ETV Bharat / state

ଚୌଦ୍ବାର ବସ କଣ୍ଡକ୍ଟର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ, ପୁରୁଷ ବନ୍ଧୁ ସହ ମିଶି ସ୍ବାମୀକୁ ଜିଅନ୍ତା ଜାଳିଥିଲା ସ୍ତ୍ରୀ

author img

By ETV Bharat Odisha Team

Published : Dec 19, 2023, 3:52 PM IST

Updated : Dec 19, 2023, 4:01 PM IST

Choudwar Bus Conductor death mystery
Choudwar Bus Conductor death mystery

Choudwar Bus Conductor death mystery: କଟକ ଚୌଦ୍ବାର ବସ କଣ୍ଡକ୍ଟର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ପୁରୁଷ ବନ୍ଧୁ ସହ ମିଶି ସ୍ବାମୀକୁ ପତ୍ନୀ ଜିଅନ୍ତା ଜାଳିଥିବା ପୋଲିସ ସୂଚନା ଦେଇଛି । ଅଧିକ ପଢନ୍ତୁ

ଚୌଦ୍ବାର ବସ କଣ୍ଡକ୍ଟର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ, ପୁରୁଷ ବନ୍ଧୁ ସହ ମିଶି ସ୍ବାମୀକୁ ଜିଅନ୍ତା ଜାଳିଥିଲା ସ୍ତ୍ରୀ

କଟକ: ସ୍ବାମୀର ଦୀର୍ଘାୟୁ କାମନା କରି ଜଣେ ସ୍ତ୍ରୀ ତା' ଜୀବନ କାଳରେ କେତେ ଯେ ପୂଜାପାଠ, ବ୍ରତ କରେ ତାର ହିସାବ ନାହିଁ । ହେଲେ ଏଠି ଦେବତା ତୁଲ୍ୟ ସ୍ବାମୀକୁ ହତ୍ୟା କରିବାକୁ ପଛାଉ ନାହିଁ ଆଜିର ରାକ୍ଷସୀ ନାରୀ । ପରକୀୟା ପ୍ରୀତି ଯୋଗୁଁ ସାତ ଜନ୍ମର ସାଥୀକୁ ରାସ୍ତାରୁ ହଟାଇବା ଲାଗି ରଚୁଛି ଷଡ଼ଯନ୍ତ୍ର । ଚୌଦ୍ବାରରେ ବସ କଣ୍ଡକ୍ଟର ନିଶ୍ଚଳ ମହାପାତ୍ର ମୃତ୍ୟୁ ମାମଲାରେ ବଡ଼ ଖୁଲାସା କରିଛି କମିଶନରେଟ ପୋଲିସ । ନିଶ୍ଚଳଙ୍କ ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା ଏବଂ ତାଙ୍କୁ ପତ୍ନୀ ଷଡ଼ଯନ୍ତ୍ର କରି ଜିଅନ୍ତା ଜାଳି ଦେଇଥିଲା ବୋଲି ସ୍ପଷ୍ଟ କରିଛି ପୋଲିସ ।

ପତ୍ନୀର ପରକ୍ରିୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ହତ୍ୟା ଅଭିଯୋଗରେ ନିଶ୍ଚଳଙ୍କ ପତ୍ନୀ ସୁହାସିନୀ ମହାପାତ୍ର ଓ ତାର ପୁରୁଷ ବନ୍ଧୁ ପୂର୍ଣ୍ଣଚନ୍ଦ୍ର ମହାରଣାକୁ ଗିରଫ କରିଛି ପୋଲିସ । ସୂଚନା ଥାଉ କି ଗତ ୧ ତାରିଖ ଦିନ ବିରାଟଗାଦି ନିକଟରେ ନିଶ୍ଚଳଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ SCBରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଚୌଦ୍ବାର ପୋଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଏହା ବି ପଢନ୍ତୁ- ଖୋଲିଲା ଢ଼ାବା ରୋଷେୟା ହତ୍ୟାକାଣ୍ଡର ଗୁମର, ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କରିଥିଲା ସ୍ତ୍ରୀ

ହେଲେ ତଦନ୍ତ ସମୟରେ ନିଶ୍ଚଳଙ୍କ ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସୁରାକ ପାଇଥିଲା ପୋଲିସ । ନିଆଳି ଗୋବିନ୍ଦପୁର ମୂଳ ବାସିନ୍ଦା ନିଶ୍ଚଳ ପେଶାରେ ଜଣେ ବସ କଣ୍ଡକ୍ଟର ଥିଲେ । ଚୌଦ୍ବାର ବାସିନ୍ଦା ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ସହ ନିଶ୍ଚଳଙ୍କ ବନ୍ଧୁତା ଥିବା ବେଳେ ନିଶ୍ଚଳଙ୍କ ଘରକୁ ପୂର୍ଣ୍ଣଚନ୍ଦ୍ରଙ୍କ ଯିବା ଆସିବା କରୁଥିଲା । ଏହାରି ଭିତରେ ପୂର୍ଣ୍ଣଚନ୍ଦ୍ରଙ୍କ ସହ ନିଶ୍ଚଳଙ୍କ ପତ୍ନୀ ସୁହାସିନୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏପରିକି ନିଶ୍ଚଳ ଅଜ୍ଞାତରେ ପୂର୍ଣ୍ଣଚନ୍ଦ୍ରଙ୍କ ଓ ସୁହାସିନୀ ମିଳାମିଶା କରିବା ସହ ନିଶ୍ଚଳଙ୍କୁ ନିଜ ରାସ୍ତାରୁ ସବୁ ଦିନ ଲାଗି ହଟାଇବାକୁ ଯୋଜନା ମଧ୍ୟ କରିଥିଲେ ।

ଯୋଜନା ମୁତାବକ ପୂର୍ଣ୍ଣଚନ୍ଦ୍ର କୌଶଳ କରି ନିଶ୍ଚଳଙ୍କୁ ଚୌଦ୍ବାର ଡକାଇଥିଲା ଏବଂ ବିରାଟଗାଦି ନିକଟରେ ଉଭୟ ପ୍ରଚୁର ମଦ ପିଇବା ପରେ ନିଶ୍ଚଳଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ପୂର୍ଣ୍ଣଚନ୍ଦ୍ର । ଏନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ କଟକ ପୋଲିସ ଅଭିଯୁକ୍ତ ପତ୍ନୀ ଓ ତାର ପୁରୁଷ ବନ୍ଧୁକୁ ଗିରଫ କରିଛି ।

ଇଟିଭି ଭାରତ, କଟକ

Last Updated :Dec 19, 2023, 4:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.