ETV Bharat / state

ବାଲଟ ବକ୍ସରେ ପାଣି ଢାଳିଲେ ଦୁର୍ବୃତ୍ତ ! ମତଦାନ ବନ୍ଦ

author img

By

Published : Feb 22, 2022, 9:07 PM IST

ବାଲଟ ବକ୍ସରେ ପାଣି ଢାଳିଲେ ଦୁର୍ବୃତ୍ତ, ମତଦାନ ବନ୍ଦ
ବାଲଟ ବକ୍ସରେ ପାଣି ଢାଳିଲେ ଦୁର୍ବୃତ୍ତ, ମତଦାନ ବନ୍ଦ

ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଭୋଟଦେବା ପାଇଁ ମତଦାତାଙ୍କୁ ବାଧ୍ୟ କରିବାକୁ ନେଇ ଉତ୍ତେଜନା । ମତଦାନ ବନ୍ଦ । ଅଧିକ ପଢନ୍ତୁ

ନିଆଳି: ଭୋଟ କେନ୍ଦ୍ରରେ ଉତ୍ତେଜନା । ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଭୋଟଦେବା ପାଇଁ ମତଦାତାଙ୍କୁ ପ୍ରବର୍ତ୍ତାଇବା ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ଖୋର୍ଦ୍ଧା ଜିଲ୍ଲା ସୋମଣା ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ଘଟଣା । ଆଜି (ମଙ୍ଗଳବାର) ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲୁଥିବା ସମୟରେ ଭୋଟକେନ୍ଦ୍ରରେ ଦେଖାଦେଇଥିଲା ଉତ୍ତେଜନା ।

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ସୋମଣା ପଞ୍ଚାୟତର ୩ ନମ୍ବର ୱାର୍ଡରେ ମତଦାନ ଚାଲି ଥିବାବେଳେ କିଛି ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟଦେବା ପାଇଁ ପ୍ରବର୍ତ୍ତାଇବା ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏଥିସହ ବାଲଟ ବକ୍ସରେ ଦୁବୃର୍ତ୍ତମାନେ ପାଣି ଢାଳିଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଫଳରେ ସମ୍ପୃକ୍ତ ବୁଥରେ ମତଦାନ ବନ୍ଦ ରହିଥିଲା ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.