ETV Bharat / state

ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

author img

By ETV Bharat Odisha Team

Published : Nov 17, 2023, 8:21 PM IST

ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଧାନ ବିଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ । ହତ୍ୟା ଅଭିଯୋଗ ଆଣିଲେ ପରବାର ଲୋକେ । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ନିଆଳି: ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଏକ ଧାନ ବିଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଓଲଟପୁର ଥାନା ଅଞ୍ଚଳରେ । ୬୦ ନଂ ରାଜ୍ୟ ରାଜପଥ ଇଛାପୁର ପ୍ରାଚୀ ନଦୀ ପୋଲ ନିକଟ ଧାନ ବିଲରୁ ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ । ମୃତ ଯୁବକ ଜଣକ ହେଲେ ଭୁବନେଶ୍ୱର ୟୁନିଟ୧ର କେଳୁ ଚରଣ ରାରତରାୟ ବୋଲି ଜଣାପଡିଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମିଳିଥିବା ସୂଚନା ଅନୁସାରେ ଓଲଟପୁର ଥାନା ଅଞ୍ଚଳରେ କେଳୁ ଚରଣ ମୃତଦେହ ଠାବ କରାଯାଇଥିଲା । ଯୁବକ ଜଣକ ଧାନ ବିଲକୁ କେମିତି ଆସିଲେ ଏବଂ ମୃତ୍ୟୁ ହେଲା ସ୍ପଷ୍ଟ ହୋଇ ପାରିନାହିଁ । କେହି ଦୃର୍ବୃତ୍ତ ଯୁବକଙ୍କୁ ହତ୍ୟା କରିବା ପରେ ଏହି ଧାନ ବିଲରେ ପିଙ୍ଗି ଦେଇଥିବା ନେଇ ସନ୍ଦେହ କରାଯାଉଛି ।‌ ମୃତଦେହଟି ୪ରୁ୫ ଦିନ ତଳର ବୋଲି ଅନୁମାନ କରିଛି ପୋଲିିସ ।

ସେ ଗତ ଶୁକ୍ରବାର ଠାରୁ ନିଖୋଜ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ତେବେ ଖବର ପାଇ ମୃତକଙ୍କ ଉଭଣୀ ଘଟଣା ସ୍ଥଳରେ ପହଞ୍ଚି ଭାଇଙ୍କୁ ଚିହ୍ନଟ କରିଥିବା ସୂଚନା ମିଳିଛି । ମୃତକଙ୍କ ସ୍ତ୍ରୀ ଓ ଛୁଆ ରହିଛନ୍ତି । ଭୁବନେଶ୍ଵର ୟୁନିଟ ୧ ରେ ସେ ବ୍ୟବସାୟୀ କରୁଥିବା ନେଇ ପରିବାର ଲୋକେ କହିଛନ୍ତି ।


ଏହା ମଧ୍ୟ ପଢନ୍ତୁ .......ଅବସରପ୍ରାପ୍ତ ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଏ ନେଇ ଓଲଟପୁର ଥାନା ଆଇଆଇସି ପ୍ରିୟ ରଞ୍ଜନ ନାୟକଙ୍କ କହିଛନ୍ତି,"ଘଟଣାର ତଦନ୍ତ ଜାରି ରହିଛି ସାଇଷ୍ଟିପିକ ଟିମ ଆସିଲା ପରେ ମୃତଦେହ ବ୍ୟବଚ୍ଛଦ ପାଇଁ କଟକ ବଡ ମେଡିକାଲ ପଠାଯିବ । ବ୍ୟବଚ୍ଛେଦ ରିପୋର୍ଟଏବଂ ସାଇଣ୍ଟିଫିକ ଟିମର ତଦନ୍ତ ରିପୋର୍ଟ ପରେ ଘଟଣାର ତଦନ୍ତ ଆଗକୁ ବଢିବ ।" ହେଲେ ପୂର୍ବରୁ ଯୁବକଙ୍କ ନିଖୋଜ ସମ୍ପର୍କରେ ନେଇ ପୋଲିସରେ ଅଭିଯୋଗ କରାଯାଇଥିବାକୁ ସେ ଅସ୍ୱୀକାର କରିଛନ୍ତି ।

ଅନ୍ୟପଟେ ମୃତକଙ୍କ ଭଉଣୀ କହିଛନ୍ତି," ତାଙ୍କ ଭାଇ ଆମ୍ବୁଲାନ୍ସ ଯୋଗ ହସ୍ପିିଟାଲ ଯାଇଥିବାବେଳେ, କିଭଳି ଏହି ଧାନ ବିଲରେ ତାଙ୍କ ଭାଇଙ୍କ ମୃତଦେହ ମିଳିଲା ।" କାଳୁଚରଣଙ୍କୁ କେହି ହତ୍ୟା କରି ଏଠାରେ ଫୋପାଡି ଦେଇଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ ।

ଏହା ମଧ୍ୟ ପଢନ୍ତୁ ....ସୈତାନ ସାଜିଲା ଭାଇ, ଟାଙ୍ଗିଆରେ ହାଣି ଭଉଣୀକୁ କଲା ହତ୍ୟା

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.