ETV Bharat / state

Orissa High Court: ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗ, ପୂର୍ଣ୍ଣାଙ୍ଗ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

author img

By ETV Bharat Odisha Team

Published : Nov 8, 2023, 3:49 PM IST

ଜଗମୋହନ ଓ ନାଟ ମଣ୍ଡପର ମରାମତି ବିଳମ୍ବକୁ ନେଇ ପୂର୍ବ ଶୁଣାଣିରେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ କୋର୍ଟ । କାହିଁକି ଏହାର ମରାମତି ବିଳମ୍ବିତ କରାଯାଉଛି ବୋଲି ହାଇକୋର୍ଟ ପ୍ରଶ୍ନ କରିବା ସହ, ଏଏସଆଇ ଉପରେ ବିରକ୍ତି ପ୍ରକାଶ କରିଥିଲେ। କାହିଁକି ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନାହିଁ ସେ ନେଇ ମଧ୍ୟ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅଧିକ ପଢନ୍ତୁ

Orissa High Court: ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗ, ପୂର୍ଣ୍ଣାଙ୍ଗ ସତ୍ୟପାଠ ଦାଖଲ ନିର୍ଦ୍ଦେଶ
Orissa High Court: ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗ, ପୂର୍ଣ୍ଣାଙ୍ଗ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

Orissa High Court: ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗ, ପୂର୍ଣ୍ଣାଙ୍ଗ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

କଟକ: ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗ । ମାମଲାର ଶୁଣାଣି କରି ପୂର୍ଣ୍ଣାଙ୍ଗ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୭ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଜଗମୋହନ ନାଟମଣ୍ଡପ, ରତ୍ନଭଣ୍ଡାର ମରାମତି ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଜରିଆରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଅଭିଷେକ ଦାସ ଓ ଦିଲ୍ଲୀପ ମହାପାତ୍ରଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଜଗମୋହନ ଓ ନାଟ ମଣ୍ଡପର ମରାମତି ବିଳମ୍ବକୁ ନେଇ ପୂର୍ବ ଶୁଣାଣିରେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ କୋର୍ଟ । କାହିଁକି ଏହାର ମରାମତି ବିଳମ୍ବିତ କରାଯାଉଛି ବୋଲି ହାଇକୋର୍ଟ ପ୍ରଶ୍ନ କରିବା ସହ, ଏଏସଆଇ ଉପରେ ବିରକ୍ତି ପ୍ରକାଶ କରିଥିଲେ । ଏଥିସହ କାହିଁକି ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନାହିଁ ସେ ନେଇ ମଧ୍ୟ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀମନ୍ଦିର ଜଗମୋହନ ଏବଂ ନାଟ ମଣ୍ଡପ ମରାମତି ମାମଲାର କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମାଗିଥିଲେ ହାଇକୋର୍ଟ । 2017 ମସିହାରୁ ଆଜି ପର୍ଯ୍ୟନ୍ତ କଣ କଣ ପଦକ୍ଷେପ ନିଆଯାଇଛି ସେନେଇ ଜଣାଇବାକୁ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଅଧିକ ପଢନ୍ତୁ- Jagannath Temple Issue: ଜଗମୋହନ ଓ ନାଟ ମଣ୍ଡପର ମରାମତି ବିଳମ୍ବ, ଅସନ୍ତୋଷ ପ୍ରକାଶ କଲେ କୋର୍ଟ

ଶ୍ରୀମନ୍ଦିର ସୁରକ୍ଷା ମାମଲା । ନାଟ ମଣ୍ଡପ ସୁରକ୍ଷା ନେଇ ଆଇଆଇଟି ମାଡ୍ରାସକୁ ମତାମତ ମଗାଯାଇଛି । ନାଟ ମଣ୍ଡପ ବିମର ଡିଜାଇନ ଦେବ ଆଇଆଇଟି ମାଡ୍ରାସ । ଆଇଆଇଟି ମାଡ୍ରାସରୁ ଆସି ନାହିଁ ରିପୋର୍ଟ । ଅକ୍ଟୋବର ୧୫ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରିବାକୁ କୋର୍ଟ ଏଏସଆଇ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରତ୍ନଭଣ୍ଡାର ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ପ୍ରତି ଜବାବ ଦାଖଲ କରାଯାଇଥିଲା ।

