ETV Bharat / state

ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ କଲେଜ, ଛାତ୍ରୀଙ୍କ ଉପରେ ମାଡିଗଲା ବସ

author img

By

Published : Jan 9, 2023, 1:09 PM IST

Updated : Jan 9, 2023, 2:12 PM IST

ଢେଙ୍କାନାଳ ଧଳପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କଲେଜ ଛାତ୍ରୀଙ୍କ ଉପରେ ବସ ମାଡିଯିବାରୁ ଜଣେ ମୃତ ଜଣେ ଆହତ । ଅଧିକ ପଢନ୍ତୁ

college student died after truck accident
college student died after truck accident

college student died after truck accident

ଢେଙ୍କାନାଳ: କଲେଜରେ ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ସ୍କୁଟି ଯୋଗେ ବାହାରିଥିଲେ । କଲେଜରେ ପହଞ୍ଚିବା ପରେ ନାଚଗୀତରେ ମସଗୁଲ ହେବେ ବୋଲି ଭାବିଥିଲେ । କିନ୍ତୁ ଅଶୁଭ ପାଲଟିଗଲା ସୋମବାର । କଲେଜରେ ପହଞ୍ଚିବା ପୂର୍ବରୁ ଅଧା ବାଟରେ ଚାଲିଗଲା ଜୀବନ । ସ୍କୁଟିରେ ଯାଉଥିବା ବେଳେ କଲେଜ ଛାତ୍ରୀଙ୍କ ଉପରେ ମାଡିଗଲା ମୃତ୍ୟୁର ବସ । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ମୋଟଙ୍ଗା ଥାନା ଅନ୍ତର୍ଗତ ବେଳପଡା ଗ୍ରାମର ଇପସିତାବରାଳ ଓ ଆହତ ଜଣଙ୍କ ହେଉଛନ୍ତି କାଉଁରିଆପାଳ ଗ୍ରାମର ଶ୍ରେୟାଶ୍ରୀ ମହାନ୍ତି । ଉଭୟ ସ୍ଥାନୀୟ ସତ୍ୟମ ଶିବମ ସୁନ୍ଦରମ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ହୋଇଥିବା ଜଣାପଡିଛି । ମୋଟଙ୍ଗା ଥାନା ଅନ୍ତର୍ଗତ ଧଳପୁର ଛକ ନିକଟରେ ଆଜି ସକାଳ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏନେଇ ଖବର ପାଇବା ପରେ ସ୍ଥାନୀୟ ଲୋକେ ଓ କଲେଜ ଛାତ୍ର ଛାତ୍ରୀ ଜାତୀୟ ରାଜପଥ ଅବରୋଧ କରିଥିବାରୁ ଉତ୍ତେଜନା ପ୍ରକାଶ ପାଇଛି ।

ଆଜି ସତ୍ୟମ ଶିବମ ସୁନ୍ଦରମ କଲେଜରେ ବାର୍ଷିକ ଉତ୍ସବ ଥିଲା । ଏହି ଅବସରରେ ଯୋଗ ଦେବା ପାଇଁ ଇପସିତା ଓ ଶ୍ରେୟାଶ୍ରୀ ଏକ ସ୍କୁଟି ଯୋଗେ ଘରୁ କଲେଜ ଅଭିମୁଖେ ବାହାରିଥିଲେ । ତେବେ ଧଳପୁର ଛକ ନିକଟରେ ସ୍କୁଟିରେ କୁକୁର ଧକ୍କା ହେବାରୁ ରାସ୍ତାରେ ଉଭୟ ଖସି ପଡ଼ିଥିଲେ । ମାତ୍ର ପଛରୁ ରୁଙ୍ଗଟା କାରଖାନାକୁ ଯାଉଥିବା ବସ ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ଇପସିତାଙ୍କର ମୃତ୍ୟୁ ଘଟିଥିବାବେଳେ ଗୁରୁତର ଛତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାକୁ ପଠାଇଥିଲେ ।

ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ଓ କଲେଜ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଦୁର୍ଘଟଣା ସ୍ଥଳ ଧଳପୁର ଛକରେ ଦୁର୍ଘଟଣା ଘଟିଥିବା ବସକୁ ଅଟକ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ । ରାସ୍ତା ସଂପ୍ରସାରଣ ଆଳରେ ପକାଉଥିବା କାରଖାନା ପାଉଁଶ ଗୁଣ୍ଡ ଉଡି ରାସ୍ତା ଦେଖାଯାଉନଥିବାରୁ ଏହି ଦୁର୍ଘଟଣା ପାଇଁ ଏନ ଏଚ କାର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ ମୃତାହତ ଛାତ୍ରୀଙ୍କ ଦୁର୍ଘଟଣା ଜନିତ କ୍ଷତିପୂରଣ ଦାବିରେ ରାସ୍ତା ଉପରେ ବସି ରହିଛନ୍ତି ଉତ୍ୟକ୍ତ ଲୋକେ ।

ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଗାଡି ମଟର ସବୁ ଠିଆ ହୋଇ ରହିଥିବାବେଳେ ଢେଙ୍କାନାଳ ଓ ଅନୁଗୋଳ ମଧ୍ୟରେ ଯୋଗାଯୋଗ ବିଚ୍ଚିନ୍ନ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ମୋଟଙ୍ଗା ଥାନା ପୋଲିସ ଓ ଓଡ଼ପଡା ତହସିଲଦାର ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝା ସୁଝା ଜାରି ରଖିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

Last Updated :Jan 9, 2023, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.