ETV Bharat / state

କେନାଲରେ ଭାସୁଛି ଅଜଣା ଯୁବକର ମୃତଦେହ, ତଦନ୍ତ ଜାରି

author img

By

Published : Aug 16, 2019, 11:37 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

ପଟ୍ଟାମୁଣ୍ଡାଇ କେନାଲର ତ୍ରିବେଣୀଶ୍ବର ସାଇଫନ ନିକଟରେ ଆଜି ସକାଳୁ ଜଣେ ଅଜଣା ଯୁବକର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ଉକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


କଟକ: ପଟ୍ଟାମୁଣ୍ଡାଇ କେନାଲର ତ୍ରିବେଣୀଶ୍ବର ସାଇଫନ ନିକଟରେ ଆଜି ସକାଳୁ ଜଣେ ଅଜଣା ଯୁବକର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ଉକ୍ତ ଯୁବକର ପରିଚୟ ମିଳିନଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି । ଉଦ୍ଧାର ମୃତ ଯୁବକର ବୟସ ପାଖାପାଖି 30ରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ମୃତଦେହଟି କେନାଲ ପାଣିରେ ଭାସି ଭାସି ଯାଉଥିଲା । ସେପଟେ ଏସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ପଟ୍ଟାମୁଣ୍ଡାଇ କେନାଲର ତ୍ରିବେଣୀଶ୍ବର ସାଇଫନ ନିକଟରେ ଆଜି ସକାଳୁ ଜଣେ ଅଜଣା ଲୋକର ଶବ ଭାଷୁଥିବା ଦେଖିବାକୁ ମିଳିଥିଲା। ଏହି ଅଚିହ୍ନା ଲୋକଟି କୌଣସି କାରଣରୁ ପାଣିକୁ ଡେଇଁ ଆତ୍ମହତ୍ୟା କରିଥାଇପାରେ କିମ୍ବା କେହି ତାଙ୍କୁ ହତ୍ୟା କରିଥାଇ ପାରେ ବୋଲି ଚର୍ଚ୍ଚା ହେଉଛି।ତେବେ ସେନେଇ କୌଣସି ସଠିକ ସୂଚନା ମିଳିପାରିନାହିଁ l ଲୋକଟିର ବୟସ ତିରିଶ ବର୍ଷରୁ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି l ସ୍ଥାନୀୟ ଲୋକେ ପୋଲିସକୁ ଖବର କରିଥିବା ଜଣାପଡିଛି l ଶବଟି କେନାଲ ପାଣିରେ ମୁହଁ ମାଡି, ଭାଷି ଭାଷି ତଳକୁ ଯାଉଥିବା ଦେଖିବାକୁ ମିଳିଥିଲା lBody:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.