବା ଏମିତିକି ବ୍ୟାଙ୍କ ଖାତା ସହିତ ନିଜ ମୋବାଇଲ ନମ୍ବରକୁ ଲିଙ୍କ୍‌ ମଧ୍ୟ କରିଥିଲେ ।

ଚାକିରି ହୋଇଯାଇଛି ଖୁବଶୀଘ୍ର କାର୍ଯ୍ୟରେ ଯୋଗଦେବ କହି ଆଧାର କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ରାଜୁଙ୍କୁ ଦେବା ପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ ଦୀପ୍ତିରଞ୍ଜନ। କିନ୍ତୁ ୧୦ ଦିନ ପୂର୍ବେ ବ୍ୟାଙ୍କ କର୍ମଚାରୀ ରାଜୁଙ୍କ ଘରକୁ ଯାଇ କହିଥିଲେ ଯେ ତୁମ ଖାତାକୁ ୧ ଲକ୍ଷ ଟଙ୍କା ଆସିଛି ଫେରାଇ ଦିଅ । ଅନୁଧ୍ୟାନରୁ ଜଣାପଡିଲା ଯେ, ରାଜସ୍ଥାନରୁ ଏକ ଖାତାରୁ ୧ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଛି ।

ତେଣୁ ବ୍ୟାଙ୍କ କର୍ମଚାରୀ ଟଙ୍କା ଫେରସ୍ତ କରିବାକୁ ରାଜୁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଟଙ୍କା ବିଷୟରେ କୌଣସି କଥା ଜାଣି ନଥିବା ସେ ପ୍ରକାଶ କରିଥିଲେ । ତେବେ ବ୍ୟାଙ୍କ୍‌ରେ ତଦାରଖ କରିବାରୁ ମୋଟ ୬ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଡିପୋଜିଟ ହୋଇ ଉଠା ଯାଇଥିବା ଜଣାପଡିଥିଲା । ଘଟଣାକୁ ନେଇ ସନ୍ଦେହ ବଢିବାରୁ ଦୀପ୍ତିରଞ୍ଜନ କରଙ୍କ ଘରେ ଗ୍ରାମ୍ୟ କମିଟି ବସାଯାଇଥିଲା । କମିଟିରେ ଦୀପ୍ତିରଞ୍ଜନଙ୍କ ମାଆ ଟଙ୍କା ଫେରାଇବାକୁ ରାଜି ହୋଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଟଙ୍କା ଫେରି ନପାଇବାରୁ ଭୁବନ ଥାନାର ଦ୍ବାରସ୍ଥ ହୋଇଛନ୍ତି ରାଜୁ ମଲ୍ଲିକ । ସେପଟେ ଅଭିଯୁକ୍ତ ଦୀପ୍ତିରଞ୍ଜନ ଫେରାର ଥିବାବେଳେ ତାକୁ ଖୁବଶୀଘ୍ର ଧରିବାକୁ ପୋଲିସ ନିକଟରେ ନିବେଦନ କରିଛନ୍ତି ଅଭିଯୋଗକାରୀ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.