ETV Bharat / state

ସାଇକେଲକୁ ଧକ୍କା ଦେଲା ଟାଟାଏସି, ଜଣେ ମୃତ

author img

By

Published : May 4, 2021, 10:43 PM IST

ସାଇକେଲକୁ ଧକ୍କା ଦେଲା ଟାଟାଏସି, ସାଇକେଲ ଆରୋହୀ ମୃତ
ସାଇକେଲକୁ ଧକ୍କା ଦେଲା ଟାଟାଏସି, ସାଇକେଲ ଆରୋହୀ ମୃତ

ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଢଳ ଗ୍ରାମଠାରେ 49 ନଂ ଜାତୀୟ ରାଜପଥରେ ଦୁର୍ଘଟଣା । ଟାଟା ଏସି ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ । ଗାଡ଼ି ଚାଳକ ଫେରାର । ଅଧିକ ପଢନ୍ତୁ...

ଦେବଗଡ଼: ଥାନା ଅନ୍ତର୍ଗତ କଣ୍ଢଳ ଗ୍ରାମଠାରେ 49 ନଂ ଜାତୀୟ ରାଜପଥରେ ଦୁର୍ଘଟଣା । ଟାଟା ଏସି ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି(ମଙ୍ଗଳବାର) ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ କଣ୍ଢଳ ଗ୍ରାମର ରବିନ୍ଦ୍ର ସାହୁଙ୍କ ପୁଅ ପ୍ରମୋଦ କୁମାର ସାହୁ (୪୫), କଣ୍ଢଳ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ସାଇକେଲ ଯୋଗେ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ବାରକୋଟ ପଟୁ ଦେବଗଡ଼ ଅଭିମୁଖେ ଆସୁଥିବା ଏକ ଟାଟା ଏସି ଗାଡ଼ି, ସେଣ୍ଟ୍ରାଲ ବ୍ୟାଙ୍କ ସମ୍ମୁଖ ୪୯ନଂ ଜାତୀୟ ରାଜପଥରେ ପ୍ରମୋଦଙ୍କୁ ଧକ୍କା ଦେଇଥିଲା। ଫଳରେ ପ୍ରମୋଦ ରାସ୍ତା ଉପରକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ଗୁରୁତର ପ୍ରମୋଦକୁ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା। ସୂଚନା ପାଇ ଦେବଗଡ଼ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଓ ସାଇକେଲକୁ ଜବତ କରିଛି । ଏପଟେ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.