ETV Bharat / state

ଭୁଲ ରକ୍ତ ନେଇ ରୋଗୀ ଗୁରୁତର ! ରେଡ଼କ୍ରସ୍ ବ୍ଲଡ ବ୍ୟାଙ୍କରୁ ଆସିଲା ସାଙ୍ଘାତିକ ଅଭିଯୋଗ

author img

By ETV Bharat Odisha Team

Published : Aug 29, 2023, 10:37 PM IST

ଅନ୍ୟ ଗ୍ରୁପର ରକ୍ତ ଦେଇ ରୋଗୀ ଗୁରୁତର । ରେଡକ୍ରସ୍ ବ୍ୟାଙ୍କରୁ ରକ୍ତ ଆସିଥିଲା । ରୋଗୀଙ୍କର ରକ୍ତ ଗ୍ରୁପ A+ ଥିବା ବେଳେ ରକ୍ତ ଭଣ୍ଡାରରୁ B+ ଦିଆଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ଅନ୍ୟ ଗ୍ରୁପର ରକ୍ତ ଦେଇ ରୋଗୀ ଗୁରୁତର
ଅନ୍ୟ ଗ୍ରୁପର ରକ୍ତ ଦେଇ ରୋଗୀ ଗୁରୁତର

ଅନ୍ୟ ଗ୍ରୁପର ରକ୍ତ ଦେଇ ରୋଗୀ ଗୁରୁତର

କଟକ: ଗୋଟିଏ ଗ୍ରୁପ ରକ୍ତ ବଦଳରେ ରୋଗୀଙ୍କୁ ଚଢ଼ାଇଦେଲେ ଅନ୍ୟ ଗ୍ରୁପର ରକ୍ତ । ଅନ୍ଯ ଗ୍ରୁରର ରକ୍ତ ନେଇ ରୋଗୀ ଗୁରୁତର । କଟକର ଏକ ଘରୋଇ ନର୍ସିଂହୋମରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ରେଡକ୍ରସ୍ ବ୍ୟାଙ୍କରୁ ରକ୍ତ ଆସିଥିଲା । ରୋଗୀଙ୍କର ରକ୍ତ ଗ୍ରୁପ A+ ଥିବା ବେଳେ ରକ୍ତ ଭଣ୍ଡାରରୁ B+ ଦିଆଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, କଟକକ ଏକ ଘରୋଇ ଡାକ୍ତରଖାନାରେ ବିଭୂତି ଭୂଷଣ ଜେନା ନାମକ ଜଣେ ବୟସ୍କ ବ୍ୟକ୍ତି ଚିକିତ୍ସିତ ହେଉଥିଲେ । ଅସୁସ୍ଥତା ଓ ହେମୋଗ୍ଲୋବିନ୍ କମିଯିବା କାରଣରୁ ବିଭୂତିଙ୍କୁ A+ ରକ୍ତର ଆବଶ୍ୟକତା ପଡ଼ିଥିଲା । ପରିବାର ଲୋକେ ରେଡକ୍ରସ୍ ବ୍ଲଡ ବ୍ୟାଙ୍କରୁ A+ ରକ୍ତ ଆଣିଥିଲେ । ଯେତେବେଳେ ବିଭୂତିଙ୍କ ଶରୀରରେ ରକ୍ତ ଚଢ଼ା ଯାଇଥିଲା, ସେତେବେଳେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଥିଲା । ଏହାପରେ ନର୍ସିଂହୋମ କର୍ତ୍ତୃପକ୍ଷ ରକ୍ତର ଗ୍ରୁପ୍ ଟେଷ୍ଟ କରିଥିଲେ । ସେତେବେଳେ ଜାଣିବାକୁ ପାଇଥିଲେ ଯେ, ଏହା A+ ରକ୍ତ । ତେବେ ରକ୍ତ ବ୍ୟାଗରେ A+ ଲେଖାଥିବା ବେଳେ ଭିତରେ B + ରକ୍ତ ରହିଥିଲା । ଏହାପରେ ରୋଗୀଙ୍କ ପୁଅ ଓ ଘରୋଇ ହସ୍ପିଟାଲର କର୍ମଚାରୀ ବ୍ଲଡ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଇଥିଲେ । ଏମିତିକି ଲାଇଭ ଟେଷ୍ଟ ପାଇଁ ମଧ୍ୟ କହିଥିଲେ । କିନ୍ତୁ ରେଡକ୍ରସ୍ ପକ୍ଷରୁ ତାଙ୍କୁ କୌଣସି ସହଯୋଗ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ତେବେ ରେଡକ୍ରସ୍‌ର ଏଭଳି ଗୁରୁତର ଅବହେଳାକୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ରକ୍ତ ଭଣ୍ଡାରରେ ହେରଫେର, କର୍ମଚାରୀ ବହିଷ୍କୃତ

ପୂର୍ବରୁ ରେସକ୍ରସ୍ ବ୍ଲଡ଼ ସେଣ୍ଟରେ ବ୍ଲଡ଼ ବ୍ୟାଙ୍କରୁ ରକ୍ତ ଯୋଗାଇ ଦେବା ନାଁରେ 14୦୦ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଗିରଫ ହୋଇଛନ୍ତି ଦଲାଲ । ଗୋଟିଏ ପଟେ ରକ୍ତ ଦଲାଲ ସକ୍ରିୟ ଥିଲା ବେଳେ ଅନ୍ୟପଟେ ଗ୍ରୁପ ପରିବର୍ତ୍ତନ ନିଶ୍ଚୟ ରୂପେ କେଉଁଠି ନା କେଉଁଠି ଲୋକଙ୍କ ମଧ୍ୟରେ ଥବା ଭରସାକୁ ଶେଷ କରି ଦେଉଛି । ଏହି ପ୍ରସଙ୍ଗରେ ରେଡ଼କ୍ରସ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । କିନ୍ତୁ ଏହି ଦିଗରେ ଦୃଷ୍ଟି ଦେବା ନିଶ୍ଚୟ ଆବଶ୍ୟକ ବୋଲି ଅଭିଯୋଗକାରୀ ଦାବି କରିଛନ୍ତି । କଟକକୁ ପ୍ରତି ଦିନ ହଜାରର ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ହେଲେ ବ୍ଲଡ ବ୍ୟାଙ୍କ ୟୁନିଟ ଦ୍ବାରା ଏଭଳି ଗୁରୁତର ତ୍ରୁଟି ଘଟିବା ନେଇ ସାଧାରଣର ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.