ETV Bharat / state

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ୨ବାନ୍ଧବୀଙ୍କୁ ଅଟକ ରଖିଲେ ପରିବାର ଲୋକେ

author img

By

Published : Jul 5, 2023, 10:36 AM IST

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ
ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ । ଝିଅର ମୃତ୍ୟୁ ପାଇଁ ଦାୟୀ କରି ବାନ୍ଧବୀଙ୍କୁ ଅଟକ ରଖିଲେ ପରିବାର ଲୋକେ । ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ନିଆଳି: ଜିଲ୍ଲାର ଏକବେରୁଆଁ ପଞ୍ଚାୟତ ନାଟି ଗ୍ରାମରେ ଯୁବତୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ । ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ମୃତ ଯୁବତୀଙ୍କ ଦୁଇ ବାନ୍ଧବୀଙ୍କୁ ପରିବାର ଅଟକ ରଖିବା ବେଳେ ପୋଲିସ ଉଦ୍ଧାର କରିଛି । ମୃତ ଯୁବତୀ ଜଣକ ନାଟି ଗ୍ରାମର ପବିତ୍ର ମଲ୍ଲିକଙ୍କ ଝିଅ ରୂପାଲି ମଲ୍ଲିକ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ- କଳହର କରୁଣ ପରିଣତି: 3 ଛୁଆଙ୍କୁ କୂଅକୁ ଫିଙ୍ଗି ମା’ର ଆତ୍ମହତ୍ୟା ଉଦ୍ୟମ, 2 ଶିଶୁ ମୃତ

ସୂଚନା ଅନୁଯାୟୀ, ରୂପାଲି ମଲ୍ଲିକ ଗତ ଦଶ ବର୍ଷ ହେଲା ଭୁବନେଶ୍ୱର ରହି ଆସୁଥିଲେ । ମଝିରେ ମଝିରେ ସେ ନିଜ ସାଙ୍ଗକୁ ଧରି ନିଜ ଗାଁ ନାଟିକୁ ଆସୁଥିଲେ । ଗତ ସୋମବାର ରୂପାଲି ତାଙ୍କର ଦୁଇ ଜଣ ସାଙ୍ଗକୁ ଆଣି ଗାଁରେ ପହଞ୍ଚି ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନୟାଗଡ଼ ଜିଲ୍ଲାର ନରସିଂହପୁର ରଶ୍ମିତା ପ୍ରଧାନ ହୋଇଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ୱର ସତ୍ୟନଗର ସୁନିତା ସାହୁ ବୋଲି ଜଣାପଡିଛି । ସେ ଗତ ସୋମବାର ଦିନ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଘଟଣାସ୍ଥଳରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଅଥୟ କଲା ଋଣ ଭାର, ଜୀବନ ହାରିଲେ ଦମ୍ପତି

ଏନେଇ ଜଗତସିଂହପୁର ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା ନେଇ ସୂଚନା ମିଳିଛି । ଏହି ଘଟଣାକୁ ନେଇ ନାଟି ଗାଁରେ ଉତ୍ତେଜନା ବଢିବା ସହିତ ମୃତ୍ୟୁ ରୂପାଲିଙ୍କ ଦୁଇ ବାନ୍ଧବୀଙ୍କୁ ଅଟକ ରଖିବା ସହିତ ରୂପାଲି ମୃତ୍ୟୁ ପାଇଁ ଦାୟୀ କରିଥିଲେ ପରିବାର ଲୋକେ । ଗ୍ରାମବାସୀ ଦୁଇ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ପଚରାଉଚରା କରିଥିଲେ । ଏହାପରେ ଦୁଇ ଜଣ ଯୁବତୀ ଥାନାରେ ଏକ ଲିଖିତ ଭାବରେ ଜଣାଇବା ପରେ ବିଳମ୍ବିତ ରାତିରେ ପୋଲିସ ଛାଡି ଦେଇଥିବା ସୂଚନା ମିଳିଛି । ତେବେ ରୂପାଲି କାହିଁକି ଆତ୍ମହତ୍ୟା କଲେ ଏ ସମ୍ପର୍କରେ ପରିବାର ଲୋକେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ଥାନାରେ ମଧ୍ୟ ଏତଲା ଦେଇ ନଥିବା ଜଣାପଡିଛି ।‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.