ETV Bharat / state

କଟକରେ ନକଲି O-2 ଔଷଧ କାରବାର ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : Feb 28, 2023, 10:33 PM IST

duplicate medicine case
duplicate medicine case

କଟକ ପୁରୀଘାଟ ଥାନା ପୋଲିସ ନକଲି ଔଷଧ ବିକ୍ରି କରୁଥିବା ବ୍ୟବସାୟୀ ବିଜୟ ଅଗ୍ରଓ୍ବାଲକୁ ଗିରଫ । ଅଧିକ ପଢନ୍ତୁ

duplicate medicine case

କଟକ: କଟକରୁ ନକଲି O-2 ଔଷଧ ଜବତ ଘଟଣାରେ ଜାରି ରହିଛି ତନାଘନା । କଟକ ପୁରୀଘାଟ ଥାନା ପୋଲିସ ନକଲି ଔଷଧ ବିକ୍ରି କରୁଥିବା ବ୍ୟବସାୟୀ ବିଜୟ ଅଗ୍ରଓ୍ବାଲକୁ ଗିରଫ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ରାକେଟ ରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି କି ନାହିଁ ତାର ଛାନବିନ ଆରମ୍ଭ କରିଛି ପୋଲିସ । ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ ଦିଲ୍ଲୀ ଓ ମଧ୍ୟପ୍ରଦେଶର ଦୁଇଟି ଡିପୋରୁ ଏହି ନକଲି ଔଷଧ କଟକକୁ ଆସୁଥିଲା। ଏଥିସହ ଏହିଠାରୁ ହିଁ ରାଜ୍ୟ ବିଭିନ୍ନ ଡିଲରଙ୍କ ପାଖକୁ ପଠାଯାଉଥିଲା। ଏନେଇ ଏସିପି ଅମରେନ୍ଦ୍ର ପଣ୍ଡା ସ୍ପଷ୍ଟ ସୂଚନା ଦେଇଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି, ସମସ୍ତ କାରବାର ବିଲରେ କରାଯାଇଛି। ତେବେ କେଉଁଟା ଅସଲି ଏବଂ କେଉଁଟା ନକଲି ଔଷଧ ତା ମଧ୍ୟରେ ପ୍ରଭେଦ କରିବା ପାଇଁ କୌଣସି ବ୍ୟବସ୍ଥା ନ ଥିବା ସଫେଇ ଦେଇଛନ୍ତି ବ୍ୟବସାୟୀ ଙ୍କ ପରିବାର ଲୋକ ।


ପ୍ରକାଶ ଥାଉକି , ଚୌଧୁରୀ ବଜାର ଅଞ୍ଚଳରେ ଥିବା ଶ୍ରୀ ଡିଷ୍ଟିବ୍ୟୁଟର ନାମକ ଏକ ଔଷଧ ଦୋକାନ ଉପରେ ରେଡ କରାଯାଇଥିଲା। ରେଡ଼ କରି ଓ-2 ନକଲି ତଥା ବିଶାକ୍ତ ଝାଡା ଔଷଧ ଜବତ କରିଥିଲା ଡ୍ରଗ କଣ୍ଟ୍ରୋଲ ବିଭାଗର ସ୍ବତନ୍ତ୍ର ଟାସ୍କ ଫୋର୍ସ । ରେଡ଼ ସମୟରେ ମୋଟ 12 ଶହ ଷ୍ଟ୍ରିପ ବା 12000 ଟି ବଟିକାକୁ ଜବତ କରାଯାଇଛି । ଏଥି ସହିତ ଏହି ନକଲି ଔଷଧ ବିକ୍ରି କରୁଥିବା ଅଭିଯୋଗ ରେ ଦୋକନୀ କୁ ପୋଲିସ ର ଜିମା ଦିଆଯାଇଥିଲା। ତେବେ ଶ୍ରୀ ଡିଷ୍ଟିବ୍ୟୁଟର ର ମାଲିକବିଜୟ ଅଗ୍ରଓ୍ବାଲ ଦିଲ୍ଲୀ ଓ ମଧ୍ୟପ୍ରଦେଶରୁ ଏହି ନକଲି ଓ2 ଔଷଧ କିଣି ସେଗୁଡ଼ିକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥିବା 14 ଟି ଫାର୍ମକୁ ପଠାଇଥିଲା ବୋଲି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଏନେଇ ଡ୍ରଗ କଣ୍ଟ୍ରୋଲ ବିଭାଗ ସୁଚନା ପାଇଥିଲା । ତେବେ ଏହି ଘଟଣାରେ ଶ୍ରୀ ଡିଷ୍ଟିବ୍ୟୁଟର ଓ ତାର ମାଲିକ ବିଜୟ ଅଗ୍ରଓ୍ବାଲ ନାଁରେ କଟକ ଏଡିଜେଏମ କୋର୍ଟରେ ଏକ ମାମଲା ରୁଜୁ କରାଯାଇଛି ।



