ETV Bharat / state

ବାଣ ପ୍ରସ୍ତୁତ ବେଳେ ବିସ୍ଫୋରଣ: 4 ମୃତ, 3 ଗୁରୁତର

author img

By

Published : Mar 6, 2023, 1:03 PM IST

Updated : Mar 6, 2023, 1:24 PM IST

ଟାଙ୍ଗୀ ଥାନା ଭୁଷଣ୍ଡପୁରରେ ବାଣ ପ୍ରସ୍ତୁତ ବେଳେ ବିସ୍ଫୋରଣ । 4 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ଅଧିକ ପଢନ୍ତୁ

firecracker explosion at khordha
firecracker explosion at khordha

firecracker explosion at khordha

ଖୋର୍ଦ୍ଧା: ଦୋଳ ଉତ୍ସବ ପାଇଁ ବାଣ ପ୍ରସ୍ତୁତ ବେଳେ ବିସ୍ଫୋରଣ । 4ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଥିବା ସୂଚନା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ଏପରି ଘଟଣା ଘଟିଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଆସନ୍ତାକାଲି ଦୋଳ ପୂର୍ଣ୍ଣିମା ଥିବାରୁ ଭୁଷଣ୍ଡପୁରରେ ହେବାକୁ ଥିବା ଆତସବାଜି ପାଇଁ ବାଣ ପ୍ରସ୍ତୁତି ଚାଲିଥିଲା । ଏହି ସମୟରେ ବିସ୍ଫୋରଣ ଘଟିବାରୁ ଘରେ ନିଆଁ ଲାଗିଯାଇଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ 4ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସେମାନଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି । ଗୋଦାମ ଭିତରେ ବାଣ ତିଆରି ଚାଲିଥିବା ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଫଳରେ ଅଗ୍ନିକାଣ୍ଡ ଘଟି ଘରଟି ସମ୍ପୂର୍ଣ୍ଣ ଜଳିଯାଇଛି।

ତେବେ ଦୋଳ ପୂର୍ଣ୍ଣିମା ପାଇଁ ଭୁଷଣ୍ଡପୁରରେ ଆୟୋଜନ ହୋଇଥାଏ ଆତସବାଜୀ ପ୍ରତିଯୋଗିତା । ଏଥିପାଇଁ ଚାଲିଥିଲା ବାଣ ତିଆରି । କିନ୍ତୁ ପ୍ରତିଯୋଗିତା ପୂର୍ବରୁ ଆଜି ବିସ୍ଫୋରଣ ଘଟିଛି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଘର ଭିତରେ 4 ଜଣ ଫସିରହିଛନ୍ତି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବାବଦରେ କିଛି ସୂଚନା ମିଳିନାହିଁ । ଦୋଳ ପ୍ରସ୍ତୁତି ପାଇଁ ଘର ଭିତରେ ବାଣ ରଖାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ଖୋଲୁନି ଚିନ୍ମୟୀ ମୃତ୍ୟୁ ରହସ୍ୟ, ବାପା ମାଆଙ୍କୁ ପଚରାଉଚରା

ଗତ ଫେବୃଆରୀ 18 ତାରିଖରେ ଜଗତସିଂହପୁର ବାଲିକୁଦା ବାଣ ଗୋଦାମରେ ବିସ୍ଫୋରଣ ହୋଇଥିଲା । ଫଳରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଗୁରୁତର ବ୍ୟକ୍ତିଙ୍କୁ ପ୍ରଥମେ ବାଲିକୁଦା ଓ ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଇଚ୍ଛାପୁର ମଧୁରୀ ବଜାର ନିକଟରେ ଏଭଳି ଘଟଣା ଘଟିଥିଲା । ତିନି ମୃତକ ହେଉଛନ୍ତି ଦିଲ୍ଲୀପ ମହାନ୍ତି, ଗୋପାଳପୁର ଗାଁ ର ବୁଲୁ ଦାସ ଓ ବାଣ ଗୋଦାମ ମାଲିକ ସୁଶାନ୍ତ ପୃଷ୍ଟି । ଆହତ ଜଣଙ୍କ ହେଉଛନ୍ତି ଦୀନବନ୍ଧୁ ଦାସ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Mar 6, 2023, 1:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.