ଅନ୍ୟପଟେ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଯାଞ୍ଚକୁ ନେଇ ପୁଣି ଉଠିଲା ପ୍ରଶ୍ନ । ହାଇକୋର୍ଟରେ ଆବେଦନକାରୀ ଓକିଲଙ୍କ ପକ୍ଷରୁ ଏ ସମ୍ପର୍କିତ ଦାଖଲ ହୋଇଥିବା ପ୍ରତିଜବାବକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଦୀର୍ଘ ୪୫ ବର୍ଷ ଧରି କାହିଁକି ଖୋଲି ନାହିଁ ରତ୍ନଭଣ୍ଡାର ? କାହିଁକି ରତ୍ନଭଣ୍ଡାରରେ ଥିବା ଅଳଙ୍କାରର କୌଣସି ହିସାବ କିତାବ ହୋଇନାହିଁ ? ସେନେଇ ଆବେଦନକାରୀ ହାଇକୋର୍ଟରେ ପ୍ରତି ଜବାବ ଦାଖଲ କରିଛନ୍ତି ।

ଶ୍ରୀଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୫ର ସେକ୍ସନ ୯ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ରୁଲ ୧୯୬୦ ର ରୁଲ ୫କୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ନେଇ ଆବେଦନକାରୀ ପ୍ରତି ଜବାବରେ କୋର୍ଟଙ୍କୁ ଅବଗତ କରାଇଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୫ ର ସେକ୍ସନ ୯ ଅନୁସାରେ ପ୍ରତି ୩ ବର୍ଷରେ ଥରେ କମିଟି ଗଠନ ହେବା କଥା । ଏହି ଆଇନ ଅନୁଯାୟୀ ସେହି କମିଟିର ପୁନର୍ଗଠନ କରିବା କଥା । ୧୮ ଜଣିଆ ଏହି କମିଟିରେ ଗଜପତି ମହାରାଜା ଅଧ୍ୟକ୍ଷ ଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହାର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ରହିବା ନିୟମ ରହିଛି ।

ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ରୁଲ ୧୯୬୦ର ରୁଲ ୫ ଅନୁସାରେ ଗଠନ ବା ପୁନର୍ଗଠନ ହୋଇଥିବା କମିଟି,ମନ୍ଦିର ବାହାର, ଭିତର ଓ ଚଳନ୍ତି ରତ୍ନଭଣ୍ଡାରର ସମସ୍ତ ରତ୍ନ ଅଳଙ୍କାର ଯାଞ୍ଚ କରି ତାକୁ ନିଜ ଦଖଲକୁ ନେବା କଥା । ମାତ୍ର ୧୯୭୮ ମସିହା ପର ଠାରୁ ଆଉ ରତ୍ନଭଣ୍ଡାର ଖୋଲା ଯାଇନାହିଁ କି ରତ୍ନ ଅଳଙ୍କାରର କୌଣସି ଯାଞ୍ଚ କରାଯାଇ ନାହିଁ। ରତ୍ନଭଣ୍ଡାର କେତେ ସୁରକ୍ଷିତ ଅଛି ? ରତ୍ନ ଅଳଙ୍କାର କେତେ ସୁରକ୍ଷିତ ଅଛି ସେ ନେଇ କୌଣସି ସଠିକ ତଥ୍ୟ ନଥିବା କୋର୍ଟଙ୍କୁ ନିଜର ପ୍ରତି ଜବାବ ରେ ଅବଗତ କରିଛନ୍ତି ଆବେଦନକାରୀଙ୍କ ଓକିଲ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.