ETV Bharat / state

ଜାଇକା ଖାଉଛି କଟକ ରାସ୍ତା, ଦୋଷ ଲଦିଲାଣି CMC

author img

By

Published : Aug 14, 2023, 9:00 PM IST

କଟକର ଅନେକ ସ୍ଥାନରେ ଧସିବାକୁ ବସିଲାଣି ରାସ୍ତା । ତେବେ ଜାଇକା ପ୍ରକଳ୍ପ ପାଇଁ ଏପରି ହେଉଥିବା କହିଛନ୍ତି ସିଏମିସି ମେୟର ସୁବାସ ସିଂ । ଅଧିକ ପଢନ୍ତୁ

Etv Bharat
Etv Bharat

ଜାଇକା ଖାଉଛି କଟକ ରାସ୍ତା

କଟକ: ସହର ଭିତରେ ଚାଲିଥିବା ଜାଇକା କାର୍ଯ୍ୟ ବର୍ତ୍ତମାନ କଟକିଆମାନଙ୍କ ପାଇଁ ପାଲଟିଛି ଅଭିଶାପ । ଜାଇକାର ନିମ୍ନମାନର କାର୍ଯ୍ୟ ପାଇଁ ସହରର ଅନେକ ପ୍ରମୁଖ ସ୍ଥାନମାନଙ୍କରେ ରାସ୍ତା ଧସିବାରେ ଲାଗିଲାଣି । ଏମିତି ଯଦି ଚାଲିବ ଆଗାମୀ ବର୍ଷମାନଙ୍କରେ କଟକ ପୁରା ମାଟି ଭିତରକୁ ଧସିଯିବ ବୋଲି ଅଭିଯୋଗ କରିଛନ୍ତି କଟକିଆ । ଜାଇକାର ତ୍ରୁଟି ପାଇଁ ଏପରି ଘଟୁଥିବା କଥା କହିଛନ୍ତି ମେୟର ।

କଟକ ସହରର ଉନ୍ନତିକରଣ କାର୍ଯ୍ୟ ଚାଲିଥିବା ବେଳେ ଏହା ଏବେ କଟକିଆମାନଙ୍କୁ ଓଲଟା ପଡ଼ିବାରେ ଲାଗିଛି । ଗତକାଲି ରାତିରେ କଟକ ସହରର ଟାଉନ ହଲଠୁ‌ ମଠ ସାହି ଯିବା ରାସ୍ତାର ଆଇନକ୍ସ ସମ୍ମୁଖରେ ଥିବା ରାସ୍ତା ଧସିଯିବା ଫଳରେ ସୃଷ୍ଟି ହୋଇଥିଲା ୧୫ ଫୁଟ ପରିଧିର ଗାଢ଼ । ଜାଇକା କାମ ପାଇଁ ପୂର୍ବରୁ ଏଠାରେ ଖୋଳାଯାଇଥିବା ବେଳେ ଏହାକୁ ସଠିକ୍ ଭାବେ ପୂରଣ କରାଯାଇ କଂକ୍ରିଟ କରାଯାଇନଥିଲା । ଫଳରେ ଆଜିର ଲଗାଣ ବର୍ଷା ଯୋଗୁଁ ବିରାଟ ଗାଢ଼ ସୃଷ୍ଟି ହୋଇଛି । ଏହି ସମୟରେ ରାସ୍ତା ଜଣେ ବାଇକ ଆରୋହୀ ଯାଉଥିବା ବେଳେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ।

ଏହା ବି ପଢନ୍ତୁ- ମୁଣ୍ଡ ନେଉଛି ଜାଇକା, ନିର୍ବାଚନ ପାଇଁ କ୍ଷତିପୂରଣ ଦେଉଛି ସିଏମସି: ବିରୋଧୀ

ଏହି ରାସ୍ତାରେ ଦୈନିକ ଶହ ଶହ ଗାଡ଼ି ମୋଟର ଯିବା ଆସିବା କରୁଥିବା ବେଳେ ବର୍ତ୍ତମାନ ଯିବା ଆସିବାରେ ବାଧା ସୃଷ୍ଟି ହୋଇଛି । ଖାଲି ଏହି ଗୋଟିଏ ସ୍ଥାନ ନୁହେଁ ବରଂ କଟକ ସହରର ଅନେକ ସ୍ଥାନରେ ଏହିଭଳି ଘଟଣା ଘଟିସାରିଛି। ପୂର୍ବରୁ ଚୌଧୁରୀ ବଜାର, ତୁଳସୀପୁର, ମଙ୍ଗଳାବାଗ, ରଜାବଗିଚା, ବାଦାମବାଡ଼ି, ବିଡାନାସୀ, ସିଡିଏ, ନୂଆପଡ଼ା ଭଳି ୧୫ରୁ ଊର୍ଦ୍ଧ ସ୍ଥାନରେ ପୁରା ରାସ୍ତା ଧସିବା ଯୋଗୁଁ ଅନେକ ଦୁର୍ଘଟଣା ଘଟିଛି । ହେଲେ ଏପର୍ଯ୍ୟନ୍ତ ସମାନ ଅବସ୍ଥା । ଜାଇକା ଉପରେ ମହାନଗର ନିଗମର କୌଣସି ପଦକ୍ଷେପ ନ ନେଉଥିବା କାରଣରୁ ଦିନକୁ ଦିନ ଏଭଳି ଘଟଣା ଘଟି ଚାଲିଛି ।

ଅନ୍ୟପଟେ କଟକ ସହରରେ ଜାଇକା ଯୋଗୁଁ ଘଟୁଥିବା ଅଘଟଣ କଥାକୁ ସ୍ବୀକାର କରିଛନ୍ତି କଟକ ମେୟର ସୁବାସ ସିଂ । ସେ କହିଛନ୍ତି, "ଜାଇକା କାର୍ଯ୍ୟକୁ ରୀତିମତ ତଦାରଖ କରାଯାଉଛି। ହେଲେ କିଛି ଅଂଶରେ ଜାଇକା କାମରେ ନିମ୍ନମାନଙ୍କର ପୋତେଇ ପରିଲକ୍ଷିତ ହୋଇଛି । ଯେଉଁ ସ୍ଥାନରେ ଏମିତି ଘଟୁଛି । ତାହାକୁ ସଙ୍ଗେ ସଙ୍ଗେ ମରାମତି କରାଯାଉଛି । ଯାହା ପାଇଁ କମ୍ପାନୀର କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଯାଇଛି । ତୁରନ୍ତ କାର୍ଯ୍ୟ କରିବା ପାଇଁ ମଧ୍ୟ ତାଗିଦ କରାଯାଇଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.