ETV Bharat / state

ମହାମାୟୀଙ୍କ ହୃଦୟ ଜିତିଲେ ମୁସଲିମ ଭକ୍ତ, ଫେରାଇ ଆଣିଲେ ମା'ଙ୍କ ବନ୍ଧକ ଗହଣା

author img

By ETV Bharat Odisha Team

Published : Oct 17, 2023, 9:32 PM IST

Updated : Oct 18, 2023, 8:33 AM IST

Cuttack Muslim Devotee set an example
Cuttack Muslim Devotee set an example

ସମସ୍ତଙ୍କ ହୃଦୟ ଜିତିଲେ ମୁସଲିମ ଭକ୍ତ । ଫେରାଇ ଆଣିଲେ ମା' ଦୁର୍ଗାଙ୍କ ବନ୍ଧକ ଗହଣା । ଅଧିକ ପଢନ୍ତୁ

ମହାମାୟୀଙ୍କ ହୃଦୟ ଜିତିଲେ ମୁସଲିମ ଭକ୍ତ, ଫେରାଇ ଆଣିଲେ ମା'ଙ୍କ ବନ୍ଧକ ଗହଣା

କଟକ: ହଜାରେ ବର୍ଷର ସହର କଟକର ଶାରଦୀୟ ଦୁର୍ଗାପୂଜା ଜାତି, ବର୍ଣ୍ଣ, ଧର୍ମରୁ ଊର୍ଦ୍ଧ୍ବରେ । ଯାହାକୁ ପ୍ରମାଣ କରି ଦେଖାଇଲେ କଟକ ସୂତାହାଟ ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଶେଖ୍ ଲିଆକତ୍ ଉଦ୍ଦିନ ଅହମ୍ମଦ । ହୃଦୟ ଜିତିଲେ ମହାମାୟୀଙ୍କ ଏହି ମୁସଲିମ ଭକ୍ତ । ସୂତାହାଟ ପୂଜା କମିଟିର ଉପଦେଷ୍ଟା ୪୮ ହଜାର ଟଙ୍କା ଦେଇ ମାଆଙ୍କ ବନ୍ଧକ ଗହଣା ମୁକୁଳେଇଛନ୍ତି । ଯାହାକୁ ନେଇ ତାଙ୍କୁ ସବୁ ମହଲରୁ ପ୍ରଶଂସା କରାଯାଇଛି ।

ମା'ଙ୍କ ପୂଜାରେ ହାତରୁ ଖର୍ଚ୍ଚ ହୋଇଥିବା ଅର୍ଥ ମିଳିନଥିବାରୁ ପୁରାତନ କର୍ମକର୍ତ୍ତା ତାଙ୍କ ପାଖରେ ମା'ଙ୍କ ରୂପା ଅଳଙ୍କାର ରଖିଥିଲେ । ଟଙ୍କା ମିଳିଲେ ସେ ଏହାକୁ ଦେବେ ବୋଲି ନୂତନ କମିଟିକୁ କହିଥିଲେ । ଏନେଇ ଚିନ୍ତା ପ୍ରକାଶ ପାଇଥିଲା । ବିନା ଗହଣାରେ କେମିତି ପୂଜା ପାଇବେ ମା' ସେନେଇ ଆଲୋଚନା ଚାଲିଥିବା ବେଳେ ସମାଧାନ ପାଇଁ ଆଗେଇ ଆସିଲେ କମିଟି ଉପଦେଷ୍ଟା ତଥା ସାହିର ମୁସଲିମ ଯୁବକ ଶେଖ୍ ଲିଆକତ୍ ଉଦ୍ଦିନ ଅହମ୍ମଦ । ବାକି ଟଙ୍କା ଦେଇ ସେ ଅଳଙ୍କାର ଫେରାଇ ଆଣିଛନ୍ତି ।

ଏହା ବି ପଢନ୍ତୁ- Durga Puja Special: ମାଆଙ୍କ ସେବାରେ ସମର୍ପିତ ଜାହିର ଖାନଙ୍କ ପରିବାର, ଜରିମେଢ କରି ସମୃଦ୍ଧ କରୁଛନ୍ତି ସମ୍ପର୍କ

ସମସ୍ୟା ସମାଧାନ ପରେ ଏବେ ପୁଣି କଟକ ସୂତାହାଟ ମଣ୍ଡପ ପୂଜା ପ୍ରସ୍ତୁତିରେ ଚଳଚଞ୍ଚଳ ହୋଇଉଠିଛି । କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ହେଲେ ଏହି ଘଟଣା ପୁଣି ସୂଚାଇ ଦେଲା କି କଟକରେ ପୂଜା ଖାଲି ହିନ୍ଦୁଙ୍କର ନୁହେଁ ଭାଇଚାରା ସହରରେ ପୂଜା ଏଠି ଆଉ କୌଣସି ନିର୍ଦ୍ଦିଷ୍ଟ ଧର୍ମରେ ବାନ୍ଧି ହୋଇ ନାହିଁ । ତେବେ ଏଭଳି କାମ କରିଥିବା ଶେଖ୍ ଲିଆକତ ଉଦ୍ଦିନ କହିଛନ୍ତି, "କମିଟିର ପୂର୍ବତନ କର୍ମକର୍ତ୍ତା ସୂତାହାଟ ପୂଜା ମଣ୍ଡପର ବିକାଶ କାର୍ଯ୍ୟ କରିଥିଲେ । ଏଥିରେ ତାଙ୍କ ହାତରୁ ୪୮ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ପୂଜା ଆସିଲା ବେଳକୁ ସେ ଏହି ଟଙ୍କା ମାଗିଲେ । ଏହି ଟଙ୍କା ନ ଦଲେ ସେ ମା'ଙ୍କ ବନ୍ଧକ ଗହଣା ଦେବେ ନାହିଁ ବୋଲି କହିଲେ । ଏହାର ଦାୟିତ୍ବ ମୁଁ ନେଲି । ୧୪ ପିଢ଼ି ଧରି ଆମେ ଏଠାରେ ରହୁଛୁ କଟକ ଭାଇଚାରା ସବୁବେଳେ ସ୍ଵତନ୍ତ୍ର ।" ପୂଜା ହେଉଥିବାରୁ ଏବେ ସମସ୍ତେ ଆନନ୍ଦିତ ଅଛନ୍ତି ।

ଇଟିଭି ଭାରତ, କଟକ

Last Updated :Oct 18, 2023, 8:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.