ETV Bharat / state

ଲୋକଙ୍କ ସମସ୍ୟା ପ୍ରତି ପୋଲିସ ଅଧିକାରୀ ସମ୍ବେଦନଶୀଳ ହେବା ଉଚିତ୍‌: ହାଇକୋର୍ଟ

author img

By

Published : Dec 2, 2022, 11:23 AM IST

ଥାନାରେ ଏତଲା ଦେଲେ ପଞ୍ଜିକରଣ କରୁନାହିଁ ପୋଲିସ ,ବ୍ୟକ୍ତିଗତ ହାଜର ହେଲେ କେନ୍ଦ୍ରାପଡା ଏସପି
ଥାନାରେ ଏତଲା ଦେଲେ ପଞ୍ଜିକରଣ କରୁନାହିଁ ପୋଲିସ ,ବ୍ୟକ୍ତିଗତ ହାଜର ହେଲେ କେନ୍ଦ୍ରାପଡା ଏସପି

ଏତଲା ଦେଲେ ଏତଲା ପଞ୍ଜିକରଣ ହେଉନି ଥାନାରେ । ଏନେଇ କେନ୍ଦ୍ରାପଡ଼ା ଏସପି ସନ୍ଦୀପ ସଂପତ ମଦ୍‌କର ଓ ତାଳଚୁଆ ମେରାଇନ ଥାନା ଆଇଆଇସି ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇଥିଲେ । ଅଧିକ ପଢନ୍ତୁ

କଟକ: ଥାନାରେ ଏତଲା ଦେଲେ ଏତଲା ପଞ୍ଜିକରଣ ହେଉନାହିଁ ! ଏଭଳି ଅଭିଯୋଗ ଗୋଟିଏ କି ଦୁଇଟା ନୁହେଁ ବରଂ ଅନେକ ଆସିଛି । ହାଇକୋର୍ଟରେ ଏହି ସମ୍ପର୍କିତ ମାମଲା ଆସିବା ପରେ ସ୍ପଷ୍ଟ ହୋଇଛି । ଏନେଇ କେନ୍ଦ୍ରାପଡ଼ା ଏସପି ସନ୍ଦୀପ ସଂପତ ମଦ୍‌କର ଓ ତାଳଚୁଆ ମେରାଇନ ଥାନା ଆଇଆଇସି ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇଥିଲେ ।

କେନ୍ଦ୍ରାପଡ଼ା ଜିଲ୍ଲାରୁ ଏତଲା ପଞ୍ଜିକରଣ ହେଉ ନଥିବା ଅଭିଯୋଗ ସଂପର୍କିତ ବହୁ ମାମଲା ହାଇକୋର୍ଟକୁ ଆସୁଥିବା ସ୍ପଷ୍ଟ ହେବା ପରେ ହାଇକୋର୍ଟ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଥାନାକୁ ଅଭିଯୋଗ ନେଇ ଆସୁଥିବା ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ପୋଲିସ ଅଧିକାରୀମାନେ ସମ୍ବେଦନଶୀଳ ହେବା ଉଚିତ୍‌ ବୋଲି ହାଇକୋର୍ଟ କହିଛନ୍ତି । କେନ୍ଦ୍ରାପଡ଼ା ଏସପିଙ୍କ ସମସ୍ତ ଅଧିନସ୍ଥ ପୋଲିସ ଅଧିକାରୀଙ୍କୁ ଏତଲା ପଞ୍ଜିକରଣ ପ୍ରସଙ୍ଗ ସମ୍ବେଦନକ୍ଷମ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ମାମଲାର ଆବେଦନକାରୀଙ୍କ ଏତଲା ଇତି ମଧ୍ୟରେ ପଞ୍ଜିକରଣ ହୋଇସାରିଥିବାରୁ ହାଇକୋର୍ଟ ଶୁଣାଣିରେ ଅନ୍ତ ଘଟାଇଛନ୍ତି ।

ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜ୍ୟୋସ୍ନା ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସୂଚନା ଯୋଗ୍ୟ ଆବେଦନକାରୀ ଜ୍ୟୋସ୍ନା ଦାସଙ୍କ ଏତଲା ପୋଲିସ ପଞ୍ଜିକରଣ କରୁ ନାହିଁ ବୋଲି ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.