ETV Bharat / state

କଳହର କରୁଣ ପରିଣତି: 3 ଛୁଆଙ୍କୁ କୂଅକୁ ଫିଙ୍ଗି ମା’ର ଆତ୍ମହତ୍ୟା ଉଦ୍ୟମ, 2 ଶିଶୁ ମୃତ

author img

By

Published : Jul 3, 2023, 11:24 AM IST

Updated : Jul 3, 2023, 12:16 PM IST

ପାରିବାରିକ କଳହର କରୁଣ ପରିଣତି । 3 ଛୁଆଙ୍କୁ କୂଅକୁ ଫିଙ୍ଗି ଡେଇଁ ପଡିଲା ମାଆ । ଦୁଇ ଶିଶୁ ମୃତ । ଅଧିକ ପଢନ୍ତୁ

Woman throwing children into well
3 ଛୁଆଙ୍କୁ କୂଅକୁ ଫିଙ୍ଗି ମାଆର ଆତ୍ମହତ୍ୟା ଉଦ୍ୟମ

3 ଛୁଆଙ୍କୁ କୂଅକୁ ଫିଙ୍ଗି ମା’ର ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର: ମମତା ଭୁଲି ଗଲା ମାଆ । ରାଗରେ ନେଇଗଲା ଭୁଲ ନିଷ୍ପତ୍ତି । ପାରିବାରିକ କଳହରୁ 3 ଛୁଆଙ୍କୁ କୂଅକୁ ଫିଙ୍ଗି ନିଜେ ଡେଇଁ ପଡିଲା ମାଆ । ଦୁଇ ଝିଅ ଓ ପୁଅକୁ କୂଅରେ ଫିଙ୍ଗି ମାଆ ଆତ୍ମହତ୍ୟା ଉଦ୍ୟମ କରିଛି । ଗଞ୍ଜାମ ଶେରଗଡ ବ୍ଲକ କରଡାକଣା ପଞ୍ଚାୟତ ଲାଉଗୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗ୍ରାମବାସୀଙ୍କ ଦ୍ବାରା ବଡ ଝିଅ ଓ ମାଆ ଜୀବିତ ଉଦ୍ଧାର ହୋଇଛନ୍ତି । ସାନ ଝିଅ ଓ ପୁଅର ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

ପାରିବାରିକ କଳହରୁ ଏପରି ଅଭାବନୀୟ ଘଟଣା ଘଟିଛି । ଦୁଇ ଝିଅ ଓ ପୁଅକୁ ଧରି କୂଅକୁ ଡେଇଁ ମାଆ ଆତ୍ମହତ୍ୟା ଉଦ୍ୟମ କରିଛି । ଘଟଣାରେ କୂଅରୁ ସାନ ଝିଅ ଓ ପୁଅର ମୃତଦେହ ଉଦ୍ଧାର କରାଯାଇଛି । ରବିବାର ବିଳମ୍ବିତ ରାତିରେ ପାରିବାରିକ କହଳକୁ ନେଇ ପରିବାରରେ ଆଶାନ୍ତି ସୃଷ୍ଟି ହୋଇଥିଲା । ଲାଉଗୁଡା ଗାଁ ଗ୍ରାମର କୋରା ଗୌଡଙ୍କ ପରିବାରରେ ସାମାନ୍ୟ ଝଗଡା ପାଇଁ ମାଆ ତାର 3 ପିଲାଙ୍କୁ କୂଅକୁ ଫିଙ୍ଗି ଆତ୍ମହତ୍ୟା କରିଥିବା ଦୁଃଖଦ ଘଟଣା ଘଟିଛି । କୋରା ଗୌଡଙ୍କ ପୁଅ ବଳିଆ ଗୌଡ କାର୍ଯ୍ୟ ଅନ୍ୱେଷଣରେ ଚେନ୍ନାଇରେ ରହୁଥିବା ବେଳେ ତାଙ୍କ ପତ୍ନୀ ରଶ୍ମିତା ଗୌଡ ନିଜର ତିନି ସନ୍ତାନକୁ ନେଇ ଘରେ ରହୁଥିଲେ । ହେଲେ ଗତକାଲି(ରବିବାର) ମଧ୍ୟରାତ୍ରରେ ରଶ୍ମିତା ପାରିବାରିକ କଳହକୁ ନେଇ ନିଜର 10 ବର୍ଷ ବଡ ଝିଅ, 4 ବର୍ଷ ପୁଅ ଏବଂ 8 ମାସର ସାନ ଝିଅକୁ ଧରି କୂଅକୁ ଡେଇଁ ପଡିଥିଲେ । କୂଅରେ ଅଧିକ ପାଣି ରହିଥିବାରୁ 4 ବର୍ଷ ପୁଅ ଏବଂ 8 ମାସର ସାନ ଝିଅ ପାଣିରେ ବୁଡି ପ୍ରାଣ ହରାଇଛନ୍ତି ।

ଏହା ବି ପଢନ୍ତୁ...ପାରିବାରିକ କଳହର କରୁଣ ପରିଣତି, ଭିଣୋଇର ଟାଙ୍ଗିଆ ଚୋଟରେ ଗୁରୁତର ଶାଳକ

ଏହା ବି ପଢନ୍ତୁ...ପାରିବାରିକ କଳହକୁ ନେଇ ତୁମୂଳକାଣ୍ଡ, ଭଉଣୀର ଶ୍ବଶୁରକୁ ପିଟିଲା ଭାଇ

ବଡ ଝିଅ କୂଅରୁ ଏକ ପଥରକୁ ଧରି ରହି ବଞ୍ଚିବା ପାଇଁ ବହୁ ଜୋରରେ ଚିତ୍କାର କରିଥିଲେ । ଏହି ସମୟରେ ଗ୍ରାମବାସୀ ବଡ ଝିଅର ଡାକ ଶୁଣି ମାଆ ରଶ୍ମିତା ଓ ବଡ ଝିଅକୁ ଉଦ୍ଧାର କରିଥିଲେ । ଏହାପରେ ଗ୍ରାମବାସୀ ଓ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ସକାଳେ କୂଅରୁ ମୃତ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ମାଆ ଓ ଝିଅକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୁଣି ଥରେ ରଶ୍ମିତା ଏକ ବ୍ଲେ଼ଡରେ ନିଜର ଜିଭକୁ କାଟି ଦେଇଥିବାରୁ ତାକୁ ଗୁରୁତ୍ତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରଣ କରାଯାଇଛି । ସେପଟେ ଗ୍ରାମର ଦୁଇ ଦୁଇ ନିରୀହ ଶିଶୁଙ୍କ ଜୀବନ ପାରିବାରିକ କଳହରୁ ଚାଲିଯିବା ଘଟଣା ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jul 3, 2023, 12:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.