ETV Bharat / state

କଟକରେ GST ରେଡ, ନଗଦ ଟଙ୍କା ଓ କାଗଜପତ୍ର ଜବତ

author img

By

Published : Feb 7, 2023, 10:44 PM IST

କଟକରେ ଜିଏସଟି ରେଡ
କଟକରେ ଜିଏସଟି ରେଡ

କଟକ ସାନିଟାରୀ ଗୋଦାମ ସହ ତିନୋଟି ସ୍ଥାନରେ ରେଡ କଲା ଜିଏସଟି ବିଭାଗ । 20 ଜଣ ଅଫିସର ରେଡ ସାମିଲ । ଅଧିକ ପଢ଼ନ୍ତୁ

କଟକରେ ଜିଏସଟି ରେଡ

କଟକ : କଟକରେ ଜିଏସଟି ରେଡ । Omp ସ୍ଥିତ ପଞ୍ଚମୁଖୀ ସାନିଟାରୀ ଗୋଦାମ ସହ ତିନୋଟି ସ୍ଥାନରେ ରେଡ କଲା ଜିଏସଟି ବିଭାଗ । ରମେଶ ଚନ୍ଦ୍ର ଚୌଧୁରୀଙ୍କ ବ୍ୟବସାୟିକ ପ୍ରତିଷ୍ଠନ ପଞ୍ଚମୁଖୀ ସାନିଟାରୀ ରେ ଚଢ଼ାଉ ଜାରି ରହିଛି। ଟିକସ ଫାଙ୍କିବା ଅଭିଯୋଗ ରେ ହେଉଛି ଚଢ଼ାଉ ଜାରି ରହିଛି। ଜିଏସଟି ର ଚାରୋଟି ଟିମ ରେ 20 ଜଣ ଅଫିସର ରେଡ ସାମିଲ । ପୂର୍ବରୁ ଏହି ସଂନ୍ଥା ନାମରେ ଜିଏସଟି ଫାଙ୍କିବା ଅଭିଯୋଗ ହୋଇଥିଲା ।

ତେବେ ଏହି ରେଡ଼ ସମୟରେ ଜିଏସଟି କଣ ଜବତ କରିଛି ସେନେଇ ସୂଚନା ମିଳି ପାରିନାହିଁ। ଘରୁ ନଗଦ ପାଖାପାଖି 5 ରୁ 6 ଲକ୍ଷ ଟଙ୍କା ଜିଏସଟି ରେଡ଼ ଟିମ ଠାବ କରିଥିବା ସୂଚନା ମିଳୁଛି। ଏହାସହ କିଛି ଜରୁରୀ କାଗଜପତ୍ର ମଧ୍ୟ ଜବତ କରିଛି ଟିମ। ବ୍ୟବସାୟ ସମୟରେ କିଣା ବିକା ର ବ୍ୟାଙ୍କ ଚେକ ମଧ୍ୟ ଜବତ କରିଛି ଟିମ। ଅଧିକ ଚଢ଼ାଉ ଜାରି ରହିଛି। ଘଟଣା ସ୍ଥଳରେ ଟିମ ମୁତୟନ ରହିଛି। ଅଧିକ ଯାଞ୍ଚ ଜାରି ରହିଛି। ତେବେ ରେଡ଼ ସରିଲା ପରେ ପ୍ରକୃତ ତଥ୍ୟ ସାମ୍ନା କୁ ଆସିବ ବୋଲି କହିଛନ୍ତି ଜିଏସଟି ଅଧିକାରୀ।



ତେବେ ନିକଟରେ ରାଜ୍ୟର ବିଭିନ୍ନ ସୁନା ଦୋକାନରେ ଚଢାଉ କରିଥିଲା ଜିଏସଟି ଟିମ୍। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ବଜାରରେ ଥିବା ଗୋଟିଏ ମାଲିକର ୩ଟି ସୁନା ଦୋକାନରେ ଚଢ଼ାଉ କରିଛି ଜିଏସଟି ଟିମ୍ । ବ୍ରହ୍ମପୁରରୁ ଆସିଥିବା ଏହି ୯ ଜଣିଆ ଜିଏସଟି ଟିମ୍‌ ଏକାଥରକେ ତିନୋଟି ଦୋକାନରେ ଚଢ଼ାଉ କରିଛି । ବିଭିନ୍ନ ଅଳଙ୍କାରର ଓଜନ ସହ ରସିଦ୍‌ ଯାଞ୍ଚ ଆରମ୍ଭ କରିଥିଲା ଜିଏସଟି ଟିମ୍ । ବିଗତ କିଛି ଦିନର ସୁନା କ୍ରୟ ଓ ବିକ୍ରିର ସମସ୍ତ ଡାଟା ଅଧିକାରୀମାନେ ଚେକ୍‌ କରୁଛନ୍ତି ।

ରାଜଧାନୀ ସମେତ ଓଡିଶାର ୧୫ଟି ସ୍ଥାନରେ ଚଢାଉ ହୋଇଥିଲା । ଜିଏସଟି ଫାଙ୍କୁଥିବା ନେଇ ୧୫ଟି ସହରରେ ରେଡ଼ ହୋଇଥିଲା । ଏଥିରେ ୨୦ଟି ଟିମ୍ ବୁଲି ବୁଲି ବିଭିନ୍ନ ସୁନା ଦୋକାନରେ କରୁଛନ୍ତି ରେଡ୍ । ସମ୍ବଲପୁର ଗୋଲବଜାର ନିକଟସ୍ଥ ଥିବା ଏକ ପ୍ରତିଷ୍ଠିତ ସୁନା ଗହଣା ଦୋକାନ ଉପରେ ମଧ୍ୟ ରେଡ୍ ହୋଇଥିଲା। ଭୁବନେଶ୍ବର, କଟକ, ବ୍ରହ୍ମପୁର, ପୁରୀ, ସମ୍ବଲପୁର, ରାଉରକେଲା, ଅନୁଗୋଳ, ଯାଜପୁର ଆଦି ସହରରେ ରେଡ୍ ପଡ଼ିଥିଲା । ଏଥିରେ ଭୁବନେଶ୍ବରରେ ବିଷମ ଦୟାଲ, କଟକ ଜୁଏଲାରୀ ସମେତ ପୁରୀର ଗଣେଶ ଜୁଏଲାରୀ ଆଦି ସ୍ଥାନରେ ଜିଏସଟି ଚଢ଼ାଉ କରିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.