ETV Bharat / state

ଅଦିନିଆ ବର୍ଷା ଯୋଗୁଁ ଉଜୁଡି ଗଲା ପନିପରିବା ଓ ପିଆଜ ଚାଷ, ଚାଷୀ ହତାଶ

author img

By

Published : Mar 6, 2020, 9:10 PM IST

ଦେବଗଡ଼ ଜିଲ୍ଲାରେ ଅଦିନିଆ ଲଗାଣ ବର୍ଷା ହେବା ଫଳରେ ରିଆମାଳ ବ୍ଲକର ପିଆଜ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଚାଷ ଉଜୁଡି ଯିବାରୁ ମୁଣ୍ଡରେ ହାତ ଦେଇ ବସି ରହିଛନ୍ତି ପିଆଜ ଚାଷୀ । ଅଧିକ ପଢନ୍ତୁ...

vegitable-and-onion-farmer-frastuated-by-recent-rain-in-deogarh
ଅଦିନିଆ ବର୍ଷା ଯୋଗୁଁ ଉଜୁଡି ଗଲା ପନିପରିବା ଓ ପିଆଜ ଚାଷ, ଚାଷୀ ହତାଶ

ଦେବଗଡ: ବର୍ଷା ଧୋଇଦେଲା ପିଆଜ ଚାଷ , ମୁଣ୍ଡରେ ହାତଦେଇ ବସିଲେ ପିଆଜ ଚାଷୀ । କିଛିଦିନ ପୂର୍ବରୁ ଦେବଗଡ଼ ଜିଲ୍ଲାରେ ଅଦିନିଆ ଲଗାଣ ବର୍ଷା ହେବା ଫଳରେ ରିଆମାଳ ବ୍ଲକର ପିଆଜ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଚାଷ ଉଜୁଡି ଯିବାରୁ ମୁଣ୍ଡରେ ହାତ ଦେଇ ବସି ରହିଛନ୍ତି ପିଆଜ ଚାଷୀ ।

ଅଦିନିଆ ବର୍ଷା ଯୋଗୁଁ ଉଜୁଡି ଗଲା ପନିପରିବା ଓ ପିଆଜ ଚାଷ, ଚାଷୀ ହତାଶ

ଦେବଗଡ଼ ଜିଲ୍ଲାରେ ହୋଇଥିବା ଅଦିନିଆ ଲଗାଣ ବର୍ଷା ଫଳରେ ରିଆମାଳ ବ୍ଲକର ପିଆଜ ଚାଷ ସମେତ ଅନ୍ୟାନ୍ୟ ପନିପରିବା ଓ ରବି ଜାତୀୟ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଚାଷ ଜମିରେ ପାଣି ଜମି ରହିବା ଯୋଗୁଁ ଏହି ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲାର ରିଆମାଳ ବ୍ଲକର ରିଆମାଳ, ତିମୂର , ମଲେହିପଡା , ଆଡ଼ସ , ବାବରାକୋଟ , ରେଙ୍ଗାଳବାହାଲ ଓ ଧରମପୁର ଆଦି ଅଞ୍ଚଳ ବିଶେଷକରି ପିଆଜ ଚାଷ ପାଇଁ ବେଶ ଜଣାଶୁଣା । ଏହି ଅଞ୍ଚଳର ଅଧିକାଂଶ ଚାଷୀ ପ୍ରତିବର୍ଷ ପିଆଜଚାଷ କରିବା ସହିତ ଅନ୍ୟାନ୍ୟ ପନିପରିବା ଓ ରବିଜାତୀୟ ଫସଲ ଅମଳ କରି ପରିବାର ପ୍ରତିପୋଷଣ କରିଥାନ୍ତି ।

ଚଳିତ ମାସ ଜିଲ୍ଲାରେ କିଛିଦିନ ଧରି ଜାରି ରହିଥିବା ଲଗାଣ ଯୋଗୁଁ ବର୍ଷା ଏ ଅଞ୍ଚଳର ଶହ ଶହ ଏକର ପରିମିତ ଚାଷ ଜମିରେ ହୋଇଥିବା ପିଆଜ , ପନିପରିବା ଓ ରବି ଜାତୀୟ ଫସଲ ବ୍ୟାପକ କ୍ଷୟ କ୍ଷତି ହୋଇଛି । ଫଳରେ ଧାର କରଜ ଆଣି ଚାଷକାର୍ଯ୍ୟ ଆରମ୍ଭ କରିଥିବା ଏ ଅଞ୍ଚଳର ବହୁ ସଂଖ୍ୟାରେ ଗରିବ ଶ୍ରେଣୀ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ କ୍ଷତି ସହିଥିବା ଚାଷୀଙ୍କ କ୍ଷୟକ୍ଷତିର ସଠିକ ଆକଳନ କରି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ସହାୟତା ରାଶି ଯୋଗାଇଦେବାକୁ ଚାଷୀ ମହଲରେ ଦାବି ହେଉଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.