ETV Bharat / state

ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : Nov 17, 2020, 5:15 PM IST

kankadahada girl child murder and rape case
ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ପର୍ଦ୍ଦାଫାଶ କଲା ପୋଲିସ । ହତ୍ୟା ଅଭିଯୋଗର ମୁଖ୍ୟ ଅଭିଯୁକ୍ତ ଶଙ୍କର୍ଷଣ ଦେହୁରୀକୁ ଗିରଫ କଲା କଙ୍କଡାହାଡ଼ ପୋଲିସ । ଅଧିକ ପଢନ୍ତୁ...

ଢେଙ୍କାନାଳ: ଜିଲ୍ଲାରେ 5 ବର୍ଷୀୟ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ପୋଲିସ। ମୁଖ୍ୟ ଅଭିଯୁକ୍ତ ଯାଜପୁର ଜିଲ୍ଲା କାଳିଆପାଣିର ଗ୍ରାମ ଦେହୁରି ସାହିର ଶଙ୍କର୍ଷଣ ଦେହୁରିକୁ ଗିରଫ କରିଛି କଙ୍କଡାହାଡ ପୋଲିସ। ଏନେଇ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି କାମାକ୍ଷାନଗର ଏସଡିପିଓ ।

ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ସୂଚନା ଅନୁଯାୟୀ ଗତ ୧୩ ତାରିଖ ଶୁକ୍ରବାର ଦିନ ଜଙ୍ଗଲରେ କେହି ଦୁର୍ବୃତ୍ତ ୫ ବର୍ଷୀୟ ଶିଶୁକୁ ଦୁଷ୍କର୍ମ ପରେ ନିର୍ମମ ଭାବରେ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ସକାଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଜଙ୍ଗଲ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ,କଙ୍କଡ଼ାହାଡ଼ ଥାନା ଅଧିକାରୀ ଆଶିଷ ଜେନା ଓ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଘଟଣାରେ ଗ୍ରାମରୁ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା ପୋଲିସ। ହେଲେ ସମାନଙ୍କ ଠାରୁ କୌଣସି ସୂଚନା ପାଇପାରିନଥିଲା । ଶେଷରେ ମୁଖ୍ୟ ଅଭିଯୁକ୍ତ କାଳିଆପାଣିର ଶଙ୍କର୍ଷଣ ଦେହୁରୀଙ୍କୁ କଙ୍କଡାହାଡ଼ ପୋଲିସ ଗିରଫ କରଛି।

ଶଙ୍କର୍ଷଣ ମୃତ ଶିଶୁର ସମ୍ପର୍କରେ ଧରମ ମାମୁଁ ହେବ। ଗତ ୧୨ ତାରିଖ ଗୁରୁବାର ଦିନ ଶିଶୁଟି ଧରମ ମାମୁଁ ସହ ସନ୍ଧ୍ୟା ପର୍ଯ୍ୟନ୍ତ ହାଟ ବୁଲିବା ଓ ଚାଟ ଆଦି ଖାଇଥିଲା । ସନ୍ଧ୍ୟାପରେ ସେହି ଘଟଣାସ୍ଥଳକୁ ନେଇଯାଇ ଦୁଷ୍କର୍ମ ଉଦ୍ୟମ କରିଥିଲା ଏବଂ ବିଫଳ ହେବାପରେ ଧରାପଡିଯିବା ଭୟରେ ପଥରରେ ଛେଚି ହତ୍ୟା କରିଥିବା ସ୍ବୀକାର କରିଛି ଅଭିଯୁକ୍ତ। ହତ୍ୟା କରିଥିବା ଦିନ ପିନ୍ଧିଥିବା ରକ୍ତଭିଜା ପ୍ୟାଣ୍ଟ,ସାର୍ଟ ପୋଲିସ ଜବତ କରିଛି । ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.