ETV Bharat / state

ନକଲି ଔଷଧ କାରବାରରେ କଟକରେ GST ରେଡ଼

author img

By

Published : Dec 30, 2022, 11:06 PM IST

duplicate medicine trade
duplicate medicine trade

ସିଟି GSTର ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ କଟକ ନିମଚୌଡିସ୍ଥିତ କ୍ୟାଲ ଏଜେନ୍ସିରେ ଚଢାଉ । ଅଧିକ ପଢାନ୍ତୁ

ନକଲି ଔଷଧ କାରବାରରେ କଟକରେ GST ରେଡ଼

କଟକ: ନକଲି ଔଷଧ କାରବାର କରିଥିବା ସଂସ୍ଥା ଉପରେ ଜିଏସଟିର ବଡ଼ ଧରଣର ଚଢାଉ । କଟକ ନିମଚୌଡିସ୍ଥିତ କ୍ୟାଲ ଏଜେନ୍ସିରେ ସିଟି GSTର ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି । ତେବେ ସଂସ୍ଥାର ଆର୍ଥିକ କାରବାର ସମ୍ପର୍କରେ ଏହି ଚଢାଉ କରାଯାଇଥିବା ଜଣାପଡିଛି ।

ଏହାସହ କେଉଁ ଔଷଧ ବ୍ୟବସାୟୀ ସହ ଏହାର ଲିଙ୍କ୍ ଅଛି ସେ ନେଇ ଖୋଳତାଡ କରୁଛି GSTର ଏନଫୋର୍ସମେଣ୍ଟ ଟିମ୍ । ଏହି ଚଢ଼ାଉରେ ପାଖାପାଖି ୩୫ ଜଣ ଟିମ୍ ନିୟୋଜିତ ଅଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଏହି ଚଢାଉ କରାଯାଉଛି ବୋଲି ଅଧିକାରୀ କହିଛନ୍ତି । ତେବେ ପୂର୍ବରୁ ଏହି ସଂସ୍ଥା ବ୍ଲଡ ପ୍ରେସର ପାଇଁ ବ୍ୟବହାର ହେଉଥିବା ଟେଲମା ୪୦ ଔଷଧ କାରବାର କରିବା ମାମଲାରେ ଛନ୍ଦି ହୋଇଥିବା ବେଳେ ଏହାର ମାଲିକ ଗିରଫ ମଧ୍ୟ ହୋଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.