ETV Bharat / state

Dhamnagar ByPoll: ଆସନ୍ତା ୬ରେ ଭୋଟ ଗଣତି, କଡା ସୁରକ୍ଷା ବଳୟରେ ରହିିଛି ଇଭିଏମ

author img

By

Published : Nov 4, 2022, 5:39 PM IST

ଧାମନଗର ଉପନିର୍ବାଚନରେ ୬୮.୯୮ ପ୍ରତିଶତ ମତଦାନ ହୋଇଛି । ଧାମନଗର ଉପନିର୍ବାଚନ ପାଇଁ ମତଦାନ ସରିଥିବା ବେଳେ ସରକାରୀ ଭାବେ ଏଥିରେ ୬୮.୯୮ ପ୍ରତିଶତ ମତଦାନ ହୋଇଛି । ସେପଟେ ଆସନ୍ତା ୬ ତାରିଖରେ ଭୋଟ ଗଣତି ହେବାକୁ ଥିବାବେଳେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

Dhamnagar ByPoll: ଆସନ୍ତା ୬ରେ ଭୋଟ ଗଣତି, କଡା ସୁରକ୍ଷା ବଳୟରେ ରହିିଛି ଇଭିଏମ
Dhamnagar ByPoll: ଆସନ୍ତା ୬ରେ ଭୋଟ ଗଣତି, କଡା ସୁରକ୍ଷା ବଳୟରେ ରହିିଛି ଇଭିଏମ

ଭଦ୍ରକ: ଧାମନଗର ଉପନିର୍ବାଚନରେ ୬୮.୯୮ ପ୍ରତିଶତ ମତଦାନ ହୋଇଛି । ଧାମନଗର ଉପନିର୍ବାଚନ ପାଇଁ ଗତକାଲି (ଗୁରୁବାର) ସରିଛି ମତଦାନ ପ୍ରକ୍ରିୟା । ସରକାରୀ ଭାବେ ଏହି ଉପନିର୍ବାଚନରେ ୬୮.୯୮ ପ୍ରତିଶତ ମତଦାନ ହୋଇଛି । ଆସନ୍ତା ୬ ତାରିଖରେ ଭୋଟ ଗଣତି ହେବାକୁ ଥିବାବେଳେ ଏନେଇ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭଦ୍ରକ ସଂସ୍କୃତି ଭବନରେ ଏନେଇ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପ୍ରକାଶ କରିଛନ୍ତି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର ।

Dhamnagar ByPoll: ଆସନ୍ତା ୬ରେ ଭୋଟ ଗଣତି, କଡା ସୁରକ୍ଷା ବଳୟରେ ରହିିଛି ଇଭିଏମ

ଭଦ୍ରକ ଧାମନଗର ଉପନିର୍ବାଚନ ଲାଗି ମତଦାନ ସରିଥିବାବେଳେ ଆସନ୍ତା 6 ତାରିଖ (ରବିବାର) ଦିନ ଭୋଟ ଗଣତି କରାଯିବ । ଏନେଇ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସେ କହିଛନ୍ତି, "ଇଭିଏମ ଏବଂ ଭିଭିପାଟ ଗୁଡିକୁ କଡା ସୁରକ୍ଷା ବଳୟ ମଧ୍ୟରେ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ଏହି ଷ୍ଟ୍ରଙ୍ଗରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଇନର କର୍ଡନ (ପ୍ରଥମ ସ୍ତର) ରେ ସିଆରପିଏଫର ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ମିଡିଲ କର୍ଡନରେ ଷ୍ଟେଟ ଆର୍ମ ଫୋର୍ସର ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସେହିପରି ବାହ୍ୟ ବଳୟକୁ ଜିଲ୍ଲା ପୋଲିସର ଏକ ପ୍ଲାଟୁନ ଫୋର୍ସ ଜଗିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...Dhamnagar bypoll: ଇଭିଏମରେ ସିଲ୍ 5 ପ୍ରାର୍ଥୀଙ୍କ ଭାଗ୍ୟ, 6ରେ ଫଳାଫଳ

ସରକାରୀ ଭାବେ ଏହି ଉପନିର୍ବାଚନରେ ୬୮.୯୮ ପ୍ରତିଶତ ମତଦାନ ହୋଇଛି ବୋଲି ଘୋଷଣା କରାଯାଇଛି । ଏହି ପ୍ରତିଶତ ମଧ୍ୟରେ ମୋଟ ୭୯୦୧୧ ଜଣ ପୁରୁଷ, ୮୫୪୫୨ ଜଣ ମହିଳା ଏବଂ ୨ ଜଣ ଟ୍ରାନ୍ସ ଜେଣ୍ଡରଙ୍କୁ ମିଶାଇ ମୋଟ ୧୬୪୪୬୫ ଜଣ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି । ଆସନ୍ତା ରବିବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ଗଣତି ଆରମ୍ଭ ହେବ । ଇଭିଏମ ମେସିନ୍‌ରେ ଭୋଟଦାନ ହୋଇଥିବାରୁ ଦିନ ଗୋଟାଏ ସୁଦ୍ଧା ଫଳାଫଳ ମିଳିଯିବ ବୋଲି ଆଶା କରାଯାଉଛି । ୧୪ଟି ଟେବୁଲରେ ଏହି ଭୋଟ ଗଣତି ହେବ । ଯାହାକି ୧୮ ରାଉଣ୍ଡ ଧରି ଚାଲିବ । ୨୫୨ଟି ବୁଥରେ ଭୋଟ୍ ପ୍ରକ୍ରିୟା ହୋଇଥିବାରୁ ୧୮ ରାଉଣ୍ଡ ପାଇଁ ପ୍ରଶାସନ ୧୪ ଟି ଟେବୁଲ ପ୍ରସ୍ତୁତ କରିଛି । ତେବେ ସ୍ଵତନ୍ତ୍ର ତାଲିମ୍ ପ୍ରାପ୍ତ କର୍ମଚାରୀମାନେ ଏହି ଭୋଟ ଗଣତି କାର୍ଯ୍ୟ ସମ୍ପାଦନ କରିବେ ବୋଲି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.