ETV Bharat / state

ପାରିବାରିକ କଳହରୁ ଜୀବନ ହାରିଲେ ଯୁବକ !

author img

By ETV Bharat Odisha Team

Published : Jan 12, 2024, 9:16 PM IST

Young Man Dies By Suicide: ପରିବାରରେ ଅଶାନ୍ତି ଲାଗି ରହୁଥିବାରୁ ଜୀବନ ହାରିଲେ ଯୁବକ । ପରିବାର ଲୋକଙ୍କ ଅଭିଯୋଗ ପରେ ଛାନଭିନ ଚଲାଇଛି ଓଲଟପୁର ପୋଲିସ । ଅଧିକ ପଢନ୍ତୁ

ପାରିବାରିକ କଳହରୁ ଗଲା ଜୀବନ
ପାରିବାରିକ କଳହରୁ ଗଲା ଜୀବନ

ପାରିବାରିକ କଳହରୁ ଗଲା ଜୀବନ

ନିଆଳି: ପାରିବାରିକ କଳହର କରୁଣ ପରିଣତି । ପରିବାରରେ ଅଶାନ୍ତି ଲାଗି ରହୁଥିବାରୁ ଜୀବନ ହାରିଲା ପୁଅ । ମାଆ ଓ ପୁଅଙ୍କ ମଧ୍ୟରେ ଲାଗିରହିଥିବା କଳହ ଯୋଗୁଁ ଶେଷରେ ପୁଅ ଜୀବନ ହାରିଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଆଲୋକଙ୍କ ମାଆ ଶାନ୍ତିଲତା । ସେପଟେ ଅଭିଯୋଗ ଆଧାରରେ ଛାନଭିନ ଚଳାଇଛି ଓଲଟପୁର ପୋଲିସ । ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି ପୋଲିସ ।


ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ତଥା ଓଲଟପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । କଣ୍ଟାପଡ଼ା ଗ୍ରାମର ଶାନ୍ତିଲତା ସାହୁଙ୍କ ପୁଅ ହେଲେ ଆଲୋକ ସାହୁ । ଆଲୋକଙ୍କ ବୟସ ମାତ୍ର ୩୦ ବର୍ଷ । ଦୀର୍ଘ ଦିନ ଧରି ମାଆ ପୁଅଙ୍କ ମଧ୍ୟରେ କଳହ ଲାଗିରହିଥିଲା । ଏ ସମ୍ପର୍କରେ ପୋଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି ଆଲୋକଙ୍କ ମାଆ ଓ ମାମୁଁ । ଗତ ଗୁରୁବାର ରାତିରେ ଆଲୋକ ନିଜ ଘରେ ଜୀବନ ହାରିଥିବା ଜଣାପଡିଛି ।

ମାଆ ଶାନ୍ତିଲତା ଓଲଟପୁର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଆଲୋକ କାହିଁକି ଜୀବନ ହାରିଲେ ତାହାର କାରଣ ଖୋଜିବା ପାଇଁ ଓଲଟପୁର ପୋଲିସ ତଦନ୍ତ ଜାରି ରଖିଛି ।‌ ଏହାସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଛି ପୋଲିସ । ତେବେ ଆଲୋକଙ୍କ ମାମୁଁଙ୍କ କହିବା କଥା, "ପୂର୍ବରୁ ଅନେକ ଥର ଘରେ ଏଭଳି ବଚସା ଲାଗି ରହେ । ଆଲୋକ ମଦ୍ୟପାନ କରି ଅନେକ ସମୟରେ ମାରପିଟ୍ କରନ୍ତି । ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସ ଘଟଣା ପ୍ରତି କର୍ଣ୍ଣପାତ କରିନାହିଁ ।"

ଏହା ମଧ୍ୟ ପଢନ୍ତୁ...ଜୀବନ ହାରିଲେ ସିମୁଳିଆ ବିଡିଓ

ପୂର୍ବରୁ ଆଲୋକ ନିଜ ମାଆ ଓ ଭଉଣୀଙ୍କ ସହ ପାଟିତୁଣ୍ଡ ସହ ପାରପିଟ୍ କରିଥିବା ଅଭିଯୋଗ ଆଣିଛନ୍ତି ଆଲୋକଙ୍କ ମାଆ ଶାନ୍ତିଲତା । ସେହିପରି ଘଟଣା ଘଟିବା ପୂର୍ବରୁ ଆଲୋକ ଚିକେନ୍ ଆଣି ମାଆଙ୍କୁ ତୁରନ୍ତ ରୋଷେଇ କରିବା ପାଇଁ କହିଥିଲେ । ହେଲେ ମାଆ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହିଭଳିଭାବେ ମଦ୍ୟପାନ କରି ଅନେକ ସମୟରେ ଆଲୋକ ପରିବାରଲୋକଙ୍କ ସହ ବଚସା କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଆଲୋକ କେଉଁ ପରିସ୍ଥିତିରେ ଜୀବନ ହାରିଲେ ନା ଏହା ଏକ ହତ୍ୟାକାଣ୍ଡ ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.