ETV Bharat / state

ମୁଣ୍ଡ ନେଉଛି ଜାଇକା, ନିର୍ବାଚନ ପାଇଁ କ୍ଷତିପୂରଣ ଦେଉଛି ସିଏମସି: ବିରୋଧୀ

author img

By

Published : Jun 1, 2023, 8:36 PM IST

ବଢୁଛି ଜାଇକା ଚିନ୍ତା । କାହିଁକି ସରୁନି କାମ ? ଦିନକୁ ଦିନ ଗଡୁଛି ମୁଣ୍ଡ ! ପ୍ରକଳ୍ପ ନାଁରେ ସରକାର ପ୍ରହଶନ କରିଥିବା ଅଭିଯୋଗ ଆଣିଛି ବିରୋଧୀ ଦଳ । ଅଧିକ ପଢନ୍ତୁ

ପ୍ରକଳ୍ପ ନାଁରେ ସରକାର ପ୍ରହଶନ କରୁଛନ୍ତି ସରକାର: ବିରୋଧୀ
ପ୍ରକଳ୍ପ ନାଁରେ ସରକାର ପ୍ରହଶନ କରୁଛନ୍ତି ସରକାର: ବିରୋଧୀ

ପ୍ରକଳ୍ପ ନାଁରେ ସରକାର ପ୍ରହଶନ କରୁଛନ୍ତି ସରକାର: ବିରୋଧୀ

କଟକ: କେବେ ଯିବ ଜାଇକା ଚିନ୍ତା । ଗତ କିଛି ଦିନ ମଧ୍ୟରେ କଟକରେ ଗଡି ଚାଲିଛି ମୁଣ୍ଡ ଉପରେ ମୁଣ୍ଡ । 10ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କଟକରେ ଏହି ମେଗା ପ୍ରୋଜେକ୍ଟ କାମ ଚାଲିଛି ଯେ ଚାଲିଛି । ଯାହାର ଅନ୍ତ କେବେ ହେବ ତାହାର ଉତ୍ତର କାହାରି ପାଖରେ ନାହିଁ । ଏହି ଜାଇକା ପ୍ରକଳ୍ପ 40ରୁ ଊର୍ଦ୍ଧ୍ବ ଜୀବନ ନେଇ ସାରିଲାଣି । ହେଲେ ଗତକାଲି(ବୁଧବାର) ଘଟଣାରେ ନାବାଳିକାର ପରିବାରକୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ବାବଦ ପ୍ରଦାନ କରିଛି ସିଏମସି । ତେବେ ଏଠି ପ୍ରଶ୍ନ ଉଠୁଛି ଜାଇକା କାର୍ଯ୍ୟ କେବେ ସରିବ ? ଗୋଟିଏ ପଟେ ପ୍ରୋଜେକ୍ଟ ଅନ୍ୟ ପଟେ ଯାଉଛି ନିରୀହ ଜୀବନ । ଯାହାକୁ ନେଇ ସିଧାସଳଖ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଘେରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

ବିଜେପି କଟକ ସଭାପତି ଲଲାଟେନ୍ଦୁ ବଡୁ କହିଛନ୍ତି,‘‘ବର୍ତ୍ତମାନ ଯେଉଁ ଆଳରେ କଟକରେ ଏହି ତମାମ ପ୍ରୋଜେକ୍ଟ ୱାର୍କ ଚାଲିଛି ତାହାର ଅନ୍ତ କେବେ ହେବ ତାହା କେବଳ ଈଶ୍ୱରଙ୍କୁ ଜଣା । ବିଗତ 10 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କଟକର ଯାଇକା ପ୍ରୋଜେକ୍ଟ ପ୍ରବେଶ କରିଛି । ଦିନ ଗଡୁଛି ହେଲେ କାମ ସରୁନି । କେତେ ଜଣଙ୍କ ଜୀବନ ଗଲାଣି କେତେ ଆହତ ହେଲଣି ତାହାର ଠିକ ରିପୋର୍ଟ ପ୍ରଦାନ ନେଇ ମଧ୍ୟ ମୁଁହ ଖୋଲୁ ନାହାଁନ୍ତି ସରକାର ।’’

ଅନ୍ୟପଟେ କଂଗ୍ରସ କହିଛି, ‘‘ଜାଇକା ନାଁରେ ମୃତ୍ୟର କୂଅ ଖୋଳୁଛି ସରକାର । କଟକ ସହରକୁ ବିକାଶ କରିବା ନାଁରେ ବିନାଶ କରାଯାଉଛି । 10 ବର୍ଷ ହେଲେଣି ଜାଇକା କାମ ଚାଲିଛି । ଏହି କାର୍ଯ୍ୟ ପାଇଁ 50ରୁ ଉର୍ଦ୍ଧ୍ବ ମୁଣ୍ଡ ଗଡିଲାଣି । ତଥାପି ସରକାର ଚେତୁନାହାନ୍ତି । 2024ରେ ଏହି ଜାଇକା ପ୍ରକଳ୍ପ ସରକାରଙ୍କୁ ବୁଡ଼ାଇବ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆର୍ଥିକ ସହାୟତା ଦେବା କାର୍ଯ୍ୟ କରୁଛନ୍ତି ମହାନଗର ନିଗମ । ବିଗତ ଦିନମାନଙ୍କରେ ଯେଉଁ ମାନଙ୍କର ଏହି ଜାଇକାରେ ପ୍ରାଣ ଯାଇଛି ସେମାନଙ୍କ ପାଇଁ ଦିଆଯାଇଥିବା ତଦନ୍ତ ନିର୍ଦ୍ଦେଶର କ’ଣ ହେଲା ? ଅନେକ ଥର କିମିଟି ବସିଛି ହେଲେ କିଛି ବି ସୁଫଳ ମିଳି ପାରି ନାହିଁ ।’’

ତେବେ ସମୟ ଥାଉ ଥାଉ ଜାଇକା କାର୍ଯ୍ୟ ଯଦି ନସରେ ତେବେ ଆଗମୀ ନିର୍ବାଚନରେ ଶାସକ ଦଳକୁ ଉଚିତ ଜବାବ ଦେବେ ଜନତା । ଶାସନ ଗାଦିରେ ପରିବର୍ତ୍ତନ ହେବ ବୋଲି ଦାବି କରିଛନ୍ତି କଂଗ୍ରେସ ଓ ବିଜେପି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.