ETV Bharat / state

Matric Summative Exam: ନଭେମ୍ବର ୨୩ରୁ ମାଟ୍ରିକ ସମ୍ମେଟିଭ ୧ ପରୀକ୍ଷା

author img

By

Published : Nov 4, 2022, 6:02 PM IST

Updated : Nov 4, 2022, 6:41 PM IST

ନଭେମ୍ବର ୨୩ରୁ ମାଟ୍ରିକ ସମ୍ମେଟିଭ ୧ ପରୀକ୍ଷା । ଆସନ୍ତା ନଭେମ୍ବର ୨୩ରୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ୩୦୨୯ଟି କେନ୍ଦ୍ରରେ ହେବ ପରୀକ୍ଷା । ଅଧିକ ପଢନ୍ତୁ

Matric Summative Exam: ନଭେମ୍ବର ୨୩ରୁ ମାଟ୍ରିକ ସମ୍ମେଟିଭ ୧ ପରୀକ୍ଷା
Matric Summative Exam: ନଭେମ୍ବର ୨୩ରୁ ମାଟ୍ରିକ ସମ୍ମେଟିଭ ୧ ପରୀକ୍ଷା

କଟକ: ନଭେମ୍ବର ୨୩ରୁ ମାଟ୍ରିକ ସମ୍ମେଟିଭ ୧ ପରୀକ୍ଷା । ଆସନ୍ତା ନଭେମ୍ବର ୨୩ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ହେବ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା । ଚଳିତ ବର୍ଷ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ଫିଲ-ଅପ କରିଥିବା ବେଳେ ୩୦୨୯ଟି କେନ୍ଦ୍ରରେ ହେବ ପରୀକ୍ଷା । ଏ ନେଇ ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

Matric Summative Exam: ନଭେମ୍ବର ୨୩ରୁ ମାଟ୍ରିକ ସମ୍ମେଟିଭ ୧ ପରୀକ୍ଷା

ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ପରୀକ୍ଷା କେନ୍ଦ୍ରରେ କରାଯାଇଛି । କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଓ ମାଲକାନଗିରିରେ ୧୦ଟି କେନ୍ଦ୍ର କରାଯାଇଛି । ତେବେ ସ୍କୁଲର ୧୦ କିମି ଭିତରେ ସବୁ ସେଣ୍ଟର କରାଯାଇଛି ବୋଲି କୁହାଯାଇଛି । ସେହିଭଳି ୨୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ଟି କେନ୍ଦ୍ର କରାଯାଇଛି । ଷ୍ଟେଟ ଓପନ ସ୍କୁଲ (SOS)ରେ ୭୧୮୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୧୪୬ଟି ସେଣ୍ଟରରେ ପରୀକ୍ଷା ଦେବେ ୭୧୮୧ ଜଣ ପରୀକ୍ଷାର୍ଥୀ । ତେବେ ହାଇସ୍କୁଲ ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ମାନେ ସେମାନଙ୍କର ଆଡ଼ମିଟ କାର୍ଡ ଆଜିଠାରୁ ବୋର୍ଡ଼ ୱେବସାଇଟରୁ ଡାଉନଲୋଡ଼ କରିପାରିବେ ।

ଏହା ବି ପଢନ୍ତୁ- Dhamnagar ByPoll: ଆସନ୍ତା ୬ରେ ଭୋଟ ଗଣତି, କଡା ସୁରକ୍ଷା ବଳୟରେ ରହିଛି ଇଭିଏମ

ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଇଁ ୧୭ ତାରଖରୁ ଆଡମିଟ୍‌ କାର୍ଡ ଡାଉନଲୋଡ଼ (Admit Card download) କରିପାରିବେ । ସକାଳ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟାରେ ଶେଷ ହେବାକୁ ଥିବା ବେଳେ ପ୍ରଥମଦିନ ୯ଟା ବେଳେ ଏବଂ ଦ୍ଵିତୀୟ ଦିନ ଠାରୁ ୯ଟା ୨୦ରେ ହଲ୍‌ ଭିତରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ । କେବଳ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ମିଳିବ । କପି ରୋକିବା ପାଇଁ ୩୬ଟି ସେଣ୍ଟ୍ରାଲ ସ୍କ୍ବାର୍ଡ ସହିତ ୭୪ଟି DEO ସ୍ତରୀୟ ସ୍କ୍ବାର୍ଡ କମିଟି ଗଠନ ହେବ । ପ୍ରଶ୍ନପତ୍ର ଗୁଡ଼ିକ ନୋଡାଲ ସେଣ୍ଟର ଗୁଡିକରେ ରହିବାକୁ ଥିବା ବେଳେ ପରୀକ୍ଷା ଦିନ ସକାଳୁ ପ୍ରଶ୍ନପତ୍ର ଗୁଡିକ ସେଣ୍ଟରକୁ ଯିବ ବୋଲି କହିଛନ୍ତି ବୋର୍ଡ ସଭାପତି ।

ଇଟିଭି ଭାରତ, କଟକ

Last Updated :Nov 4, 2022, 6:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.