ETV Bharat / state

A2Z ସଂସ୍ଥା ଉପରେ ପୁଣି ଚଢ଼ାଉ, ୪ ଯୁବତୀ ଅଟକ

author img

By

Published : Jan 7, 2023, 9:23 PM IST

କଟକର A2Z ସଲ୍ୟୁସନ ସଂସ୍ଥା ଉପରେ ପୁଣି ଚଢାଉ । ଚାକିରୀ ଦେବା ନାଁରେ ବେକାରୀ ଯୁବକ ଯୁବତୀଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରିବା ଅଭିଯୋଗରେ ପୂର୍ବରୁ ଏହି ସଂସ୍ଥାର ମାଲିକ ବିନୟ ଦାସକୁ ଗିରଫ କରି ରିମାଣ୍ଡରେ ଆଣି ପଚରାଉଚରା କରୁଛି ପୋଲିସ । ଏପଟେ ପୁଣିଥରେ ଚଢ଼ାଉ କରି ଅଫିସରେ କାମ କରୁଥିବା ୪ ଜଣ ଯୁବତୀଙ୍କୁ ଅଟକ ରଖିଛି ବାଦାମବାଡ଼ି ପୋଲିସ । ଅଧିକ ପଢ଼ନ୍ତୁ

A2Z ସଂସ୍ଥା ଉପରେ ଚଢ଼ାଉ ପରେ ୪ ଯୁବତୀ ଅଟକ
A2Z ସଂସ୍ଥା ଉପରେ ଚଢ଼ାଉ ପରେ ୪ ଯୁବତୀ ଅଟକ

A2Z ସଂସ୍ଥା ଉପରେ ଚଢ଼ାଉ ପରେ ୪ ଯୁବତୀ ଅଟକ

କଟକ: ଚାକିରୀ ଦେବା ନାରେ କୋଟି କୋଟି ଟଙ୍କା ଠକେଇ କରିଥିବା କଟକର A2Z ସଲ୍ୟୁସନ ସଂସ୍ଥା ଉପରେ ପୁଣି ଚଢାଉ କରିଛି ବାଦାମବାଡି ଥାନା ପୋଲିସ । କଟକ ଅରୁଣୋଦୟ ମାର୍କେଟ ହାଇକୋର୍ଟ କଲୋନୀରେ ଥିବା ଏହି ସଂସ୍ଥାର ଏକ ଅଫିସ ଉପରେ ଚଢାଉ କରିବା ସହ ଅଫିସରେ କାମ କରୁଥିବା ୪ ଜଣ ଯୁବତୀଙ୍କୁ ଅଟକ ରଖିଛି ପୋଲିସ ।ଦୀର୍ଘ ୫ ବର୍ଷ ଧରି ବେକାରୀ ଯୁବକ ଯୁବତୀଙ୍କୁ ଚାକିରୀ ଦେବା ନାଁରେ ସେମାନଙ୍କ ଠାରୁ ଟଙ୍କା ଠକେଇ କରୁଥିବା ଏହି ସଂସ୍ଥାର ମାଲିକ ବିନୟ କୁମାର ଦାସକୁ ପୂର୍ବରୁ ରିମାଣ୍ଡରେ ଆଣି ପଚରାଉଚରା କରୁଛି ପୋଲିସ ।

A2Z ସଂସ୍ଥାର ମୁଖ୍ୟ ବିନୟ ଦାସକୁ ପୂର୍ବରୁ ପୋଲିସ ଗିରଫ କରିଥିବାବେଳେ ବିନୟ ଏବେ ପୋଲିସ ରିମାଣ୍ଡରେ ଅଛି । ବିନୟ ଠାରୁ ବହୁ ତଥ୍ୟ ହାସଲ କରିବା ପରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ । A2Z ସଲ୍ୟୁସନ ସଂସ୍ଥା ଚାକିରୀ ଦେବା ଆଳରେ ବହୁ ବେକାରୀ ଯୁବକ ଯୁବତୀଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିଛି । କେବଳ ସେତିକି ନୁହେଁ ଟଙ୍କା ମାଗୁଥିବା ଯୁବକ ଯୁବତୀଙ୍କୁ ଠକ ବିନୟ ଧମକ ଚମକ ଦେଉଥିବାର ଅଭିଯୋଗ ମଧ୍ୟ ହୋଇଛି । ତେବେ ପୋଲିସ ବିନୟକୁ ରିମାଣ୍ଡରେ ନେଇ ଏହି ଘଟଣାର ତଦନ୍ତ କରିବା ସହ ବହୁ ତଥ୍ୟ ଓ ଡକ୍ୟୁମେଣ୍ଟ ଜବତ କରିଥିବା କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

ପୂର୍ବରୁ ଏହି ସଂସ୍ଥାରେ ବାଦାମବାଡ଼ି ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । A2Z ସଂସ୍ଥା ଚାକିରୀ ଦେବା ନାଁରେ ଠକେଇ କରୁଥିବା ଅଭିଯୋଗ ହୋଇଥିଲା । ତେବେ ଚଢ଼ାଉ କରି ସେହିଦିନ ଠକ ସଂସ୍ଥାକୁ ସିଲ୍ କରିଥିଲା ବାଦାମବାଡ଼ି ଥାନା ପୋଲିସ । ଦୀର୍ଘ ୫ ବର୍ଷ ଧରି ଏହି ସଂସ୍ଥା ଚାଲୁଥିଲା । ଚାକିରୀ କରେଇ ଦେବା ନାଁରେ ୧୦ ହଜାରରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆବେଦନକାରୀଙ୍କ ଠାରୁ ଏହି ସଂସ୍ଥା ଆଦାୟ କରୁଥିଲା ବୋଲି କହିଛନ୍ତି ଡିସିପି । ଠକ ସଂସ୍ଥା ମାଲିକ ବିନୟ କୁମାର ଦାସକୁ ଗିରଫ କରାଯାଇଛି । ତାଙ୍କ ନାମରେ ୩ଟି ମାମଲା ରୁଜୁ କରାଯାଇଛି । କୋର୍ଟ ଚାଲାଣ କରିବା ପରେ ପୋଲିସ ପୁଣି ବିନୟଙ୍କୁ ରିମାଣ୍ଡରେ ଆଣି ପଚାରାଉଚରା କରୁଥିବା ଡିସିପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.