ETV Bharat / state

ବାରଙ୍ଗରେ କାର୍ତ୍ତିକେଶ୍ଵର ଭସାଣି, ଅନ୍ୟ ରାସ୍ତାରେ ବାଲିଯାତ୍ରା ଆସିବାକୁ କଟକ ଡିସିପିଙ୍କ ପରାମର୍ଶ

author img

By

Published : Nov 13, 2022, 4:29 PM IST

ବାଲିଯାତ୍ରାରେ ଜମୁଛି ଖଚାଖଚ୍‌ ଭିଡ଼ । ସେପଟେ ଆଜି ବାରଙ୍ଗରେ କାର୍ତ୍ତିକେଶ୍ଵର ଭସାଣି ଥିବାରୁ ସମ୍ଭାବ୍ୟ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଅନ୍ୟ ରାସ୍ତାରେ ବାଲିଯାତ୍ରା ଆସିବାକୁ ଦର୍ଶକଙ୍କୁ ପରାମର୍ଶ ଦେଲେ କଟକ ଡିସିପି ପିନାକ ମିଶ୍ର । ଅଧିକ ପଢ଼ନ୍ତୁ

ବାରଙ୍ଗରେ କାର୍ତ୍ତିକେଶ୍ଵର ଭସାଣି, ଅନ୍ୟ ରାସ୍ତାରେ ବାଲିଯାତ୍ରା ଆସିବାକୁ କଟକ ଡିସିପିଙ୍କ ପରାମର୍ଶ
ବାରଙ୍ଗରେ କାର୍ତ୍ତିକେଶ୍ଵର ଭସାଣି, ଅନ୍ୟ ରାସ୍ତାରେ ବାଲିଯାତ୍ରା ଆସିବାକୁ କଟକ ଡିସିପିଙ୍କ ପରାମର୍ଶ

କଟକ: ବାଲିଯାତ୍ରାକୁ ନେଇ କଟକ ଡିସିପିଙ୍କ ପରାମର୍ଶ । ଭୁବନେଶ୍ବରପଟୁ ବାରଙ୍ଗ ଦେଇ ବାଲିଯାତ୍ରାକୁ ଆସୁଥିବା ଜନସାଧାରଣଙ୍କୁ ଅନ୍ୟ ରାସ୍ତାରେ ଆସିବାକୁ ପରାମର୍ଶ ଦେଇଛନ୍ତି DCP । ଆଜି ବାରଙ୍ଗରେ କାର୍ତ୍ତିକେଶ୍ଵର ଭସାଣି ଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ବିକଳ୍ପ ରାସ୍ତା ଦେଇ ବାଲିଯାତ୍ରା ଆସିବାକୁ ପରାମର୍ଶ ଦେଲେ କଟକ DCP ।

ବାରଙ୍ଗରେ କାର୍ତ୍ତିକେଶ୍ଵର ଭସାଣି, ଅନ୍ୟ ରାସ୍ତାରେ ବାଲିଯାତ୍ରା ଆସିବାକୁ କଟକ ଡିସିପିଙ୍କ ପରାମର୍ଶ

କଟକରେ ଚାଲିଛି ଐତିହାସିକ ବାଲିଯାତ୍ରା । ୨ ଦିନ ହେଲା ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମୁଛି । ବାଲିଯାତ୍ରାରେ ଦର୍ଶକଙ୍କ ସଂଖ୍ୟା ୧୦ ଲକ୍ଷ ଛୁଇଁଲାଣି । ଏଥିପାଇଁ ସନ୍ଧ୍ୟା ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଆଜି ରବିବାର ଥିବାରୁ ଆହୁରି ଅଧିକ ଭିଡ଼ ହେବାର ସମ୍ଭାବନା ରହିଛି । ସେପଟେ ବାରଙ୍ଗରେ ଆଜି କାର୍ତ୍ତିକେଶ୍ବରଙ୍କ ଭସାଣ ଯାତ୍ରା । ପ୍ରାୟ ୫୦ଟି ମେଢ଼ ଭସାଣ ଯାତ୍ରାରେ ଯିବେ । ଏନେଇ ଜନ ସାଧାରଣଙ୍କ ସୁବିଧା ପାଇଁ ଆଜି ଏହି ରାସ୍ତାରେ ନଆସିବାକୁ ପରାମର୍ଶ ଦେଇଛନ୍ତି କଟକ DCP ପିନାକ ମିଶ୍ର ।

ଅନ୍ୟପଟେ ବାଲିଯାତ୍ରାରେ ବିଗତ ୫ ଦିନ ମଧ୍ୟରେ ଯେତିକି ଭିଡ଼ ଦେଖିବାକୁ ମିଳିନଥିଲା ଆସନ୍ତାକାଲି(ସୋମବାର)ଠାରୁ ଲୋକମାନଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳୁଛି । ଏପରି ସ୍ଥିତି ଉପୁଜିଛି ଯେ ହଜାର ହଜାର ଲୋକ ବାଲିଯାତ୍ରା ଆସିବା ସମୟରେ ଗାଡି ପାର୍କିଂ ସ୍ଥାନ ନପାଇ ଘର ମୁଁହା ହୋଇଛନ୍ତି । ତେବେ ଏପରି ସ୍ଥଳେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଏନେଇ DCP କହିଛନ୍ତି, "ବିଗତ ୫ ଦିନ ଅପେକ୍ଷା ଗତକାଲିଠାରୁ ବାଲିଯାତ୍ରାରେ ଭିଡ଼ ଅଧିକ ହେବାରେ ଲାଗିଛି । ଆମର ପୂର୍ବାନୁମାନ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଅତ୍ୟଧିକ ଗହଳି ଯୋଗୁଁ ଗାଡ଼ି ପାର୍କିଂରେ କିଛି ସମସ୍ୟା ହେଉଛି । ଫଳରେ ଅନେକ ସମୟରେ ମୁଖ୍ୟ ରାସ୍ତା ମଧ୍ୟ ଜାମ୍‌ ହେଉଛି । ଏହା ଉପରେ ଧ୍ୟାନ ଦେଇ ପୋଲିସ ସମସ୍ତ ବ୍ୟବସ୍ଥା କରୁଛି । ତେବେ ଆଜି ରବିବାର ଥିବାରୁ ଅଧିକ ଜନସମାଗମ ହେବାର ସମ୍ଭାବନା ରହିଛି । ସେପଟେ ଆଜି ବାରଙ୍ଗରେ କାର୍ତ୍ତିକେଶ୍ବର ଭସାଣି ଉତ୍ସବ ଥିବାରୁ ଭୁବନେଶ୍ବର ପଟୁ ସେହି ରାସ୍ତା ଦେଇ ବାଲିଯାତ୍ରାକୁ ଆସୁଥିବା ଜନ ସାଧାରଣ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି ।" ସେଥିପାଇଁ ଗଣମାଧ୍ୟମ ଜରିଆରେ ସେହି ରାସ୍ତାକୁ ଅଣଦେଖା କରିବାକୁ DCP ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.