ETV Bharat / state

Jagannath Temple Issue: ଜଗମୋହନ ଓ ନାଟ ମଣ୍ଡପର ମରାମତି ବିଳମ୍ବ, ଅସନ୍ତୋଷ ପ୍ରକାଶ କଲେ କୋର୍ଟ

author img

By ETV Bharat Odisha Team

Published : Nov 6, 2023, 9:29 PM IST

ହାଇକୋର୍ଟରେ ଶ୍ରୀମନ୍ଦିର ମରାମତି ମାମଲାର ଶୁଣାଣି ହୋଇଛି । ଜଗମୋହନ ଓ ନାଟ ମଣ୍ଡପର ମରାମତି ବିଳମ୍ବକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ । ଅଧିକ ପଢନ୍ତୁ

delay in repairment
ଶ୍ରୀମନ୍ଦିର ମରାମତି ମାମଲାର ଶୁଣାଣି

ଶ୍ରୀମନ୍ଦିର ମରାମତି ମାମଲାର ଶୁଣାଣି

କଟକ: ଆଜି ହାଇକୋର୍ଟରେ ଶ୍ରୀମନ୍ଦିର ମରାମତି ମାମଲାର ଶୁଣାଣି ହୋଇଛି । ଜଗମୋହନ ଓ ନାଟ ମଣ୍ଡପର ମରାମତି ବିଳମ୍ବକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ । "କାହିଁକି ଏହାର ମରାମତି ବିଳମ୍ବିତ କରାଯାଉଛି ?" ବୋଲି ହାଇକୋର୍ଟ ପ୍ରଶ୍ନ କରିବା ସହ ଏଏସଆଇ ଉପରେ ବିରକ୍ତି ପ୍ରକାଶ କରିଛନ୍ତି । "କାହିଁକି ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନାହିଁ ?" ସେନେଇ ମଧ୍ୟ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଶ୍ରୀମନ୍ଦିର ଜଗମୋହନ ଏବଂ ନାଟ୍ୟମଣ୍ଡପ ମରାମତି ମାମଲାର କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ତେବେ 2017 ମସିହାରୁ ଆଜି ପର୍ଯ୍ୟନ୍ତ କ'ଣ କ'ଣ ପଦକ୍ଷେପ ନିଆଯାଇଛି ସେନେଇ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

"ଆସନ୍ତା ଶୁଣାଣି ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ କରିବାକୁ ଏଏସଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି" ବୋଲି କହିଛନ୍ତି ଏନେଇ ଆବେଦନକାରୀଙ୍କ ଓକିଲ ଆଲୋକ ମହାପାତ୍ର ।

ପୂର୍ବରୁ ନାଟ ମଣ୍ଡପ ସୁରକ୍ଷା ନେଇ ଆଇଆଇଟି ମାଡ୍ରାସକୁ ମତାମତ ମଗାଯାଇଛି । ନାଟ ମଣ୍ଡପ ବିମର ଡିଜାଇନ ଦେବ ଆଇଆଇଟି ମାଡ୍ରାସ । ଆଇଆଇଟି ମାଡ୍ରାସରୁ ଆସି ନାହିଁ ରିପୋର୍ଟ । ଅକ୍ଟୋବର ୧୫ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଯାଞ୍ଚକୁ ନେଇ ପୁଣି ଉଠିଛି ।

ଏହା ବି ପଢନ୍ତୁ...Shree Jagannath Temple: ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ 28ରେ ହେବ ଲେଜର ସ୍କାନିଂ

ଏହା ବି ପଢନ୍ତୁ...Ratna Bhandar Issue: ଲେଜର ସ୍କାନିଂକୁ ରାଜ୍ୟ ସରକାଙ୍କ ଷଡଯନ୍ତ୍ର କହିଲା ବିଜେପି, ଜବାବ ଦେଲା ବିଜେଡି

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଆସନ୍ତା ଜାନୁଆରୀ ୧୭ ତାରିଖରେ ହେବ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଚୂଡାନ୍ତ ନିଷ୍ପତ୍ତି ନେଇଛି । ପ୍ରତିଷ୍ଠା ଉତ୍ସବବେଳେ ଚାରିଦ୍ବାରରେ ବେଦ ପାରାୟଣ ସହ ଯଜ୍ଞ, ସଂକୀର୍ତ୍ତନ ଓ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରାଯିବ। ସେହିପରି କାର୍ତ୍ତିକ ମାସ ମଧ୍ୟରେ ରତ୍ନଭଣ୍ଡାରର ଲେଜର ସ୍କାନିଂ କରିବା ପାଇଁ ଏଏସଆଇକୁ ଅନୁମତି ଦେଇଛି ପରିଚାଳନା କମିଟି । ମହାପ୍ରଭୁଙ୍କ ରତ୍ନପଲଙ୍କ, ରାହୁରେଖା ଇତ୍ୟାଦି ଅଳଙ୍କାରରେ କ୍ଷତ ସୃଷ୍ଟି ହୋଇଥିବାରୁ ଏହାର ମଧ୍ୟ ମରାମତି କରାଯିବା ନେଇ ପରିଚାଳନା କମିଟି ବୈଠକ ପରେ ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.