ETV Bharat / state

ବାଲିଯାତ୍ରାରେ ମନ ମୋହିବ ORMAS, ଖୋଲିବ ୪୨୦ଟି ଷ୍ଟଲ୍‌ ଆକର୍ଷଣ

author img

By

Published : Nov 4, 2022, 12:04 PM IST

ବାଲିଯାତ୍ରାରେ ମନ ମୋହିବ ଓରମାସ
ବାଲିଯାତ୍ରାରେ ମନ ମୋହିବ ଓରମାସ

ବାଲିଯାତ୍ରା ପାଇଁ ଆଉ ମାତ୍ର ୫ ଦିନ ବାକି ଥିବାରୁ ଏବେ ଠାରୁ ସଜେଇ ହେଲାଣି ବାଲିଯାତ୍ରା ପଡିଆ । ଚଳିତ ବର୍ଷ ମନ ମୋହିବ ଓରମାସର ଖାଦ୍ୟ ଷ୍ଟଲ ।

କଟକ: ଆଉ ଦିନ କେଇଟା ପରେ କଟକ ଐତିହାସିକ ବାଲିଯାତ୍ରା । ଏଥିପାଇଁ ଜୋରସୋରେ ଚାଲିଛି ପ୍ରସ୍ତୁତି । ଚଳିତ ବର୍ଷ କଟକରେ ବେଶ ଧୁମଧାମରେ ପାଳନ ହେବ ବାଲିଯାତ୍ରା (Cuttack Bali Yatra)। ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଏଥର ବାଲିଯାତ୍ରା ଆୟୋଜନ ହେଉଥିବାରୁ ଏହାକୁ ବେଶ ଆକର୍ଷଣୀୟ କରିବାକୁ ଲାଗି ପଡିଛି ଜିଲ୍ଲା ପ୍ରଶାସନ ।

ବାଲିଯାତ୍ରାରେ ମନ ମୋହିବ ଓରମାସ

ବାଲିଯାତ୍ରା ପାଇଁ ଆଉ ମାତ୍ର ୫ ଦିନ ବାକି ଥିବାରୁ ଏବେ ଠାରୁ ସଜେଇ ହେଲାଣି ବାଲିଯାତ୍ରା ପଡିଆ । ହାତରେ କମ୍ ସମୟ ଥିବାରୁ ଜୋରସୋରରେ ଚାଲିଛି ଷ୍ଟଲ ନିର୍ମାଣ କାମ । ତେବେ ପ୍ରତିବର୍ଷ ବାଲିଯାତ୍ରାରେ ଆକର୍ଷଣ ପାଲଟିଥାଏ ଓରମାସ୍ ଷ୍ଟଲ । ଗତ ଥର ବାଲିଯାତ୍ରାରେ ୩୮୦ ଷ୍ଟଲ ଥିବାବେଳେ ଚଳିତ ବର୍ଷ ୪୨୦ ଷ୍ଟଲ କରାଯାଉଥିବା ବେଳେ ଫୁଡ ଷ୍ଟଲକୁ ଗୁରୁତ୍ବ ଦିଆଯାଇଛି । ଯେଉଁଥିରେ ଓଡିଆ ପର୍ବପର୍ବାଣୀରେ ହେଉଥିବା ପାରମ୍ପରିକ ଖାଦ୍ୟ ଉପଲବ୍ଧ ହେବ । ବାଲିଯାତ୍ରା ଖାଦ୍ୟର ବେସ ଚାହିଦା ରହିଥାଏ, ବିଶେଷ କରି ଠୁଙ୍କା ପୁରୀ । ଯାତ୍ରା ବୁଲିବାକୁ ଆସୁଥିବା ଲୋକେ କିଣାକିଣି ସହ ବିଭିନ୍ନ ଖାଦ୍ୟର ମଜା ନେଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ-କାଲିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଞ୍ଚୁକ ନୀତି, ଭକ୍ତଙ୍କ ସମାଗମ ପାଇଁ ପ୍ରଶାସନ ପ୍ରସ୍ତୁତ

ସେଥିପାଇଁ ବାଲିଯାତ୍ରାରେ ସ୍ବତନ୍ତ୍ର ଫୁଡ ଷ୍ଟଲ ଖୋଲିଥାଏ । ଚଳିତ ବର୍ଷ ମଧ୍ୟ ଓରମାସ ପକ୍ଷରୁ କରାଯାଉଥିବା ଷ୍ଟଲରେ ଫୁଡ କୋର୍ଟକୁ ଗୁରୁତ୍ବ ଦିଆଯାଇଛି । ଯେଉଁଠାରେ ମିଳିବ ଓଡିଶାର ପାରମ୍ପରିକ ଖାଦ୍ୟ ପୋଡପିଠା, ମଣ୍ଡା ପିଠା, ଏଣ୍ଡୁରି ପିଠା, ଆରିସା, କାକରା ସହ ବିଭିନ୍ନ ପ୍ରକାର ପିଠା ଓ ମିଠା । ଚଳିତ ବର୍ଷ ବାଲିଯାତ୍ରାରେ ଓରମାସର ୪୨୦ଟି ଷ୍ଟଲ ଖୋଲାଯିବ, ଏହାସହ ୩୦ଟି ଫୁଡ୍ ଷ୍ଟଲ କରାଯାଇଛି । ରାଜ୍ୟର ୩୦ଟି ଜିଲ୍ଲା ସହ ୧୪ଟି ରାଜ୍ୟରୁ ବ୍ୟବସାୟୀମାନେ ଷ୍ଟଲ ଖୋଲିବାକୁ ଯୋଜନା କରିଛନ୍ତି ।

ଏନେଇ ଓରମାସ୍ ମୁଖ୍ୟ ବିପିନ ରାଉତ କହିଛନ୍ତି, ''ଚଳିତ ଥର ଓରମାସରେ ୩୦ ଜିଲ୍ଲା ଓ ୧୪ଟା ରାଜ୍ୟର ବ୍ୟବସାୟୀ ମାନେ ଭାଗ ନେବେ । ଚଳିତ ବର୍ଷ ୪୨୦ଟି ଷ୍ଟଲ ଖୋଲାଯିବ, ଓଡିଶା ପିଠା ପଣାକୁ ଅଧିକ ଗୁରୁତ୍ବ ଦିଆଯିବ, ଏଥିପାଇଁ ମଧ୍ୟ ୩୦ଟି ଷ୍ଟଲ କରାଯାଇଛି, ମୋଟ ୪୫୦ଟି ଷ୍ଟଲ ଖୋଲାଯିବ ।''

କଟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.