ETV Bharat / state

Sambalpur Lawyer Strike: ଗିରଫ 29 ଓକିଲଙ୍କୁ ମିଳିଲା ଜାମିନ, ମାନିବାକୁ ପଡିବ ଏସବୁ ସର୍ତ୍ତ

author img

By

Published : Feb 10, 2023, 1:42 PM IST

arrested lawyers gets bail
High Court grants conditional bail lawyers

ସମ୍ବଲପୁରରେ କୋର୍ଟ ପରିସରରେ ଆଇନଜୀବୀଙ୍କ ଭଙ୍ଗାରୁଜା ପ୍ରସଙ୍ଗ । ସମ୍ବଲପୁର ଓକିଲ ସଂଘର 29 ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

କଟକ: ସମ୍ବଲପୁର ଓକିଲଙ୍କୁ ଜାମିନ ମିଳିଛି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି କରି ଅନ୍ଦୋଳନକୁ ଓହ୍ଲାଇଥିବା ଓକିଲ ସଂଘ କୋର୍ଟ ପରିସରରେ ଭଙ୍ଗାରୁଜା ପ୍ରସଙ୍ଗରେ ଗିରଫ ହୋଇଥିବା 29 ଜଣ ଓକିଲଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଗତକାଲି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଗତ ବର୍ଷ ଡିସେମ୍ବର 12 ତାରିଖରେ ଗିରଫ ହୋଇଥିଲା 29 ଆଇନଜୀବୀ ।

ଜାମିନ ପ୍ରଦାନ କରିଥିଲେ ବି ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ରାଲି ନକରିବା, ଧାରଣା ନ ଦେବା ସହ ବୟାନବାଜି ନକରିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ଗତକାଲି ଏହି ଘଟଣାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ନିକଟରେ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାକୁ ନେଇ ଓକିଲ ସଂଘ ଉପରେ ବର୍ଷିଥିଲେ । ଅବମାନନା ମାମଲା ଜାରି ରହିବ ବୋଲି କହିଥିଲେ ସୁପ୍ରିମକୋର୍ଟ ।

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି କରି ଆଇନଜୀବୀ କରିଥିବା ଆନ୍ଦୋଳନ ସେମାନଙ୍କ ପାଇଁ ମହଙ୍ଗା ପଡିଥିଲା । ସମ୍ବଲପୁର ଓକିଲ ଆନ୍ଦୋଳନ ଘଟଣାରେ ୨୯ ଜଣ ଆଇନଜୀବୀ ଗିରଫ ହୋଇଥିଲେ । କୋର୍ଟ ଭିତରେ ବିଶୃଙ୍ଖଳା ଘଟଣାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା ପୋଲିସ । ଆନ୍ଦୋଳନ ବେଳେ ଜିଲ୍ଲା ଜଜ୍‌ଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ପୋଲିସ ୨୯ ଜଣଙ୍କୁ ଗିରଫ କରିଥିଲା ।

କୋର୍ଟ ପରିସରରେ 144 ଧାରା ଲଗାଯାଇଥିବା ବେଳେ ଏହି ଅଞ୍ଚଳରେ 15 ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା l ଏହା ସହିତ ଯେଉଁମାନେ 200 ମିଟର ନିଷିଦ୍ଧାଞ୍ଚଳକୁ ଆସିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଥିଲା । 29 ଓକିଲଙ୍କ ଲାଇସେନ୍ସ ସସପେଣ୍ଡ ହୋଇଥିଲା ।

ଏହି ଆନ୍ଦୋଳନରେ ସମ୍ବଲପୁର କୋର୍ଟ ଭିତରେ ବିଶୃଙ୍ଖଳା ଘଟଣାକୁ ନେଇ କଠୋର ହୋଇଥିଲେ ବାର କାଉନସିଲ ଅଫ ଇଣ୍ଡିଆ । ସମ୍ବଲପୁର ବାର ଆସୋସିଏସନ୍‌ର ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ଦେଢ ବର୍ଷ (୧୮ ମାସ) ପାଇଁ ସସପେଣ୍ଡ କରିଥିଲେ BCI । ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ତୁମୁଳକାଣ୍ଡ ଘଟାଇଥିଲେ ଆନ୍ଦୋଳନକାରୀ ଆଇନଜୀବୀ । ବିଭିନ୍ନ ବିରୋଧାତ୍ମକ ସ୍ଲୋଗାନ ଦେବା ସହିତ କୋର୍ଟ ପରିସରକୁ ଧସେଇ ପଶି ଭଙ୍ଗାରୁଜା କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.