Covid-19 Vaccine: ଇଞ୍ଜେକ୍ସନ୍ କି ନାକରେ ନୁହେଁ ଆସୁଛି ପିଇ ହେଉଥିବା କୋଭିଡ ଟିକା

author img

By

Published : Jan 24, 2023, 12:38 PM IST

Covid-19 Vaccine

ଆଗକୁ ଆସିବ ପାଟି ମାଧ୍ୟମରେ ପିଇ ପାରୁଥିବା କୋଭିଡ ଭ୍ୟାକ୍ସିନ୍ । ଏପରି ଏକ ଟିକା ଉପରେ କାର୍ଯ୍ୟ କରୁଛନ୍ତି ଗବେଷକ । ଅଧିକ ପଢନ୍ତୁ

ସାନ ଫ୍ରାନ୍ସିସ୍କୋ: କୋଭିଡ ମୁକାବିଲା ପାଇଁ ଇଞ୍ଜେକ୍ସନ ଓ ନାଜାଲ ଅର୍ଥାତ୍ ନାକ ଡ୍ରପ୍ ଉପଲବ୍ଧ ଥିବାବେଳେ ଆଗକୁ ଆସିବାକୁ ଯାଉଛି ସିରପ୍ । ଅନୁସନ୍ଧାନକାରୀମାନେ ଏକ କୋଭିଡ୍-19 ଟିକା ଉପରେ କାମ କରୁଛନ୍ତି, ଯାହାକୁ ଲୋକମାନେ ଛୁଞ୍ଚି କିମ୍ବା ନାକ ପରିବର୍ତ୍ତେ ପିଇ ପାରିବେ । ଅନୁସନ୍ଧାନକାରୀମାନେ ମ୍ୟୁକୋଜାଲ୍ ଟିକା ଉପରେ ଗବେଷଣା କରୁଥିବା ଜଣାପଡିଛି । ଏହି ଟିକାର ନାମ QYNDR ରଖାଯାଇଛି ।

ରିପୋର୍ଟ ଅନୁସାରେ, ଏହି ଟିକାର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣ ଶେଷ ହୋଇସାରି ଥିବାବେଳେ ମାନବ ବ୍ୟବହାର ପାଇଁ ଅଧିକ ପରୀକ୍ଷଣ ଜାରି ରହିଛି । ଏନେଇ CNET ପକ୍ଷରୁ ସୂଚନା ମିଳିଛି । QYNDR ନିର୍ମାତା ତଥା ଆମେରିକାର ସ୍ପେସିଆଲିଟି ଫର୍ମୁଲେସନ୍ସର ପ୍ରତିଷ୍ଠାତା କାଇଲ୍ ଫ୍ଲାନିଗାନ୍ କହିଛନ୍ତି ଯେ, QYNDR ଟିକାକୁ 'kinder' ଅର୍ଥାତ୍ ଦୟାଳୁ ବୋଲି କୁହାଯାଉପାରିବ, କାରଣ ଏହି ଟିକା ପ୍ରଦାନରେ କୌଣସି ଅସୁବିଧା ହେବ ନାହିଁ, ଅର୍ଥାତ୍ ଛୁଞ୍ଚି ମାଧ୍ୟମନରେ କିମ୍ବା ନାକ ଡ୍ରପ୍ ମାଧ୍ୟମରେ ଦିଆଯିବ ନାହିଁ । ଏହାକୁ ଆରମରେ ପାଟିରେ ସିରପ୍ ଭଳି ସେବନ କରାଯାଇ ପାରିବ । ଫଳରେ ଇଞ୍ଜେକ୍ସନ୍ ନେବାକୁ ଡରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ବିକଳ୍ପ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ:- Nasal Covid Vaccine: ଜାନୁଆରୀ 26ରୁ ନାଜାଲ ଭ୍ୟାକ୍ସିନ

ଅଧିକନ୍ତୁ, ରିପୋର୍ଟରେ କୁହାଯାଇଛି ଯେ, ନ୍ୟୁଜିଲ୍ୟାଣ୍ଡରେ କରାଯାଇଥିବା ସଫଳ କ୍ଲିନିକାଲ୍ ପରୀକ୍ଷଣ ଏହା ଦର୍ଶାଉଛି, QYNDR ବ୍ୟବହାର ଏକ ଉପଯୋଗୀ ବିକଳ୍ପ ହେବ । ଫ୍ଲାନିଗାନ୍ କହିଛନ୍ତି, "ରୋଗରୁ ଉପଶମ ପାଇଁ ଏକ ଟିକାକୁ ହଜମ ପ୍ରକ୍ରିୟା ମାଧ୍ୟମରେ ସେବନ କରିବା ପ୍ରକୃତରେ ଚ୍ୟାଲେଞ୍ଜିଂ । ଟିକାକୁ ପାଟି ମାଧ୍ୟମରେ ପାକସ୍ଥଳୀକୁ ପ୍ରେରଣ କରିବା ଏବଂ ତାକୁ ରୋଗ ବିରୋଧରେ ବିନିଯୋଗ କରିବା କ୍ଷେତ୍ରରେ ଆମେ ସମର୍ଥ ହୋଇପାରିଛୁ ।"

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ମ୍ୟୁକୋଜାଲ୍ ଟିକା କେବଳ ଗୁରୁତର ରୋଗ ଏବଂ ମୃତ୍ୟୁରୁ ରକ୍ଷା କରିବ ନାହିଁ, mRNA ଟିକା ଓ ବୁଷ୍ଟର ଭବେ କାମ କରିବା ସହ ଦ୍ରୁତ ଭାବେ ବ୍ୟାପୁଥିବା ମଧ୍ୟମ ସଂକ୍ରମଣକୁ ବି ଦୂର କରିବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ବିଭିନ୍ନ ପ୍ରକାରର ପ୍ରତିରକ୍ଷା କାରଣରୁ COVID-19 ସଂକ୍ରମଣର ମୁକାବିଲା ପାଇଁ ମ୍ୟୁକୋଜାଲ୍ ଟିକାକୁ ଏକ କାର୍ଯ୍ୟକ୍ଷମ କିମ୍ବା ଉନ୍ନତ ବିକଳ୍ପ ଭାବରେ ସମର୍ଥନ କରାଯାଇଛି ।

ତେବେ କହିରଖୁଛୁ ଯେ, ପୂର୍ବରୁ କୋଭାକ୍ସିନ, କୋଭିସିଲ୍ଡ, ସ୍ପୁଟନିକ-ଭି ଭଳି ସିରିଞ୍ଜ ମାଧ୍ୟମରେ ଦିଆଯାଉଥିବା କୋଭିଡ ଭ୍ୟାକ୍ସିନ ଉପଲବ୍ଧ ରହିଛି । ଆସନ୍ତା 26 ଅର୍ଥାତ୍ ଗଣତନ୍ତ୍ର ଦିବସରୁ ଦେଶରେ ନିର୍ମିତ ପ୍ରଥମ ସ୍ବେଦେଶୀ ନାଜାଲ୍ ଭ୍ୟାକ୍ସିନ୍ ଦିଆଯିବ । ଏହି ଟିକାକୁ ବ୍ୟବହାର ଅନୁମତି ମିଳିବା ପରେ ସମଗ୍ର ଦେଶରେ ଜାନୁଆରୀ 26ରୁ ଉପଲବ୍ଧ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.