ETV Bharat / state

Naba Das Murder Case: କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଖୁବଶୀଘ୍ର ହେବ ପର୍ଦ୍ଦାଫାସ

author img

By

Published : Feb 3, 2023, 10:09 PM IST

ନବ ଦାସ ହତ୍ୟା ଘଟଣା। ୩ ଦିନର ଜେରାରେ ଅଭିଯୁକ୍ତ ଗୋପାଳ ନିକଟରୁ ଅନେକ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ ଟିମ। ଅଧିକ ପଢନ୍ତୁ

Naba Das Murder Case
Naba Das Murder Case

କଟକ: ନବ ଦାସ ହତ୍ୟା ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରୁଛି କ୍ରାଇମବ୍ରାଞ୍ଚ ଟିମ । ୩ ଦିନର ଜେରାରେ ଅଭିଯୁକ୍ତ ଗୋପାଳ ନିକଟରୁ ଅନେକ ତଥ୍ୟ ହାସଲ କରିଛି ତଦନ୍ତକାରୀ ସଂସ୍ଥା। ବିଶେଷକରି ଝାରସୁଗୁଡା ଏୟାର ପୋର୍ଟ ଥାନାରେ ଥିବା ଏକ ପାଇଖାନା ଟାଙ୍କି ରୁ ୨୨ ଖଣ୍ଡ ହାତଲେଖା କିଛି କାଗଜ ଉଦ୍ଧାର କରିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ହସ୍ତଲେଖା ବିଶେଷଜ୍ଞ ଙ୍କ ସାହାଯ୍ୟରେ ଚିରି ଥିବା କାଗଜ କୁ ଯୋଡ଼ାଯିବ ଉଦ୍ଧାର ହୋଇଥିବା ଏହି ୨୨ ଖଣ୍ଡ କାଗଜ। ତେବେ ଅଭିଯୁକ୍ତ ଗୋପାଳ ଏହି କାଗଜ ରେ କଣ ଲେଖିଥିଲା ଆଉ ସେସବୁକୁ କଣ ପାଇଁ ପାଇଖାନା ରେ ପିଙ୍ଗିଥିଲା ସେ ସବୁର ତନାଘନା କରୁଛି ଏହି ତଦନ୍ତକାରୀ ସଂସ୍ଥା। ଅଭିଯୁକ୍ତ ମଧ୍ୟ ଉଦ୍ଧାର ହୋଇଥିବା ଏହି କାଗଜକୁ ଚିହ୍ନି ପାରିଥିବା ସୂଚନା ମିଳିଛି। ତେବେ ଏନେଇ ଉଦ୍ଧାର ହୋଇଥିବା କାଗଜ ଗୁଡିକୁ ହସ୍ତଲେଖା ବ୍ୟୁରୋ କୁ ପଠାଇବ କ୍ରାଇମବ୍ରାଞ୍ଚ ।

