ETV Bharat / state

Mo Ward Campaign: ବସ୍ତିରେ ଖାଇଲେ, ରାତ୍ରିଯାପନ କଲେ କଟକ ମେୟର

author img

By

Published : Feb 24, 2023, 9:01 AM IST

Etv Bharat
mo ward campaign starts in cuttack

ମୋ ଓ୍ବାର୍ଡ ଅଭିଯାନର ପ୍ରଥମ ଦିନରେ ବସ୍ତି ଲୋକଙ୍କ ସମସ୍ୟା ବୁଝିବା ସହ ରାତ୍ରିଯାପନ କଲେ ମେୟର। ଅଧିକ ପଢନ୍ତୁ

mo ward campaign starts in cuttack

କଟକ: ବସ୍ତି ଲୋକଙ୍କ ସମସ୍ୟା ଜାଣିବା ପାଇଁ କଟକ ମେୟରଙ୍କ ଅଭିନବ ଉପାୟ । ମୋ ୱାର୍ଡ ଅଭିଯାନ ମାଧ୍ୟମରେ ବସ୍ତି ଲୋକଙ୍କ ସହ ଆଲୋଚନା ପରେ ଭୋଜନ କରି ରାତ୍ରିଯାପନ କଲେ ମେୟର ସୁବାସ ସିଂ । ସରକାରଙ୍କ ଯୋଜନା କିପରି ବସ୍ତି ବାସିନ୍ଦାଙ୍କ ନିକଟରେ ପହଞ୍ଚି ପାରିବ ସେନେଇ ମୋ ୱାର୍ଡ ଯୋଜନା ଆରମ୍ଭ ହୋଇଥିବା କହିଛନ୍ତି କଟକ ମେୟର । ଆଜି (ଶୁକ୍ରବାର) ୱାର୍ଡର ବିଭିନ୍ନ ପ୍ରୋଜେକ୍ଟ ସମୀକ୍ଷା, ଡ୍ରେନ, ଜାଇକା, ପରିମଳ ଦିଗକୁ ସମୀକ୍ଷା କରିବେ ମେୟର, କମିଶନର ଓ ବିଭିନ୍ନ ବିଭାଗୀୟ ଅଧିକାରୀ।

ମିଳିଥିବା ସୂଚନା ଅନୁଯାୟୀ, ବସ୍ତି ଲୋକଙ୍କ ସମସ୍ୟା ଜାଣିବା ପାଇଁ ଗତକାଲି ଠାରୁ କଟକରେ ଆରମ୍ଭ ହୋଇଛି ମୋ ୱାର୍ଡ ଅଭିଯାନ । ଏହି ଅଭିଯାନର ପ୍ରଥମ ଦିନରେ ୧ ନମ୍ବର ୱାର୍ଡର ରାଧାକୃଷ୍ଣ ବସ୍ତିରେ ଲୋକଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ ମେୟର । ପ୍ରଥମେ ବରିଷ୍ଠ ଲୋକଙ୍କ ସହ ଆଲୋଚନା ଓ ପରେ ପରେ ବସ୍ତିରେ ରାତ୍ରି ଭୋଜନ ସହ ଶୋଇଥିଲେ ମେୟର । ଆଜି ବିଡ଼ାନାସି ଅଞ୍ଚଳରେ କମିଶନରଙ୍କ ସହ ସାନିଟସନ ଓ ଡ୍ରେନ ସମସ୍ୟା ତଦାରଖ କରିବେ ମେୟର । ଏହାପରେ 1 ନମ୍ବର ୱାର୍ଡରେ ପ୍ରୋଜେକ୍ଟ କାର୍ଯ୍ୟର ତଦାରଖ ,ସରକାରୀ ଓ ବେସରକାରୀ ସ୍କୁଲ, ଅଙ୍ଗନବାଡି, ଏସଏସଜି ସେଣ୍ଟର ବୁଲି ଅନେକ ଦିଗ ଉପରେ ଆଲୋଚନା ହେବ ।

ଏହା ମଧ୍ୟ ପଢନ୍ତୁ-Odisha Budget: ଆଜି ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ

ଏହାପରେ ସବୁ ୱାର୍ଡ ବୁଲି ତମାମ ସମସ୍ୟାର ସମାଧାନ ପାଇଁ ସିଏମସି ଚେଷ୍ଟା କରିବେ ବୋଲି କହିଛନ୍ତି ମେୟର ସୁବାସ ସିଂ । ଏହାସହ ବସ୍ତିର ଯୁବକ ମାନଙ୍କ ମଧ୍ୟରେ ଏକ ପରିବର୍ତ୍ତନର ଦିଗ ଆଣିବା ପାଇଁ ଏକ ବଡ଼ ବୈଠକ ଅନୁଷ୍ଠିତ ହେବ । ପରେ ପରେ ଶ୍ରମିକ କାର୍ଡ ହୋଲଡ଼ର, ଷ୍ଟ୍ରଟ ଭେଣ୍ଡର୍ସ ଓ ଭତ୍ତା ପାଉଥିବା ବ୍ୟକ୍ତି ବିଶେଷ ମାନଙ୍କ ସୁବିଧା ଅସୁବିଧା ବୁଝିବେ ସିଏମସି । କଟକରେ ଦୀର୍ଘ ଦିନ ଧରି ଅନେକ ସମସ୍ୟା ରହିଛି । ଏହାର ସମାଧାନ ପାଇଁ ସିଏମସି ସର୍ଵଦା ତତ୍ପରତା ଦେଖାଇଛି । କିନ୍ତୁ ୱାର୍ଡ ମଧ୍ୟରେ ଅନେକ ସମସ୍ୟା ଲୁକାୟିତ ଭାବରେ ରହିଛି ତାହା ଏଇ ମୋ ୱାର୍ଡ ଅଭିଯାନ ମାଧ୍ୟମରେ ସାମ୍ନାକୁ ଆସିବ ଓ ସମାଧାନ କରାଯିବ ବୋଲି କହିଛନ୍ତି ମେୟର । ମୋ ଓ୍ବାର୍ଡ ଅଭିଯାନର ପ୍ରଥମ ଦିନ ଶେଷ ହୋଇଥିବା ବେଳେ ଆଜି ଦ୍ବିତୀୟ ଦିନ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.