ETV Bharat / state

ବାଣ ବିସ୍ଫୋରଣ ମାମଲା, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଅଗ୍ନିଶମ ଡିଜି

author img

By

Published : Mar 6, 2023, 5:56 PM IST

Khurda illegal fire Crackers explosion case
Khurda illegal fire Crackers explosion case

ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଅଗ୍ନିଶମ ଡିଜି । ଅଧିକ ପଢନ୍ତୁ

ବାଣ ବିସ୍ଫୋରଣ ମାମଲା

କଟକ: ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ । ଏହି ଘଟଣାକୁ ଅଗ୍ନିଶମ ବିଭାଗ ଅତି ଗୁରୁତ୍ବର ସହ ନେଇଛି । ଅଘଟଣ ଘଟିବା ପରେ ସ୍ଥାନୀୟ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ଖୋର୍ଦ୍ଧା AFO ଘଟଣାସ୍ଥଳକୁ ଯାଇଥିଲେ । ତେବେ କାହିଁକି ଏବଂ କିପରି ଘଟଣା ଘଟିଥିଲା ତାହାର ତଦନ୍ତ ପାଇଁ ଜିଲ୍ଲା ଅଗ୍ନିଶମ ଅଧିକାରୀ ଏବଂ ପୁରୀ ଅଗ୍ନିଶମ ବିଭାଗ ଅଧିକାରୀ ଘଟଣା ସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରୁଥିବା କହିଛନ୍ତି ।

ବିଶେଷ କରି କିପରି ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଏହି ଟିମ ଏହାର ଅନୁଧ୍ୟାନ କରିବ । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଗ୍ନିଶମ ଡିଜି କହିଛନ୍ତି । ବାଣ ତିଆରି ଓ ବିକ୍ରୀ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲାଇସେନ୍ସ ପ୍ରଦାନ କରାଯାଇଥାଏ । ତେବେ ବାଣ ପ୍ରସ୍ତୁତ କରିବା ସମୟରେ ପ୍ରଥମେ ସୁରକ୍ଷାକୁ ଧ୍ୟାନ ଦେବା ଉଚିତ ବୋଲି ଡିଜି ପରାମର୍ଶ ଦେଇଛନ୍ତି । ସୂଚନା ଥାଉ କି ଦୋଳ ଉତ୍ସବ ପାଇଁ ବାଣ ପ୍ରସ୍ତୁତ କରିବା ବେଳେ ବିସ୍ଫୋରଣ ଘଟିଥିଲା । ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କ ଚିକିତ୍ସା କରିବା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେମାନଙ୍କ ମଧ୍ୟରୁ ଜଣେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯାଉଛି । ଏସସିବି ପକ୍ଷରୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଉଥିବା ଏସସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏସସିବିରେ ଚିକିତ୍ସିତ ହେଉଥିବା ରୋଗୀ ଜଣକ ହେଉଛନ୍ତି ଦୋଳଗୋବିନ୍ଦ ବେହେରା । ତାଙ୍କ ବୟସ ୬୦ ବର୍ଷ ଏବଂ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ । ଦୋଳ ପୂର୍ଣ୍ଣିମା ଥିବାରୁ ଭୁଷଣ୍ଡପୁରରେ ହେବାକୁ ଥିବା ଆତସବାଜି ପାଇଁ ବାଣ ପ୍ରସ୍ତୁତି ଚାଲିଥିଲା । ଏହି ସମୟରେ ବିସ୍ଫୋରଣ ଘଟିବାରୁ ଘରେ ନିଆଁ ଲାଗିଯାଇଥିଲା ।

ଏହା ବି ପଢନ୍ତୁ- ବାଣ ପ୍ରସ୍ତୁତ ବେଳେ ବିସ୍ଫୋରଣ: 4 ମୃତ, 3 ଗୁରୁତର

ଏନେଇ ଖବର ପାଇ ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସେମାନଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି । ଗୋଦାମ ଭିତରେ ବାଣ ତିଆରି ଚାଲିଥିବା ସମୟରେ ହଠାତ ବିସ୍ଫୋରଣ ହୋଇଥିଲା । ଫଳରେ ଅଗ୍ନିକାଣ୍ଡ ଘଟି ଘରଟି ସମ୍ପୂର୍ଣ୍ଣ ଜଳିଯାଇଛି । ତେବେ ଦୋଳ ପୂର୍ଣ୍ଣିମା ପାଇଁ ଭୁଷଣ୍ଡପୁରରେ ଆୟୋଜନ ହୋଇଥାଏ ଆତସବାଜୀ ପ୍ରତିଯୋଗିତା । ଏଥିପାଇଁ ଚାଲିଥିଲା ବାଣ ତିଆରି । କିନ୍ତୁ ପ୍ରତିଯୋଗିତା ପୂର୍ବରୁ ଆଜି ବିସ୍ଫୋରଣ ଘଟିଛି ।

ଗତ ଫେବୃଆରୀ ୧୮ ତାରିଖରେ ଜଗତସିଂହପୁର ବାଲିକୁଦା ବାଣ ଗୋଦାମରେ ବିସ୍ଫୋରଣ ହୋଇଥିଲା । ଫଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଗୁରୁତର ବ୍ୟକ୍ତିଙ୍କୁ ପ୍ରଥମେ ବାଲିକୁଦା ଓ ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଇଚ୍ଛାପୁର ମଧୁରୀ ବଜାର ନିକଟରେ ଏଭଳି ଘଟଣା ଘଟିଥିଲା । ୩ ମୃତକ ହେଉଛନ୍ତି ଦିଲ୍ଲୀପ ମହାନ୍ତି, ଗୋପାଳପୁର ଗାଁର ବୁଲୁ ଦାସ ଓ ବାଣ ଗୋଦାମ ମାଲିକ ସୁଶାନ୍ତ ପୃଷ୍ଟି । ଆହତ ଜଣକ ହେଉଛନ୍ତି ଦୀନବନ୍ଧୁ ଦାସ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.