ସେହିପରି ବନ୍ଦ ହୋଇ ପଡିଥିବା ଅଭିଯୁକ୍ତର ସରକାରୀ କ୍ୱାଟର ରୁ ମଧ୍ୟ କିଛି ତଥ୍ୟ ହାସଲ କରିଛି ଟିମ। ଆଜି କ୍ୱାଟର ରେ ରେଡ଼ କରିବା ସମୟରେ ଗୋପାଳ ର ହସ୍ତଲେଖା କିଛି ଡକ୍ୟୁମେଣ୍ଟ ଉଦ୍ଧାର କରାଯାଇଛି। ମାଜିଷ୍ଟ୍ରେଟ ଓ ସାକ୍ଷ୍ୟଙ୍କ ଉପସ୍ଥିତରେ ଏହି ରେଡ଼ କରାଯାଇଥିଲା। କେବଳ ସେତିକି ନୁହେଁ ବରଂ ହତ୍ୟାକାଣ୍ଡ ସମୟରେ ମନ୍ତ୍ରୀଙ୍କ ସହଯୋଗୀ ଜୀବନ କୁମାର ନାୟକ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କାର୍ଯ୍ୟ ଶେଷ କରିଛି କ୍ରାଇମବ୍ରାଞ୍ଚ। ତେବେ ଅଭିଯୁକ୍ତ ଏବଂ ତା ପରିବାରର ଆର୍ଥିକ କାରବାର ର ତନାଘନା ଜାରୀ ରହିଥିବା ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଝାରସୁଗୁଡା ଏୟାର ପୋର୍ଟ ଥାନା ରେ ଥିବା ଟଏଲେଟ ରୁ କିଛି ତଥ୍ୟ ସଂଗ୍ରହ କରିଥିଲା କ୍ରାଇମବ୍ରାଞ୍ଚ ଟିମ। ବିଶେଷକରି ହତ୍ୟା କରିବା ପଛରେ କଣ କାରଣ ଥିଲା ଓ କାହିଁକି ଏପରି କାଣ୍ଡ ଘଟାଇ ଥିଲା ସେନେଇ ଅଭିଯୁକ୍ତ ଗୋପାଳ ଏକ ଚିଠିରେ ଲେଖିଥିଲା। ଯାହାକି ଥାନା ଟଏଲେଟରେ ପକାଇ ନଷ୍ଟ କରିବାକୁ ଚେଷ୍ଟା କରିଥିଲା। ଅଭିଯୁକ୍ତ କୁ ଜେରା ପରେ ଏହି ପ୍ରମାଣ ସଂଗ୍ରହ ପାଇଁ ଥାନାର ଟଏଲେଟ କୁ ଖୋଳି ଥିଲା ତଦନ୍ତକାରୀ ଟିମ। ତେବେ ଏହି ଟଏଲେଟ ରୁ ଅଭିଯୁକ୍ତ ହାତଲେଖା କିଛି ଲେଖା ଅଂଶ କୁ ଜବତ କରିଛି କ୍ରାଇମବ୍ରାଞ୍ଚ। ଏନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ତାର ବଡ଼ ଭାଇ କୁ ବି ଜେରା କରିସାରିଛି ଟିମ। କିନ୍ତୁ ଗୋପାଳ ର ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଜାରି ରଖିଛି ତଦନ୍ତକାରୀ ଟିମ।