ସେହିପରି ନକଲି ଔଷଧ କାରବାର ମାମଲାରେ ପୂର୍ବରୁ ମଧ୍ୟ କମିଶନରେଟ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା କଟକ କମିଶନରେଟ ପୋଲିସ। ନୟାସଡ଼କ ଏବଂ ନିମଚଉଡି ଅଞ୍ଚଳରେ ଦୁଇ ଷ୍ଟକିଷ୍ଟ ସିବି କୁମାର କୟାଲ , ମହେନ୍ଦ୍ର କୁମାର ମୋଦି ଙ୍କୁ ଗିରଫ କରିଥିଲା ପୋଲିସ। ସେମାନଙ୍କ ନିକଟରୁ 8 ହାଜର ଷ୍ଟ୍ରିପ ନକଲି ଟେଲମା40 ଔଷଧ ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ତିରିଶି ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଅନୁମାନ କରାଯାଇଥିଲା ।



ତେବେ ନକଲି ଔଷଧ କାରବାର ଘଟଣାରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଏବଂ ପୋଲିସ ଜାଣିବା ପରେ ଏହି ଦୁଇଟି ଷ୍ଟକିଷ୍ଟ ଉପରେ ଚଢ଼ାଉ କରି ବିପୁଳ ପରିମାଣର ଔଷଦ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। କେବେ ଠାରୁ ନକଲି ଔଷଧ କାରବାର କରୁଥିଲେ ଆଉ କାହାକୁ କାହାକୁ ଔଷଧ ବିତରଣ କରିଛନ୍ତି ସେସବୁ ତଦନ୍ତ କରିବା ସହ ଆର୍ଥିକ କାରବାରକୁ ନେଇ ମଧ୍ୟ ପୋଲିସ ତଦନ୍ତ କରିଛି।



ସେପଟେ ନକଲି ଔଷଧ କାରବାର ମାମଲାରେ ପୂର୍ବରୁ କଟକ ରୁ 50 ଲକ୍ଷ ଟଙ୍କାର ଔଷଧ ଜବତ କରିବା ସହ କଟକରୁ ଦୁଇ ଷ୍ଟକିଷ୍ଟ ର ମାଲିକ ସଂଜୟ ଜଲାନ ଏବଂ ରାହୁଲ କୟାଲ ଗିରଫ କରିବା ପରେ ଗୟା ରୁ ଆଲୋକ ମିଶ୍ରା ଏବଂ ହରିସ କୁମାର କୁ ଗିରଫ ହୋଇଥିଲେ । ତେବେ ସବୁଠାରୁ ବଡ଼ କଥା ହେଉଛି ପୋଲିସ ଏ ପର୍ଯ୍ୟନ୍ତ ବି ନକଲି ଔଷଧର ର ଚେର ଯାଏ ପହଁଚି ପାରିନଥିବା ଚର୍ଚ୍ଚା ଜୋରରେ ଧରିଛି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.