ETV Bharat / state

ଅକ୍ସିଜେନ ଅଭାବରୁ SCBରେ ରୋଗୀ ମୃତ୍ୟୁ ଅଭିଯୋଗ

author img

By

Published : Jan 24, 2023, 1:24 PM IST

Updated : Jan 24, 2023, 2:30 PM IST

ଅକ୍ସିଜେନ ଅଭାବରୁ SCBରେ ରୋଗୀ ମୃତ୍ୟୁ ଅଭିଯୋଗ
ଅକ୍ସିଜେନ ଅଭାବରୁ SCBରେ ରୋଗୀ ମୃତ୍ୟୁ ଅଭିଯୋଗ

କଟକ ବଡ ମେଡିକାଲରେ ଅକ୍ସିଜେନ ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ । ଘଟଣାର ତଦନ୍ତ ହେବ କହିଲେ ମେଡିକାଲ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ଅକ୍ସିଜେନ ଅଭାବରୁ SCBରେ ରୋଗୀ ମୃତ୍ୟୁ ଅଭିଯୋଗ

କଟକ: କଟକ ବଡ ମେଡିକାଲରେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ବାଲେଶ୍ବରର ଭାଗବତ ମହାନ୍ତି । ସେ ଜଣେ ଶ୍ବାସରୋଗୀ ଥିଲେ । ଚିକିତ୍ସା ପାଇଁ ବାଲେଶ୍ବରରୁ SCBକୁ ସ୍ଥାନାନ୍ତରିତ ହୋଇଥିଲେ । ହେଲେ ବର୍ହିବିଭାଗରୁ ବିନା ଅକ୍ସିଜେନରେ ରୋଗୀଙ୍କୁ ମେଡିସିନ ୱାର୍ଡକୁ ପଠାଯାଇଥିଲା । ଯେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସମ୍ପର୍କୀୟ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି । ୱାର୍ଡରେ ପ୍ରାୟ ଏକ ଘଣ୍ଟା କାଳ ଅକ୍ସିଜେନ ନମିଳିବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ସଙ୍ଗୀନ ଅଭିଯୋଗ ହୋଇଛି ।

ଅନ୍ୟପଟେ ଏସସିବିରେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଏହି ଘଟଣା ଉପରେ ମୌଖିକ ଅଭିଯୋଗ ହୋଇଛି । ଉଭୟ ବର୍ହିବିଭାଗ ଓ ମେଡିସିନ୍ ବିଭାଗ ମୁଖ୍ୟଙ୍କୁ ଏ ସଂପର୍କରେ ପଚରାଯାଇଛି । ସ୍ବତନ୍ତ୍ର କମିଟି ଗଠନ ହୋଇ ଘଟଣାର ଅନୁଧ୍ୟାନ ହେଉଛି । ତଦନ୍ତରେ ଅବହେଳା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସସିବି ପ୍ରଶାସନିକ ଅଧିକାରୀ ଅଭିନାଶ ରାଉତ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Covid-19 Vaccine: ଇଞ୍ଜେକ୍ସନ୍ କି ନାକରେ ନୁହେଁ ଆସୁଛି ପିଇ ହେଉଥିବା କୋଭିଡ ଟିକା

ମିଳିଥିବା ସୂଚନା ଅନୁଯାୟୀ, ୮୧ ବର୍ଷୀୟ ମୃତକ ଭାଗବତ ମହାନ୍ତିଙ୍କ ଶ୍ବାସଜନିତ ସମସ୍ୟା ଥିଲା । ଉନ୍ନତ ଚିକିତ୍ସା ପାଇଁ ସେ ବାଲେଶ୍ବର ହସ୍ପିଟାଲରୁ ଆସି କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିଲେ । ହେଲେ ଅକ୍ସିଜେନ ଅଭାବରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିବାବେଳେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୃତକଙ୍କ ସମ୍ପର୍କୀୟ ଦାବି କରିଛନ୍ତି । ତେବେ ରୋଗୀ ମୃତ୍ୟ ପଛରେ କାହାର ଅବହେଳା ? ବାସ୍ତବରେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ପ୍ରାଣ ଯାଇଛି ନା ଅନ୍ୟ କୌଣସି କାରଣରୁ ହୋଇଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, କଟକ

Last Updated :Jan 24, 2023, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.