ETV Bharat / state

Dhamnagar bypoll: ଇଭିଏମରେ ସିଲ୍ 5 ପ୍ରାର୍ଥୀଙ୍କ ଭାଗ୍ୟ, 6ରେ ଫଳାଫଳ

author img

By

Published : Nov 4, 2022, 12:34 PM IST

ଧାମନଗର ଉପନିର୍ବାଚନ ଶେଷ ହୋଇଛି । ମଇଦାନରେ ଥିବା 5 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ଆସନ୍ତା 6 ତାରିଖରେ ଭୋଟ ଗଣତି ହେବ । ଅଧିକ ପଢନ୍ତୁ

Dhamnagar bypoll
ଇଭିଏମରେ ସିଲ୍ 5 ପ୍ରାର୍ଥୀଙ୍କ ଭାଗ୍ୟ, 6ରେ ଫଳାଫଳ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଗୋଟିଏ ଦୁଇଟି ସ୍ଥାନକୁ ଛାଡି ଦେଲେ ଶାନ୍ତିଶୃଙ୍ଖଳା ସହିତ ଭୋଟ ଗ୍ରହଣ ଶେଷ ହୋଇଛି । ଇଭିଏମରେ 5 ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି । ଦିବଙ୍ଗତ ବିଧାୟକ ବିଷ୍ଣ ସେଠୀଙ୍କ ପରେ କାହାର ହେବ ଧାମନଗର କିଏ ମାରିବ ମାଜି ଆଉ ଦିନକ ପରେ ତାହା ସ୍ପଷ୍ଟ ହୋଇଯିବ । ଆସନ୍ତା 6 ତାରିଖରେ ଭୋଟ ଗଣତି ହେବ । କଡା ସୁରକ୍ଷା ବଳୟ ଭିତରେ ଇଭିଏମକୁ ରଖାଯାଇଛି ।

ଇଭିଏମରେ ସିଲ୍ 5 ପ୍ରାର୍ଥୀଙ୍କ ଭାଗ୍ୟ, 6ରେ ଫଳାଫଳ

କାଁ ଭାଁ ବୁଥରେ ହିଂସାକାଣ୍ଡକୁ ଛାଡି ଦେଲେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ଶେଷ ହୋଇଛି । ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ନିଜ ଅଞ୍ଚଳ କାଁପଡାରେ ସ୍ଥିତି ସମିକ୍ଷା କରିବାକୁ ଯାଇ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିଥିବା ଅଭିଯୋଗ କରି ଲୋକେ ଉତ୍ୟକ୍ତ ଗାଡିକୁ ଘଉଡାଇ ଥିବା ଦେଖିବାକୁ ମିଳିଥିଲା । ସେହିପରି 7 ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ 75 ନମ୍ବର ବୁଥ୍ ରେ ଇଭିଏମ ମେସିନ୍ ତ୍ରୁଟି ଯୋଗୁଁ ପ୍ରାୟ ଦେଢ ଘଣ୍ଟା ବନ୍ଦ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା । ପରେ ପ୍ରଶାସନ ପକ୍ଷରୁ ଅନ୍ୟ ଏକ ଇଭିଏମ ମେସିନ୍ ବ୍ୟବସ୍ଥା କରାଯିବା ପରେ ମତଦାନ ସ୍ୱାଭାବିକ ହୋଇଥିଲା ।

ଅନ୍ୟପକ୍ଷରେ 13 ନମ୍ବର ଜିଲ୍ଲା ପରିଷଦ ଜୋନ୍ ଅଧିନ ସାହାସପୁର ବୁଥ୍‌ରେ ଇଭିଏମ ମେସିନ୍ ତ୍ରୁଟି ଯୋଗୁଁ 12 ରେ ମତଦାନ ଆରମ୍ଭ ହୋଇଥିଲା । ଫଳରେ ମତାଦାତାମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ତେବେ ଅନ୍ୟ କେଉଁଠି ଇଭିଏମ ମେସିନ୍‌ରେ ତ୍ରୁଟି ପରିଲକ୍ଷିତ ହୋଇନଥିଲେ ମଧ୍ୟ କାଁ ଭାଁ ଉତ୍ତେଜନା ଦେଖିବାକୁ ମିଳିଥିଲା । ସେହିପରି କଟସାହି ପଞ୍ଚାୟତ ଅଧିନ 22 ଓ 23 ନମ୍ବର ବୁଥ, ଦଳାଙ୍ଗ ପଞ୍ଚାୟତ 169 ଓ 170 ନମ୍ବର ବୁଥ୍‌, ତିହିଡି ବ୍ଲକ ଅଚକ ପଞ୍ଚାୟତ ଅଧିନ 61 ନମ୍ବର ବୁଥ୍ ଆଦିରେ ମତଦାନ ସମୟରେ ରାଜନୈତିକ ଗଣ୍ଡଗୋଳ ଦେଖା ଦେଇଥିଲା । ଏହି ଗଣ୍ଡଗୋଳରେ ଦୁଇ ଜଣ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହିତ ସମସ୍ତ ବୁଥ୍‌ରୁ ଇଭିଏମ ମେସିନ୍ କଡା ସୁରକ୍ଷା ବଳୟ ମଧ୍ୟରେ ଗଣତି କେନ୍ଦ୍ରକୁ ନିଆଯାଇଛି ।

ଏହା ବି ପଢନ୍ତୁ...ଅର୍ଚ୍ଚନା ମାମଲାରେ ED ଏଣ୍ଟ୍ରି, ସମ୍ପୃକ୍ତ ବଡ଼ବଡ଼ିଆ ଫସିବା ନେଇ ଆଇନଜୀବୀଙ୍କ ମତ

ନିର୍ବାଚନ ମଣ୍ଡଳୀର 252ଟି କେନ୍ଦ୍ରରେ ମତଦାତାମାନେ ଭୋଟ ଦେଇଛନ୍ତି । ମୋଟ 2 ଲକ୍ଷ 38 ହଜାର 417 ଜଣ ଭୋଟର ଥିବାବେଳେ 66.63 ପ୍ରତିଶତ ମତଦାନ ହୋଇଛି । 2014 ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରେ ମତଦାନ ହାର 73.46 ପ୍ରତିଶତ ରହିଥିଲା । 2019 ଏହି ହାର 66.08 ଥିଲା । ଆସନ୍ତା 6 ତାରିଖରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । କିଏ ଜିତୁଛି ଧାମନଗର ବାଜି ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.