ଅନ୍ୟପଟେ ଏହି ଘଟଣାରେ ଅଭିଯୁକ୍ତ ଗୋପାଳ ଦାସକୁ 4 ଦିନିଆ ରିମାଣ୍ଡରେ ଆଣି ତନାଘନା କରୁଛି କ୍ରାଇମବ୍ରାଞ୍ଚ । ମନ୍ତ୍ରୀ ବ୍ୟବହାର କରିଥିବା ଗାଡିକୁ ସାଇଣ୍ଟିଫିକ ଟିମ ଦ୍ୱାରା ଯାଞ୍ଚ କରାଯାଉଛି। ସବୁଠାରୁ ବଡ଼ କଥା ହେଉଛି ଗୋପାଳ ର ମେଡିକାଲ ଚିକିତ୍ସା ସମ୍ବନ୍ଧୀୟ କୁ ତନାଘନା କରାଯାଉଛି। ସେହିପରି ଅର୍ଥ କାରବାର ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ବିଶେଷକରି ତାର ଟଙ୍କା କାରବାର ବିଗତ ଦିନ ମାନଙ୍କରେ ସେହିଭଳି କିଛି କରାଯାଇଛି କି ନାହିଁ ଏସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ସେହିପରି କ୍ରାଇମବ୍ରାଞ୍ଚ ର ଆଉ ଗୋଟିଏ ଟିମ ମନ୍ତ୍ରୀଙ୍କ ସହଯୋଗୀ ତଥା ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରକୁ ନେଇ ତଥ୍ୟ ସଂଗ୍ରହ କରୁଛି। କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ଘଟଣାସ୍ଥଳରେ ରହି ଏହି ସମସ୍ତ ତଦନ୍ତର ତଦାରଖ କରୁଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସେହିପରି ଘଟଣାର ତଦନ୍ତ ପାଇଁ ଆହୁରି ଗୋଟିଏ ଟିମ ଘଟଣାସ୍ଥଳ କୁ ଯାଇଥିଲା। ୮ ବଛା ବଛା ଦକ୍ଷ ଅଧିକାରୀ ଙ୍କୁ ଏହି ଟିମରେ ରଖାଯାଇଛି। ଡ଼ିଏସପି ବାସୁଦେବ ଭୂୟାଁ ଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଏହି ଟିମ ତଦନ୍ତ ରେ ସହଯୋଗ କରିବେ। ଏପରିକି ଅଭିଯୁକ୍ତ କୁ ପରୀକ୍ଷା ନିରୀକ୍ଷା କରିବେ ଏହି ଟିମ। କ୍ରାଇମବ୍ରାଞ୍ଚ ର ଅତିରିକ୍ତ ଡିଜି ସମସ୍ତ ତଦନ୍ତ ପ୍ରକ୍ରିୟା କୁ ତଦାରଖ କରୁଛନ୍ତି। ଘଟଣା ଘଟିଥିବା ସ୍ଥଳରେ ଥିବା ସିସିଟିଭିକୁ ଯାଞ୍ଚ କରାଯାଇଥିବା ସୂଚନା ମିଳିଛି । ସେହିପରି ମନ୍ତ୍ରୀ ବ୍ୟବହାର କରିଥିବା ଗାଡି କୁ ମଧ୍ୟ ଯାଞ୍ଚ କରାଯାଇଛି। ଏହା ପ୍ରମାଣ ସଂଗ୍ରହ କରିବାରେ ସହାୟତା କରିବ। ତେବେ କେବଳ ସେତିକି ନୁହେଁ ଘଟଣାସ୍ଥଳ ରୁ ଉପଯୁକ୍ତ ପ୍ରମାଣ ସଂଗ୍ରହ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଫାରୋ 3D ସ୍କାନର ବ୍ୟବସ୍ଥା କରାଯାଇଥିବା ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ବର ଷ୍ଟେଟ ଫରେନସିକଲ୍ୟାବ ଟିମ୍ ବ୍ରଜରାଜନଗରରେ ତଦନ୍ତ କରୁଥିବା ବେଳା ପ୍ରତ୍ୟକ୍ଷଦର୍ଶୀ ଓ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଜେରା କରାଯାଇଥିବା ସୂଚନା ମିଳିଛି। ସେହିପରି ଘଟଣା ସ୍ଥଳରୁ ତଦନ୍ତକାରୀ ଟିମ୍ କିଛି ପ୍ରମାଣ ସଂଗ୍ରହ କରିଥିବା ଜଣାପଡିଛି। ତେବେ ଏହି ହତ୍ୟା ଘଟଣାରେ ବ୍ୟବହାର ହୋଇଥିବା ବନ୍ଧୁକ, ଗୁଳି ଓ ଗୋପାଳ ଦାସଙ୍କ ମୋବାଇଲ୍ କୁ ଜବତ କରାଯାଇଛି। ଜବତ ହୋଇଥିବା ସାମଗ୍ରୀ ଗୁଡିକୁ ଟେଷ୍ଟ କରିବାକୁ ଗତକାଲି ବାଲିଷ୍ଟିକ୍ ଲାବ୍ କୁ ପଠାଯାଇଛି। ତେବେ ଏହି ମାମଲାରେ କ୍ରାଇମବ୍ରାଞ୍ଚ୍ ଟିମ ତଦନ୍ତ ପ୍ରକ୍ରିୟା କୁ ଜୋରଦାର କରୁଥିବା କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମାମଲାର ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଇଟିଭି ଭାରତ , କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.