ETV Bharat / state

ଅବସରପ୍ରାପ୍ତ ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By ETV Bharat Odisha Team

Published : Oct 28, 2023, 9:52 AM IST

Updated : Oct 28, 2023, 5:55 PM IST

ଫୁଲବାଣୀ ସଦର ଥାନା ଅନ୍ତର୍ଗତ ରୁଜାଙ୍ଗି ଅଞ୍ଚଳରେ ଜଣେ ଅବସର ପ୍ରାପ୍ତ ହାବିଲଦାରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ । ଅଧିକ ପଢନ୍ତୁ

ଅବସରପ୍ରାପ୍ତ ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
ଅବସରପ୍ରାପ୍ତ ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ

ଅବସରପ୍ରାପ୍ତ ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଫୁଲବାଣୀ: ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ମୃତଦେହଟି ଜଣେ ଅବସର ପ୍ରାପ୍ତ ହାବିଲଦାରଙ୍କ ହୋଇଥିବା ସୂଚନା । ମୃତ୍ୟୁର କାରଣ ଜଣା ପଡି ନଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଫୁଲବାଣୀ ସଦର ଥାନା ଅନ୍ତର୍ଗତ ରୁଜାଙ୍ଗି ଅଞ୍ଚଳରେ ଜଣେ ଅବସର ପ୍ରାପ୍ତ ହାବିଲଦାରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଜଣା ପଡି ନଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତକ ଜଣକ ହେଲେ ରୁଜାଙ୍ଗି ଗ୍ରାମର ପୀତବାସ ଦିଗାଲ(୬୧)। ସେ ଗତବର୍ଷ ହାବିଲଦାର ଭାବେ ପୋଲିସ ଚାକିରିରୁ ଅବସର ନେଇଥିଲେ।

ଏହା ମଧ୍ୟ ପଢନ୍ତୁ..ସନ୍ଦେହଜନକ ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଚାଲିଛି ତଦନ୍ତ

ସୂଚନା ଅନୁଯାୟୀ, ବୁଧବାର ଦିନ ପ୍ରାୟ ଗୋଟାଏ ବେଳେ ପୀତବାସ ଦିଗାଲ ଘରୁ କେଉଁଆଡେ ଚାଲିଯାଇଥିଲେ । ବହୁ ସମୟ ଧରି ଖୋଜାଖୋଜି କରିବାରୁ ନ ମିଳିବାରୁ ସଦର ଥାନାରେ ଏନେଇ ଜଣାଇବା ସହ ନିଖୋଜ ରିପୋର୍ଟ ଦେଇଥିଲେ ପରିବାର ଲୋକେ । ତେବେ ଶୁକ୍ରବାର ସକାଳ ସମୟରେ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଗଛରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ..ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ଜନିତ ମୃତ୍ୟୁ ଅନୁମାନ

ପରେ ପୋଲିସକୁ ଏନେଇ ସୂଚନା ଦେବା ପରେ ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସାଇଣ୍ଟିଫିକ ଟିମ ଓ ଡଗ୍‌ ସ୍କ୍ବାଡ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି । ତେବେ ମୃତକଙ୍କ ସ୍ତ୍ରୀ ପ୍ରେମଶୀଳାଙ୍କ ଏତଲା କ୍ରମେ ସଦର ପୋଲିସ ୧୭୩/୨୩ରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସୁତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି । ଅପରପକ୍ଷରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ..ନିଖୋଜର ଦିନକ ପରେ ସାଳନ୍ଦୀ ନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ତେବେ ଘରେ ପୁଅ ସହିତ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ମନାନ୍ତର ହୋଇଥିବା ପରେ ସେ ଚାଲିଯାଇଥିବା ସୂଚନା ରହିଛି । ତେଣୁ ଏହା ହତ୍ୟା ନା ଆତ୍ମହତ୍ୟା ଜନିତ ମୃତ୍ୟୁ ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ତଦନ୍ତ ପରେ ଏନେଇ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଫୁଲବାଣୀ

Last Updated : Oct 28, 2023, 5:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.